Representational image of accident. (File photo)
ସୋର: ଭଦ୍ରକରୁ ବାହାନଗା ଅଭିମୁଖେ ବାଇକ ଯୋଗେ ଆସୁଥିବା ବେଳେ ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭର ବ୍ରିଜ ନିକଟରେ ପୋଲକୁ ପିଟିହୋଇ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଭଦ୍ରକ ଜିଲା ରାଣୀତାଲ ଅଂଚଳର ଲଡ୍ର ମୁର୍ମୁ (୨୫) ଓ ଗୁରୁତର ଜଣଙ୍କ ହେଲେ ମକରନ୍ଦ ସୁରେନ(୩୫)। ଉଭୟ ଆଜି ମଧ୍ୟହ୍ନରେ ଓଡ଼ି ୧୧ ଏଏଚ ୪୦୭୧ ନମ୍ବର ବିଶିଷ୍ଟ ଏକ ପଲସର ବାଇକ ଯୋଗେ ଭଦ୍ରକରୁ ବାହାନଗା ବାରିକପୁର ହାଟକୁ ଆସୁଥିଲେ। ଲଡ୍ର ବାଇକ ଚଳାଉଥିବା ବେଳେ ଭରସମ୍ୟ ହରାଇ ପୋଲର ବାଡ଼ାକୁ ଧକା ଦେଇଥିଲେ। ଘଟଣା ସ୍ଥଳରେ ଲଡ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ମକରନ୍ଦ ଗୁରୁତର ଆହତ ହୋଇଥିଲେ।
ଆହୁରି ପଢ଼ନ୍ତୁ: Farmers Wear Bear Dress ଥମୁନି ମାଙ୍କଡ଼ ଉତ୍ପାତ: ଭାଲୁ ବେଶରେ ବିଲ ଭିତରେ ପଇଁତରା ମାରୁଛି ଚାଷୀ...
ସ୍ଥାନୀୟ ଲୋକଙ୍କ ସହଯୋଗରେ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକଟିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: Jaipuri Sanganeriprint Cover: ରେଳଯାତ୍ରୀଙ୍କ ପାଇଁ ଆସୁଛି ସୁନ୍ଦର ଓ ଆରାମଦାୟକ କମ୍ବଳ ଖୋଳ
Balasore
Follow Us