Advertisment

Accident Student Death: ସ୍ପିଡ ବାଇକ ଧକ୍କାରେ ସରକାରୀ ଆୟୁର୍ବେଦିକ କଲେଜ ଛାତ୍ରୀଙ୍କ ମୃତ୍ୟୁ

Advertisment

ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ଜଣେ ଛାତ୍ରୀଙ୍କୁ ରବିବାର କଲେଜ ସମ୍ମୁଖରେ ଏକ ସ୍ପିଡ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ଜଣେ ଛାତ୍ରୀଙ୍କୁ ରବିବାର କଲେଜ ସମ୍ମୁଖରେ ଏକ ସ୍ପିଡ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

Untitled-24.jpg

Medical student dies in accident Photograph: (sambad.in)

ବଲାଙ୍ଗୀର: ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ଜଣେ ଛାତ୍ରୀଙ୍କୁ ରବିବାର କଲେଜ ସମ୍ମୁଖରେ ଏକ ସ୍ପିଡ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରଗଡ଼ ବିକାଶ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

 ମୃତ ଛାତ୍ରୀ ଜଣକ ହେଲେ ସିମରନ ଷଡ଼ଙ୍ଗୀ ଓ ତାଙ୍କ ଘର କୋରାପୁଟ ଜିଲାରେ ବୋଲି ଜଣାପଡ଼ିଛି। ସେ ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷର ଛାତ୍ରୀ। ବଲାଙ୍ଗୀର ଟାଉନ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ସ୍ପିଡ ବାଇକରଙ୍କୁ ଥାନାକୁ ନେଇ ଅଟକ ରଖିଥିଲା।

ଆହୁରି ପଢ଼ନ୍ତୁ: Accident 3 Bikers Death: କଣ୍ଟେନର-ବାଇକ୍ ଧକ୍କା: ଜଳିଗଲା ବାଇକ୍, ୩ ବାଇକ୍ ଆରୋହୀ ମୃତ

ଡାକ୍ତରୀ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇବେ

ବଲାଙ୍ଗୀର ସହରରେ ସ୍ପିଡ ବାଇକର ଓ ନିଶାଖୋର ଅମାନିଆମାନେ ବେପରୁଆ ଗାଡ଼ି ଚାଳନା କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ବିଶେଷକରି ଆୟୁର୍ବେଦିକ କଲେଜ ସମ୍ମୁଖ ଭିଆଇପି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହାସତ୍ତ୍ୱେ ପୁଲିସ କୌଣସି ପ୍ରତିକାର ବ୍ୟବସ୍ଥା କରୁନଥିବାରୁ ଜନଅସନ୍ତୋଷ ବଢୁଛି । ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରେ ଶୋକର ଛାୟା ଖେଳିଯାଇଛି l ଦୁର୍ଘଟଣାକୁ ନେଇ ଡାକ୍ତରୀ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଜବାଜ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe