ବରଯାତ୍ରୀ ବେଳେ ହତ୍ୟା ମାମଲା: ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ଟେଙ୍ଗରାପଥର ଗ୍ରାମରୁ ମୁକ୍ତି ସାହୁ ନାମକ ଜୈନିକ ବ୍ଯକ୍ତି ଗୁଣ୍ଡୁରୁପାଲି ଗ୍ରାମକୁ ବରଯାତ୍ରୀ ଯାଇଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ଘଟଣାରେ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ଟେଙ୍ଗରାପଥର ଗ୍ରାମରୁ ମୁକ୍ତି ସାହୁ ନାମକ ଜୈନିକ ବ୍ଯକ୍ତି ଗୁଣ୍ଡୁରୁପାଲି ଗ୍ରାମକୁ ବରଯାତ୍ରୀ ଯାଇଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ଘଟଣାରେ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି।

court

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ଟେଙ୍ଗରାପଥର ଗ୍ରାମରୁ ମୁକ୍ତି ସାହୁ ନାମକ ଜୈନିକ ବ୍ଯକ୍ତି ଗୁଣ୍ଡୁରୁପାଲି ଗ୍ରାମକୁ ବରଯାତ୍ରୀ ଯାଇଥିବା ବେଳେ ତାଙ୍କୁ ହତ୍ୟା କରା ଯାଇଥିବା ଘଟଣାରେ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି। ପାଟଣାଗଡ଼ ଏଡିଜେ  ଗିରଫ ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। 

ଏହି ଖବର ପଢ଼ନ୍ତୁ: ନୌସେନା ବୋଟ୍-ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା 

ମାମଲାର ବିବରଣୀରୁ ଜଣାଯାଏ ଯେ, ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଟେଙ୍ଗରାପଥର ଗ୍ରାମର ମୁକ୍ତି ସାହୁ ଖପ୍ରାଖୋଲ ବ୍ଲକ ଗୁଣ୍ଡୁରୁପାଲି ଗ୍ରାମକୁ ୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ ବରଯାତ୍ରୀ ଯାଇଥିଲେ। ଠିକ ସେହିପରି ଗ୍ରାମର ପଙ୍କଜ ଓରଫ ରୁକ୍ମଣ ବିଶି ଓ ଶିବ ସାହୁ ମଧ୍ୟ ଯାଇଥିଲେ। ସେଠାରୁ ମୁକ୍ତିକୁ ଶିବ ଓ ରୁକ୍ମଣ ଡାକି ନେଇଥିଲେ। କୌଣସି କାରଣରୁ ଝଗଡ଼ା ସୃଷ୍ଟି ହୋଇ ମୁକ୍ତିଙ୍କୁ ହତ୍ୟା କରିଥିଲେ। ପର ଦିନ ଅର୍ଥାତ୍ ୨୬ ତାରିଖରେ କପସିପାଲି ଗ୍ରାମର ସ୍ବଜଳଧାରା ନିକଟରୁ ମୁକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୁକ୍ତିଙ୍କୁ ହତ୍ୟା କରା ଯାଇଥିବା ନେଇ ପୁଅ ପ୍ରଶାନ୍ତ ସାହୁ ଖପ୍ରାଖୋଲ ଥାନାରେ ଏତାଲା ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ‘ମନଦୁଃଖ କରିବ ନାହିଁ, ଜୀବନ ହାରିବାକୁ ବାଧ୍ୟ ହେଉଛି’

ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଟେଙ୍ଗରାପଥର ଗ୍ରାମର ମୁକ୍ତି ସାହୁ ଖପ୍ରାଖୋଲ ବ୍ଲକ ଗୁଣ୍ଡୁରୁପାଲି ଗ୍ରାମକୁ ୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ ବରଯାତ୍ରୀ ଯାଇଥିଲେ। ଠିକ ସେହିପରି ଗ୍ରାମର ପଙ୍କଜ ଓରଫ ରୁକ୍ମଣ ବିଶି ଓ ଶିବ ସାହୁ ମଧ୍ୟ ଯାଇଥିଲେ। ସେଠାରୁ ମୁକ୍ତିକୁ ଶିବ ଓ ରୁକ୍ମଣ ଡାକି ନେଇଥିଲେ। କୌଣସି କାରଣରୁ ଝଗଡ଼ା ସୃଷ୍ଟି ହୋଇ ମୁକ୍ତିଙ୍କୁ ହତ୍ୟା କରିଥିଲେ।

ଏହି ଖବର ପଢ଼ନ୍ତୁ: ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରିଛି କଂଗ୍ରେସ

ଏତଲାକୁ ଭିତ୍ତି କରି ଖପ୍ରାଖୋଲ ପୁଲିସ ରୁକ୍ମଣ ଓ ଶିବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାର ମୋକଦ୍ଦମା ଚାଲିଥିବା ବେଳେ ସମସ୍ତ ତଥ୍ୟ ଓ ପ୍ରମାଣ ପରେ ପାଟଣାଗଡ଼ ଏଡିଜେ କୋର୍ଟ ଉଭୟ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହ ଉଭୟଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି। ଅନାଦେୟେ ଆହୁରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି। ଉପରୋକ୍ତ ରାଶି ମୃତ ମୁକ୍ତି ସାହୁଙ୍କ ପରିବାର ଲୋକଙ୍କୁ ଉଦିଷ୍ଟ ଯଦି ଏହା ଯଥେଷ୍ଟ ନ ହୁଏ ତେବେ ଜିଲ୍ଲା ଆଇନ ସେବା ସମିତି ତରଫରୁ ସହାୟତା କରାଯିବା ପାଇଁ ଅନୁମୋଦନ କରା ଯାଇଥିବା ଜଣାପଡ଼ିଛି। 

ଏହି ଖବର ପଢ଼ନ୍ତୁ: ଜେପିସିରେ ପ୍ରିୟଙ୍କାଙ୍କ ସମେତ ୪କଂଗ୍ରେସ ସାଂସଦ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe