ସୀମାନ୍ତରେ ୩ ନକ୍ସଲ ଗିରଫ

ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ୩ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ପାମେଡ ଥାନା ଅଞ୍ଚଳରେ କିଛି ନକ୍ସଲ ବୁଲୁଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ ଏବଂ ୧୫୧ ସିଆରପିଏଫ ବାଟାଲିୟନର ଯବାନ ଚଢାଉ କରିଥିଲେ...

3 naxal arrested

3 naxal arrested Photograph: (sambad.in)

ମାଲକାନଗିରି: ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ୩ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ପାମେଡ ଥାନା ଅଞ୍ଚଳରେ କିଛି ନକ୍ସଲ ବୁଲୁଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ ଏବଂ ୧୫୧ ସିଆରପିଏଫ ବାଟାଲିୟନର ଯବାନ ଚଢାଉ କରିଥିଲେ। ଜିଡପାଲି ନିକଟରୁ ୩ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା।

ଗିରଫ ନକ୍ସଲମାନେ ହେଲେ ଡିକେଏମଏସ ଅଧ୍ୟକ୍ଷ ରାମବାବୁ ପୁନେମ,ମିଲିସିଆ ଡେପୁଟି କମାଣ୍ଡର ଲଖମା ମାଡକାମୀ ଏବଂ ମିଲିସିଆ କମାଣ୍ଡର ହଡମା ମାଡବୀ। ଏମାନଙ୍କ ମଧ୍ୟରୁ ରାମବାବୁ ନାମରେ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ପ୍ରଥମ ମ୍ୟାଚ୍‌ରେ ଝୁଣ୍ଟିଲା କଳିଙ୍ଗ ଲାନ୍‌ସର୍ସ: ୟୁପି ରୁଦ୍ରାସ୍‌ଠାରୁ ହାରିଲା

ସେମାନେ ଗତ ଅଗଷ୍ଟ ୭ ତାରିଖ ଦିନ ବଡସନପାଲ ଗ୍ରାମର ଜଣେ ଗ୍ରାମବାସୀକୁ ଅପହରଣ କରିନେଇଥିଲେ। ପରେ ସେହି ଗ୍ରାମବାସୀକୁ ଏମାନେ ହତ୍ୟା କରିଥିଲେ। ଏଥିସହ ଚିନ୍ତାଗୁମ୍ଫା ସିଆରପିଏଫ କ୍ୟାମ୍ପ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ପାମେଡ ଥାନାରେ ସେମାନଙ୍କ ନାମରେ ଏତଲା ଦାଏର କରାଯାଇ ତଦନ୍ତ ଚାଲିଥିବା ପୁଲିସ କହିଛି।

ଅଧିକ ପଢ଼ନ୍ତୁ: ଇସ୍ରୋ ଲଞ୍ଚ୍ କଲା ସ୍ପେଡେକ୍ସ ମିସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe