Education: ସରକାରୀ ନିୟମକୁ ମାନୁ ନାହିଁନ୍ତି ପ୍ରଧାନଶିକ୍ଷକ!

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଟ ପଂଚାୟତରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରକାରୀ ନୀତି ନିୟମକୁ ମାନୁ ନଥିବା ନେଇ ଅଭିଯୋଗ ହେଉଛି। ଆଜି ସମସ୍ତ ସରକାରୀ ବିଦ୍ୟାଳୟରେ ସକାଳ ୭ଟାରୁ ଅପରାହ୍ନ ୧୨ଟା ୩୦ପର୍ଯ୍ୟନ୍ତ ଚାଲୁ ରହିବାର ନିୟମ ଥିବାବେଳେ...

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଟ ପଂଚାୟତରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରକାରୀ ନୀତି ନିୟମକୁ ମାନୁ ନଥିବା ନେଇ ଅଭିଯୋଗ ହେଉଛି। ଆଜି ସମସ୍ତ ସରକାରୀ ବିଦ୍ୟାଳୟରେ ସକାଳ ୭ଟାରୁ ଅପରାହ୍ନ ୧୨ଟା ୩୦ପର୍ଯ୍ୟନ୍ତ ଚାଲୁ ରହିବାର ନିୟମ ଥିବାବେଳେ...

Untitled-23.jpg

ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଟ ପଂଚାୟତରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରକାରୀ ନୀତି ନିୟମକୁ ମାନୁ ନଥିବା ନେଇ ଅଭିଯୋଗ ହେଉଛି। ଆଜି ସମସ୍ତ ସରକାରୀ ବିଦ୍ୟାଳୟରେ ସକାଳ ୭ଟାରୁ ଅପରାହ୍ନ ୧୨ଟା ୩୦ପର୍ଯ୍ୟନ୍ତ ଚାଲୁ ରହିବାର ନିୟମ ଥିବାବେଳେ ଏହାର ବ୍ୟତିକ୍ରମ ଘଟାଇ ଶିବପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୋଦ କୁମାର ସେଠୀଙ୍କ ମନମାନି କରି ଆଜି ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରଖିଛନ୍ତି। ଏପରିକି କିଛି ଛାତ୍ରଛାତ୍ରୀ ସକାଳ ସମୟରେ ବିଦ୍ୟାଳୟକୁ ଆସି ଫାଟକ ବନ୍ଦ ରହିଥିବା ବେଳ ଘରକୁ ଫେରି ଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି।

ଏହି ବିଦ୍ୟାଳୟରେ ପ୍ରାୟ ୨୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଧାନଶିକ୍ଷକ ଏଭଳି ଅଜବ ନୀତି ସମସ୍ତଙ୍କୁ ଚକିତ କରିଛି। ବିଶେଷ କରି ପ୍ରଧାନଶିକ୍ଷକ କୌଣସି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନଜଣାଇ ମନମୁଖୀ ଭାବେ ଏଭଳି କାର୍ଯ୍ୟ କରିଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଘଟଣା ବାବଦରେ ଆମେ ଯେତେବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୋଦ କୁମାର ସେଠୀଙ୍କୁ ଘଟଣା ସମ୍ବଧରେ ପଚାରିବାରୁ ସେ ପ୍ରଥମେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଚିଂ କି ଉଠିବା ସହିତ କାହା ପରାମର୍ଶରେ ବିଦ୍ୟାଳୟ ହତା ଭିତରକୁ ପ୍ରବେଶ କଲ ବୋଲି ପ୍ରଶ୍ନ କରିଥିଲେ।

ପରେ ଗ୍ରାମରେ ଜାଗର ଜାତ ପାଇଁ କମିଟି ତରଫରୁ ଲିଖିତ ଭାବେ ଏକ ପତ୍ର ମାଧ୍ୟରେ ସକାଳ ୧୦ଘଟିକା ସମୟରେ ବିଦ୍ୟାଳୟ ଖୋଲିବା ପାଇଁ କହିଥିଲେ। ଆଉ ତାହାକୁ ନେଇ ମୁଁ କାର୍ଯ୍ୟକ୍ଷମ କରାଇଥିଲି। ଶେଷରେ ଉକ୍ତ ଶିକ୍ଷକ ନାଲି ଆଖି ଦେଖାଇବା ସହିତ ତୁମେ ମୋର କିଛି କରିପାରିବନି ବୋଲି ମଧ୍ୟ ରୋକ ଠୋକ ଶୁଣାଇଥିଲେ। କାହା ବଳରେ ବଳିୟାନ ଏହି ପ୍ରଧାନ ଶିକ୍ଷକ। ନିଜର ‘ମେରି ରାୟ’ ନୀତିକୁ ଅନୁସରଣ କରି ଶିକ୍ଷା ବିଭାଗର ଧଜିଆ ଉଢ଼ାଉଛନ୍ତି ପ୍ରଧାନଶିକ୍ଷକ। କିନ୍ତୁ ଏଠି ପ୍ରଶ୍ନ ଉଠେ ଲିଖିତ ପତ୍ରରେ ତାରିଖ ନଥିବା ବେଳେ କମିଟି ସମସ୍ତ ସଦସ୍ୟ ଘଟଣା ବାବଦରେ ଅବଗତ ନାଂହାନ୍ତି।

ଆହୁରି ପଢ଼ନ୍ତୁ: Savannah Guthrie missing mom: ସାଭାନା ଗୁଥ୍ରିଙ୍କ ମା ନିଖୋଜ ଘଟଣା, ସୂଚନା ଦେଲେ ମିଳିବ ଏକଲକ୍ଷ ଡଲାର

ସେହିପରି ବିଦ୍ୟାଳୟର ଏସ୍‌ଏମ୍‌ସି କମିଟିର ଚେୟାରମ୍ୟାନ ପ୍ରଫୁଲ୍ଲ କୁମାର ସାହୁଙ୍କ ଘଟଣା ବାବଦରେ ପଚାରିବାରୁ ସେ କହନ୍ତି ପ୍ରଧାନଶିକ୍ଷକଙ୍କ ମନମାନି କରି ଏଭଳି କାର୍ଯ୍ୟ କରିବା ଏହାଏକ ନିନ୍ଦନୀୟ ଘଟଣା। ଏପରିକି ମୁଁ ମଧ୍ୟ ଏବାବବରେ ଅବଗତ ନାଂହି। ସେହିପରି ଶିବପୁରା କ୍ଳଷ୍ଟର ସିଆରିସିସି ରତିକାନ୍ତ ଦାସଙ୍କୁ ଘଟଣା ବାବଦରେ ପଚାରିବାରୁ ସେ ମଧ୍ୟ ଜାଣିନଥିବା କଥା କହିବା ସହିତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚିଠି ନମ୍ବର -୨୦,ତା - ୧୪/୦୨/୨୪ ମୂଳେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ପଠାଇଦେଇଛନ୍ତି।ସେହିପରି ବ୍ଲକ ଶିକ୍ଷା ଅଧିକାରୀଣି ସୋମାରାଣୀ ସେଠୀ ଙ୍କୁ ଘଟଣା ବାବଦରେ ପଚାରିବାରୁ ଘଟଣା ସମ୍ବଧରେ ଅବଗତ ହୋଇଛି ।କାର୍ଯ୍ୟରେ ଅବହେଳା ସମ୍ବଧରେ କାରଣ ଦର୍ଶାହ ନୋଟିସ ଜାରି କରାଯିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମତ ରଖିଥିଲେ। ବାରମ୍ବାର ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁ ସେଠୀଙ୍କ ବିରୋଧରେ ମାଳମାଳ ଅଭିଯୋଗ ଆସୁଥିଲେ ମଧ୍ୟ ବ୍ଲକ ଶିକ୍ଷା ଅଧିକାରିଣୀ କାରଣ ଦର୍ଶାହ ନୋଟିସ ଲଗାଇ ଚୁପ ବସିଯିବେ ନାଁ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: Tarique Rahman: ତାରିକ୍‌ ରହମାନଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କରିପାରେ ବିଏନ୍‌ପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe