Bhadrak: ଭଦ୍ରକ ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

Advertisment

ଭଦ୍ରକ ସହର ହେବ ଉଠା ଦୋକାନ ମୁକ୍ତ। ଆଉ ସହରରେ ଅଳିଆ ଆବର୍ଜନା ପଡ଼ିବନି। ସହର ହେବ ଚକଚକ। ରାସ୍ତା ଘାଟ ସବୁ ହେବ ସୁନ୍ଦର। ସହର ଦେଖିଲେ ଲୋକେ ଲୋଭ କରିବେ। ଏଭଳି ଇଚ୍ଛାଶକ୍ତି ନେଇ ଆଗକୁ ବଢିଛନ୍ତି ଭଦ୍ରକର ଜିଲ୍ଲା ପ୍ରଶାସନ।

ଭଦ୍ରକ ସହର ହେବ ଉଠା ଦୋକାନ ମୁକ୍ତ। ଆଉ ସହରରେ ଅଳିଆ ଆବର୍ଜନା ପଡ଼ିବନି। ସହର ହେବ ଚକଚକ। ରାସ୍ତା ଘାଟ ସବୁ ହେବ ସୁନ୍ଦର। ସହର ଦେଖିଲେ ଲୋକେ ଲୋଭ କରିବେ। ଏଭଳି ଇଚ୍ଛାଶକ୍ତି ନେଇ ଆଗକୁ ବଢିଛନ୍ତି ଭଦ୍ରକର ଜିଲ୍ଲା ପ୍ରଶାସନ।

Bhadrak

Illegals encroachment at Bhadrak town. Photograph: (sambad.in)

ଭଦ୍ରକ (ହରିହର ନାୟକ): ଭଦ୍ରକ ସହର ହେବ ଉଠା ଦୋକାନ ମୁକ୍ତ। ଆଉ ସହରରେ ଅଳିଆ ଆବର୍ଜନା ପଡ଼ିବନି। ସହର ହେବ ଚକଚକ। ରାସ୍ତା ଘାଟ ସବୁ ହେବ ସୁନ୍ଦର। ସହର ଦେଖିଲେ ଲୋକେ ଲୋଭ କରିବେ। ଏଭଳି ଇଚ୍ଛାଶକ୍ତି ନେଇ ଆଗକୁ ବଢିଛନ୍ତି ଭଦ୍ରକର ଜିଲ୍ଲା ପ୍ରଶାସନ। ଭଦ୍ରକ ସହରକୁ ନୂଆ କରି ଗଢ଼ିବା ପାଇଁ ଭଦ୍ରକର ବିଧାୟକ ସୀତାଶୁ ଶେଖର ମହାପାତ୍ର ଆଗଭର ହୋଇଛନ୍ତି। ପୌରପାଳିକା, ପୁଲିସ ପ୍ରଶାସନ, ତହସିଲ କର୍ତ୍ତୃପକ୍ଷ ସହରରୁ ଉଠା ଦୋକାନୀଙ୍କୁ ଉଠାଇବା ଓ ଜବର ଦାଖଲ ଉଚ୍ଛେଦ ପାଇଁ ଦେଢ଼ ବର୍ଷ ହେଲା ଲାଗିଛନ୍ତି।

ଭଦ୍ରକ ସହରରେ ଗତ ଦେଢ଼ବର୍ଷ ଧରି ଜବରଦଖଲ ଉଛେଦ ପ୍ରକ୍ରିୟା ଜାରି ସଙ୍ଗେ ସହରକୁ ପ୍ରଶାସନ ଜବର ଦଖଲମୁକ୍ତ କରିପାରି ନାହାନ୍ତି। ଯେତିକି ଜବରଦଖଲ ଉଚ୍ଛେଦ ହେଉଛି ଦୋକାନୀମାନେ ପୁଣି ରାସ୍ତା ଉପରକୁ ମାଡ଼ି ଆସୁଛନ୍ତି। ସତେ ଯେପରି କିଛି ଉଠା ଦୋକାନୀ ଭାବୁଛନ୍ତି ଭଦ୍ରକ ସହର ଓ ଏ ସହରର ରାସ୍ତାଘାଟ ସବୁ ସେମାନଙ୍କ ଦଖଲକୁ ଚାଲିଯାଉ। ଭଦ୍ରକ ସହରରେ ରାସ୍ତାଘାଟରେ ଲୋକ ଯିବାକୁ ରାସ୍ତା ରଖା ଯାଉ ନାହିଁ। ଦୋକାନୀମାନେ ରାତି ୧୦ଟା ପରେ ବଡ଼ବଡ ମାଲ ବୋଝେଇ ଟ୍ରକ୍‌ ସହର ଭିତରୁ ଆଣି ନିଜ ନିଜ ଗୋଦାମ ଆଗରେ ଠିଆ କରି ରାସ୍ତାକୁ ଅବରୋଧ କରୁଛନ୍ତି। ଆମ୍ବୁଲାନ୍ସ ଟିଏ ମଧ୍ୟ ଛିଡ଼ା କରାଯାଉ ନାହିଁ।

ଦୋକାନୀଙ୍କୁ ଆକ୍ରମଣ କରି ସହରରେ ଆତଙ୍କ

ଉଠା ଦୋକାନୀ ଓ  କିଛି ବ୍ୟବସାୟୀ ଏ ସହରକୁ ମାଡି ବସିବାକୁ ଚାହୁଁ ଥିବା ବେଳେ ଏଭଳି ମାନସିକତା ସହରର ବୁଦ୍ଧିଜୀବୀଙ୍କୁ ବେଶ୍ ବଢୁଛି। କେତେ ଦିନ ଆଉ ଦୋକାନୀଙ୍କ ଦୌରତ୍ମ୍ୟରେ ଅତିଷ୍ଠ ହେବେ। କିଛି ଦୋକାନୀ ମଧ୍ୟ କିଛି ଦୋକାନୀଙ୍କୁ ଆକ୍ରମଣ କରି ସହରରେ ଆତଙ୍କ ଖେଲାଉଛନ୍ତି। ଭଦ୍ରକ ସହରରୁ ଯେଉଁମାନେ ନଷ୍ଟ କରି ଦେବାକୁ ଯୋଜନା କରିଛନ୍ତି। ସେମାନଙ୍କୁ କଡା ସମାଲୋଚନା କରିଛନ୍ତି ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଭଦ୍ରକରୁ ହଟିବ ଜବର ଦାଖଲ। ରହିବନି ଉଠା ଦୋକାନ। ସମସ୍ତଙ୍କୁ ଥଇଥାନ କରାଯିବ। ସହରକୁ ଯେତେ ସୁନ୍ଦର କରିବାକୁ ଯୋଜନା ଚାଲିଛି। ଲୋକେ ସେତେ ମାଡ଼ି ବସିଛନ୍ତି।  ସ୍ଥାୟୀ  ନିର୍ମାଣ କରାନଯିବାକୁ ନିର୍ଦ୍ଦେଶ ଥିବା ବେକେ  ପୁରା ସହରକୁ ପୁଣି ଉଠାଦୋକାନୀ ମାଡି ବସିଥିଲେ।

ଆହୁରି ପଢ଼ନ୍ତୁ: Naxal-Free Bharat: ନୂଆବର୍ଷ ଆସିବା ପରେ ନକ୍ସଲଙ୍କ ଆଖିରୁ ହଜିଛି ନିଦ: ମାଓବାଦୀଙ୍କ ମନରେ 'ମାର୍ଚ୍ଚ' ଛନକା... ମାଓମୁକ୍ତ ହେବ ଭାରତ

ଚେତାବନୀ ପରେ କାର୍ଯ୍ୟାନୁଷ୍ଠାନ

ତେବେ ଗତ ଦୁଇଦିନ ତଳେ ବ୍ୟବସାୟିକ ଶତ୍ରୁତାକୁ ନେଇ ଏକ ନିର୍ଦିଷ୍ଟ ସମ୍ପ୍ରଦାୟ ଜଣେ ଇଠାଦୋକାନୀ ଯୁବକ ଅନ୍ୟ ଏକ ସମ୍ପ୍ରଦାୟ ଜଣେ ଯୁବକଙ୍କୁ ଛୁରା ମାଡ଼ କରି ସହରରେ ଆତଙ୍କ ସୃଷ୍ଟି କରିବା ପରେ ପ୍ରଶାସନ ଚେତା ପଶିଥିଲାI ଏହି ଘଟଣାକୁ ନେଇ ଏକ ସମ୍ଭାବ୍ୟ ବଡ଼ଧରଣର ଗଣ୍ଡଗୋଳକୁ ଏଡ଼େଇବାକୁ ଯାଇ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହିତ ପୁରା ବଜାରକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିଛନ୍ତି। ପ୍ରଥମେ ଡାକବାଳି ଯନ୍ତ୍ର ଯୋଗେ ରାସ୍ତା ଅବରୋଧ କରି ଇଠା ଦୋକାନୀଙ୍କୁ ଉଠିଯିବାକୁ ଚେତାବନୀ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଶୁକ୍ରବାର ସକାଳୁ ପୁଲିସ ପ୍ରଶାସନ ମିଳିତ ଉଦ୍ୟମରେ ଭଦ୍ରକ ଅପରିବିନ୍ଧା ଛକ ଠାରୁ ଶନି ମନ୍ଦିର ଛଳ ଯାଏ ସହରରେ ପୁଣି ଜବର ଦଖଲ ଇଛେଦ ଆରମ୍ଭ ହୋଇଥିଲା। ଜେସିବି ଲଗାଇ ପୁରା ସହରକୁ ଅଳିଆମୁକ୍ତ ପ୍ରଶାସନ କରିଛି। ଆଜି ମଧ୍ୟ ଭଦ୍ରକର ଏଲ୍‌ଆଇସି ଛକ ରାସ୍ତା ପାର୍ଶ୍ଵ ଉଠା ଦୋକାନୀଙ୍କୁ ରାସ୍ତାରୁ ଉଠାଇ ଦିଆଯାଇଛି। ଯିଏ ଦୋକାନ କରିବ ନିଜ ଜାଗାରେ ଦୋକାନ କରି ନହେଲେ ଭଡା ଘର ନେଇ ଦୋକାନ କରନ୍ତୁ ବୋଲି ସାଧାରଣ ଲୋକେ  ପ୍ରତିକ୍ରିୟାରେ ପ୍ରକାଶ କରୁଛନ୍ତି। ଉଠା ଦୋକାନ ହଟିବା ପରେ ରାସ୍ତା  ଜବର ଦଖଲ ମୁକ୍ତ ହୋଇଛି।

ଆହୁରି ପଢ଼ନ୍ତୁ: Childhood Love Not Be Forgotten: ପିଲାଦିନ ପ୍ରେମ ଭୁଲି ନଯିବ,ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ଭଦ୍ରାଙ୍କ ପିଲାଦିନର ଫଟୋ ଭାଇରାଲ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe