ମଦ ଦୋକାନକୁ ଚୋରି କରି ଯିବା ଚୋରକୁ ମହଙ୍ଗା ପଡ଼ିଲା

ଚୋରି କରିବା ପାଇଁ ମଦ ଦୋକାନ ଭିତରେ ପଶିଥିବା ଚୋର ପିଇଲା ପ୍ରଚୁର ମଦ। ଉଠି ନପାରି ଦୋକାନ ଭିତରେ ଚିତପଟାଙ୍ଗ ମାରି ପଡ଼ିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଚୋରକୁ ହସ୍ପିଟାଲରେ କରିଛି ଭର୍ତ୍ତି।

ùdedeùe

dùdeZ Photograph: (eZùZeùe)


ନୂଆଦିଲ୍ଲୀ: ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଦିନେ ନା ଦିନେ ଚୋର ଧରାପଡ଼ିଯାଇଥାଏ। ନିକଟରେ ତେଲେଙ୍ଗାନାର ନାରସିଙ୍ଗରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗତ ରବିବାର ବିଳମ୍ବିତ ରାତିରେ  କନକଦୁର୍ଗା ୱାଇନ୍ସ ଦୋକାନ ଭିତରକୁ ଜଣେ ଚୋର ଚୋରି କରିବାକୁ ପଶିଥିଲା। ଯାହା ତାକୁ ମହଙ୍ଗା ପଡ଼ିଯାଇଛି। 

ଅଧିକପଢ଼ନ୍ତୁ:ରାହୁଲଙ୍କ ଧକ୍କାରେ ମୁଣ୍ଡ ଫାଟିବା ପରେ ମୋତେ ସର୍ତ୍ତକ ରହିବାକୁ ପଡ଼ିବ

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି, ଚୋର ଜଣକ ଟାଇଲ କାଟି ଦୋକାନ ଭିତରେ ପ୍ରବେଶ କରିଥିଲା। ଏହାପରେ ସେ ସିସିଟିଭର ଲାଇନ କାଟି କନକଦୁର୍ଗା ୱାଇନ୍ସ ଦୋକାନ ଭିତରେ ଥିବା ସମସ୍ତ ଟଙ୍କାକୁ ଏକ ବ୍ୟାଗରେ ଭର୍ତ୍ତି କରିଥିଲା। କେବଳ ଏତିକି ନୁହେଁ ସିକ୍ୟୁରିଟି ସିଷ୍ଟମର ହାର୍ଡ ଡିସ୍କକୁ ବି ନିଜ ସାଙ୍ଗରେ ଧରି ଥିଲା। ଚୋରି କରି ଦୋକାନରୁ ବାହାରୁଥିବା ସମୟରେ ନିଜ ଲୋଭ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲା। 

ସେ ଗୋଟିଏ ପରେ ଗୋଟିଏ ମଦ ପିଇ ଚାଲିଥିଲା। ଏହି ମଦ ପିଇବା ପରେ ତାକୁ ଏଭଳି ନିଶା ହୋଇଯାଇଥିଲା କି ସେ ଆଉ ଉଠି ପାରି ନଥିଲା। ଦୋକାନ ଭିତରେ ଚିତପଟାଙ୍ଗ ମାରି ପଡ଼ି ଯାଇଥିଲା।

ଅଧିକପଢ଼ନ୍ତୁ:ଝିଅ ଭର୍ତ୍ତି ଥିବା ହସ୍ପିଟାଲ ବାହାରେ ଯବାନଙ୍କ ହେଲା ମୃତ୍ୟୁ

ଘଟଣା ପରଦିନ ଦୋକାନ ମାଲିକ ଆସିବା ପରେ ଦୃଶ୍ୟ ଦେଖି ଚମକି ପଡ଼ିଥିଲେ। ତାଙ୍କ ଦୋକାନ ଖୋଲା ରହିଛି। ଆଉ ଦୋକାନ ଭିତରେ ଚୋର ଚିତପଟାଙ୍ଗ ମାରି ପଡ଼ି ରହିଛି। ସଙ୍ଗେସଙ୍ଗେ ମାଲିକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଜବତ କରି ଚୋରକୁ ହସ୍ପିଟାଲରେ ନେଇ ଭର୍ତ୍ତି କରିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଚୋରର ଚେତା ଆସି ନଥିବାରୁ ତାର ପରିଚୟ ଜଣାପଡ଼ି ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe