ବାଇକ୍‌ ଧକ୍କାରେ ଯୁବକ ମୃତ, ଜଣେ ଗୁୁରତର

ବାଲେଶ୍ବର ଜିଲ୍ଲା ସୋର-କୁପାରି ରାସ୍ତା ବ୍ରାହ୍ମଣପୋଖରୀ ଛକ ନିକଟରେ ଦୁଇବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଖଇରା ଥାନା ଅଚ୍ୟୁତପୁର ଦେଉଳି ଗ୍ରାମର ଗଣେଶ ବେହେରା।

Ganesh Behera

Ganesh Behera Photograph: (Sambad )

ସୋର: ବାଲେଶ୍ବର ଜିଲ୍ଲା ସୋର-କୁପାରି ରାସ୍ତା ବ୍ରାହ୍ମଣପୋଖରୀ ଛକ ନିକଟରେ ଦୁଇବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଖଇରା ଥାନା ଅଚ୍ୟୁତପୁର ଦେଉଳି ଗ୍ରାମର ଗଣେଶ ବେହେରା (୪୫)।

ଏହି ଖବର ପଢ଼ନ୍ତୁ: ୬୫ ହଜାର କୋଟି ଟଙ୍କା ବ୍ୟୟରେ କେନ୍ଦୁଝରରେ ନିର୍ମାଣ ହେବ ଷ୍ଟିଲ୍‌ ପ୍ଲାଣ୍ଟ!

ସୂଚନା ଅନୁସାରେ ଗଣେଶ ଓ ତାଙ୍କ ସାଙ୍ଗ ସୁନନ୍ଦ ବେହେରା ଆଜି ସନ୍ଧ୍ୟାରେ ଏକ ସ୍କୁଟି ଯୋଗେ ବଜାରକୁ ଯାଉଥିବା ବେଳେ ବ୍ରାହ୍ମଣପୋଖରୀ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଅନ୍ୟ ଏକ ବାଇକ୍‌ ସହ ମୁହାଁମୁହିଁ ଧକା ହୋଇଥିଲା। ଫଳରେ ଗଣେଶ ଓ ତାଙ୍କ ସାଙ୍ଗ ସୁନନ୍ଦ ଗୁରୁତର ଆହତ ହୋଇଥିଲେ।

ଏହି ଖବର ପଢ଼ନ୍ତୁ: ସହଦେବ ନାୟକ ହତ୍ୟା: ଡିଏନ୍‌ଏ ପରୀକ୍ଷା ପାଇଁ ଗଲା ରକ୍ତଭିଜା ପୋଷାକମ

ବ୍ରାହ୍ମଣପୋଖରୀ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକା ହୋଇଥିଲା। ଫଳରେ ଗଣେଶ ଓ ତାଙ୍କ ସାଙ୍ଗ ସୁନନ୍ଦ ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାରେ ଗଣେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଖବର ପଢ଼ନ୍ତୁ: ଏଥର ବିନା ଆଇଟମ୍‌, ଅଶ୍ଲୀଳ ନୃତ୍ୟରେ ଜମିବ ଖଣ୍ଡଗିରି ଯାତ୍ରା ମେଳା

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଗଣେଶଙ୍କୁ ଡାକ୍ତର ମୃତ ଘୋଷଣା କରଥିବା ବେଳେ ସୁନନ୍ଦର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଖବର ପଢ଼ନ୍ତୁ: ଡ୍ରୋନ୍ ଦ୍ୱାରା କଏଦୀଙ୍କୁ ଅସ୍ତ୍ରଶସ୍ତ୍ର-ଡ୍ରଗ୍ସ ଯୋଗାଇ ଦିଆଯାଉଥିବା ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe