Doctor Obscene Demands: ଡାକ୍ତର ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଚାପ ପକାଇ କହିଥିଲେ, ‘ତୁମେ ଯଦି ଆସିବନାହିଁ ଅନ୍ୟ କାହାକୁ ପଠାଅ, ଯାହା ଚାହିଁବି ଦେବି’

Advertisment

ନର୍ସଙ୍କ ଉପରେ ଚାପ ପକାଇ ଡାକ୍ତର କହିଥିଲେ, ‘ତୁମେ ଯଦି ଆସି ନପାରୁଛ ଅନ୍ୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମୋ ପାଖକୁ ପଠାଅ। ମୁଁ ତିନି ମାସ ହେଲା ଘରକୁ ଯାଇନାହିଁ। ମୋ ମନ ଭଲ ନାହିଁ।

ନର୍ସଙ୍କ ଉପରେ ଚାପ ପକାଇ ଡାକ୍ତର କହିଥିଲେ, ‘ତୁମେ ଯଦି ଆସି ନପାରୁଛ ଅନ୍ୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମୋ ପାଖକୁ ପଠାଅ। ମୁଁ ତିନି ମାସ ହେଲା ଘରକୁ ଯାଇନାହିଁ। ମୋ ମନ ଭଲ ନାହିଁ।

Untitled-11

sultanpur-doctor-obscene-demands-to-nurse Photograph: (@sambad.in)

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ସୁଲତାନପୁରରେ ଜଣେ ସରକାରୀ ଡାକ୍ତର ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ପକାଇଥିବା ଚାପ ସମଗ୍ର ସ୍ୱାସ୍ଥ୍ୟ ବିଭାଗ ଉପରେ ଚଡ଼କ ପକାଇଛି।

ଡାକ୍ତରଙ୍କ ଚାପର ଶିକାର ହୋଇଥିବା ଧୈର୍ଯ୍ୟହରା ହୋଇ ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ)ଙ୍କ ଦ୍ବାରସ୍ଥ  ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି ଡାକ୍ତର ଭାରତ ଭୂଷଣ ଏକ ଦଳ ଗଠନ କରି ତଦନ୍ତ ଆରମ୍ଭ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅଧିକପଢ଼ନ୍ତୁ:ଚର୍ଚ୍ଚାରେ ପୁଙ୍ଗାନୁର ପ୍ରଜାତିର ଗାଈ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କରାଯାଉଛି ପାଳନ

ଡାକ୍ତରଙ୍କ ଚାପର ଶିକାର ମହିଳା ସ୍ବାସ୍ଥ୍ୟକର୍ମୀ

ଏହି ସମ୍ପୂର୍ଣ୍ଣ ମାମଲା ଲମ୍ବୁଆ କମ୍ୟୁନିଟି ହେଲ୍ଥ ସେଣ୍ଟର ସଡ଼ିତ ଜଡ଼ିତ ରହିଛି। ଏହି ହେଲ୍ଥ ସେଣ୍ଟରର ପୂର୍ବତନ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଅନିଲ କୁମାର ତାଙ୍କ ଅଧୀନସ୍ଥ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଫୋନରେ କଥା ହେବା ସହିତ ବନ୍ଧୁତା ସ୍ଥାପନ କରିବା, ବାହାରକୁ ଯିବା, ସପିଂ କରିବା କରିବା ସହ ପ୍ରେମ କରିବାକୁ ଚାପ ପକାଉଥିଲେ।

ପୀଡ଼ିତା ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ଡାକ୍ତରଙ୍କ ଏହି ସବୁ ଦାବିକୁ ପ୍ରତ୍ୟାଖ୍ୟାନ କରି ଚାକିରି ଛାଡ଼ି ଦେବାର ଧମକ ଦେଇଥିଲେ। ଏହାପରେ ବି ଡାକ୍ତର କହିଥିଲେ, ‘ତୁମେ ଯଦି ଆସି ନପାରୁଛ। ମୋ ଦାବି ପୁରଣ କରି ନପାରୁଛ ଅନ୍ୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମୋ ପାଖକୁ ପଠାଅ। ମୁଁ ତିନି ମାସ ହେଲା ଘରକୁ ଯାଇନାହିଁ, ମୋର ମନ ବହୁତ ଖରାପ ଅଛି। ତୁମେ ମୋ କଥା ବୁଝିଦିଅ ତୁମେ ଯାହା ଚାହିଁବ ମୁଁ ଦେବି।’ 

ଡାକ୍ତର ଅନିଲ କୁମାରଙ୍କ ଅଶ୍ଳୀଳ କଥାବାର୍ତ୍ତାର ଏକ ଅଡିଓ ରେକର୍ଡିଂ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକି ସ୍ବାସ୍ଥ୍ୟ ବିଭାଗ ଉପରେ ଚଡ଼କ ପକାଇଛି। ଘଟଣାର କଡ଼ାକଡ଼ି ଯାଞ୍ଚ ଚାଲିଛି।

ଅଧିକପଢ଼ନ୍ତୁ:ଦାଉଦ ଆତଙ୍କବାଦୀ, ମୁଁ ବିକି ଗୋସ୍ବାମୀଙ୍କ କଥା କହିଥିଲି: ୟୁଟର୍ଣ୍ଣ ମାରିଲେ ମମତା

doctor obscenevideos sultanpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe