ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ପାଣ୍ଡବ ନଗରରେ ଗତ ୨୮ତାରିଖରେ ଜଣେ ମହିଳାଙ୍କ ସୁନା ଚେନ୍ ଲୁଟ୍ ଘଟଣାରେ ପୁଲିସ ଆଜି ଆଉ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ବଡ଼ଗଡ଼ ଗ୍ରାମର ହରିହର ବୀର(୨୨)। ପୂର୍ବରୁ ସେହି ଗ୍ରାମର ଦୋଳମଣ୍ଡପ ଭୋଇ ସାହିର ସୁଶାନ୍ତ ଭଞ୍ଜ(୪୦)ଗିରଫ ହୋଇଥିଲା। ପୁଲିସ ସୂଚନା ଅନୁଯାୟୀ ପାଣ୍ଡବ ନଗରର ସନ୍ଧ୍ୟା ପଟ୍ଟନାୟକ ନାମକ ଜଣେ ମହିଳା ମର୍ଣ୍ଣିଂ ୱାକ୍ରେ ଯାଉଥିବା ବେଳେ ଚାରିଛକଠାରେ ସୁଶାନ୍ତ ଓ ହରିହର ତାଙ୍କ ବେକରୁ ସୁନା ଚେନ୍ ଲୁଟିଥିଲେ। ତେବେ ସନ୍ଧ୍ୟା ଚେନ୍ଟିକୁ ଧରିଥିବା ବେଳେ ସୁଶାନ୍ତ ଓ ହରିହର ଅଧା ଚେନ ଛିଣ୍ଡାଇ ପଳାଇବାକୁ ଉଦ୍ୟମ କରିଥିଲା। ଘଟଣା ସ୍ଥଳରେ ସନ୍ଧ୍ୟା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସୁଶାନ୍ତକୁ କାବୁ କରି ପୁଲିସ ଜିମା ଦେଇଥିଲେ। ଏନେଇ ଅଭିଯୋଗ ପରେ ପୁଲିସ ସୁଶାନ୍ତକୁ ଗିରଫ ପରେ ଆଜି ହରିହରକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମହିଳାଙ୍କ ସୁନା ଚେନ୍ ଲୁଟ୍ ଘଟଣାରେ ଆଉ ଜଣେ ଗିରଫ
/sambad/media/post_attachments/wp-content/uploads/2018/03/arrest-11.jpg)