Prison escape from jail in Soro of Balasore district. Photograph: (sambad.in)
ଭୁବନେଶ୍ବର/ସୋର: କଟକ ଜିଲ୍ଲା ଚୌଦ୍ବାର ଜେଲ୍ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ଘଟଣା ମନରୁ ଲିଭି ନଥିବା ବେଳେ ବାଲେଶ୍ବର ଜିଲ୍ଲା ସୋର ଜେଲ୍ରୁ ଆଜି ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୁଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଏ ବାବଦରେ ଜଣାପଡ଼ିବା ପରେ ଜେଲର ବୈଲୋଚନ ପଣ୍ଡା ସୋର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: Delhi Air Pollution ମଜା ସାଜିଲା ସଜା: ବାଣ ଫୁଟାରୁ ବାୟୁ ପ୍ରଦୂଷଣ, ସମସ୍ତେ ଖୁଁ ଖାଁ... ଦିଲ୍ଲୀ ପରେ ଲାହୋର ୨ୟ ପ୍ରଦୂଷିତ ସହର
ସୋର ଜେଲ୍ରୁ କଏଦୀ ଫେରାର ନେଇ ଜେଲ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଜେଲ୍ ଭାଙ୍ଗି ଜଣେ କଏଦୀ ଫେରାର ହୋଇଯାଇଛି। ବିଚାରାଧୀନ କଏଦୀ କମ୍ବଳ ପକାଇ ଫେରାର ହୋଇଯାଇଛି। ବଡ଼ପଥର ବାନ୍ଧି ଆର ପଟକୁ ପକାଇ ଫେରାର ହୋଇଯାଇଛି।ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ ଗିରଫ ଅଭିଯୁକ୍ତ ଏକ ଚୋରି ମାମଲାରେ ଜେଲ୍କୁ ଆସିଥିଲା। ତାକୁ ଜେଲ୍ର ୪ ନମ୍ବର ୱାର୍ଡରେ ରଖା ଯାଇଥିଲା।
ଏହି ଘଟଣା ନେଇ ଜେଲ୍ ଡିଜି ସୁଶାନ୍ତ ନାଥ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସରଜମିନ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ସୋର ଜେଲ୍ରେ ଏବେ ୨୫୦ ଜଣ ବନ୍ଦୀ ଅଛନ୍ତି। ଏମାନଙ୍କୁ ମାତ୍ର ୩ ଜଣ ଜଗୁଛନ୍ତି। ଜଣେ ଜେଲ୍ ଗେଟ୍ରେ ଏବଂ ଦୁଇଜଣ ଭିତରେ ଜଗୁଥିଲେ। ତେବେ ଜେଲ୍ କର୍ମଚାରୀଙ୍କୁ ଚକମା ଦେଇ ବନ୍ଦୀ ଦୀପକ ରାୟ ଚମ୍ପଟ ମାରିଛି। ଜେଲ୍ ପ୍ରାଚୀର ଡେଇଁ ସେ ପକାଇଛି।
ଆହୁରି ପଢ଼ନ୍ତୁ: Flight fare hike in Diwali: ଦୀପାବଳିରେ ବିମାନ ଭଡା ଆକାଶଛୁଆଁ, ମନ୍ତ୍ରୀଙ୍କ ଚେତାବନୀ ପରେ ବି ଯାତ୍ରୀଙ୍କ ପକେଟ ଉପରେ ମାଡ଼
ସୂଚନାଯୋଗ୍ୟ, ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲ୍ରେ। ବନ୍ଦୀ ଜେଲରୁ ଫେରାର ହେବ ଘଟଣା ଚିନ୍ତାର କାରଣ ହୋଇଛି। ଏହା ସହ ଜେଲ୍ ସୁରକ୍ଷା କିଭଳି ଚଳାଇଛି ତାକୁ ପଦାରେ ପକାଉଛି। ତେବେ ଜେଲ୍ ଡିଜି କହିଛନ୍ତି, ଯେତିକି ୱାର୍ଡର ଜେଲ୍ରେ ରହିବା କଥା ରାଜ୍ୟରେ ୱାର୍ଡର ସଂଖ୍ୟା କମ ରହିଛି। ବନ୍ଦୀ ଫେରାର ଜେଲ୍ ସୁରକ୍ଷାକୁ ପଦାରେ ପକାଇଛି।
Follow Us