Under Construction Bridge: ଆଗକୁ ବଢୁନି ଡଗରାସାହି ରେଳ ଫ୍ଲାଏ ଓଭରବ୍ରିଜ୍‌ କାମ

ଭଦ୍ରକର ଚରମ୍ପା ଷ୍ଟେସନର ଡଗରା ସାହି  ୧୧୮ ନମ୍ବର ଲେବିଲ କ୍ରସିଂ ନିକଟରେ ଏକ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପାଇଁ ଅତୀତରେ ପୂର୍ବତନ ବିଧାୟକ ନରେନ୍ ପଲେଇଙ୍କ ନେତୃତ୍ବରେ ଚରମ୍ପାର ସହ ସହ ଲୋକ ଆନ୍ଦୋଳନରେ ସାମିଲ ହୋଇଥିଲେ।

bhakrak

Under construction bridge in Bhadrak. Photograph: (sambad.in)

ଭଦ୍ରକ (ଡ. ହରିହର ନାୟକ): ଭଦ୍ରକର ଚରମ୍ପା ଷ୍ଟେସନର ଡଗରା ସାହି  ୧୧୮ ନମ୍ବର ଲେବିଲ କ୍ରସିଂ ନିକଟରେ ଏକ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପାଇଁ ଅତୀତରେ ପୂର୍ବତନ ବିଧାୟକ ନରେନ୍ ପଲେଇଙ୍କ ନେତୃତ୍ବରେ ଚରମ୍ପାର ସହ ସହ ଲୋକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନ, ଧାରଣା, ଧର୍ମଘଟ ହୋଇଥିଲା। ବିଭିନ୍ନ ରାଜନୈତିକ ଦଳର ନେତ୍ରୁ ମଣ୍ଡଳୀ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ଥାନୀୟ ବୁଦ୍ଧିଜୀବୀମାନେ ଏ ସମ୍ପର୍କରେ ବାରମ୍ବାର ଦାବି କରି ଥିଲେ।

ଏହି ଦାବି ପରେ ଏଠାରେ ରେଳ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ରେଳ ବିଭାଗ ନିଷ୍ପତ୍ତି ନେଇ ଗତ ଦୁଇ ବର୍ଷ ତଳେ କାମ ଆରମ୍ଭ କରିଥିଲେ। ଏହି କାମ ପାଇଁ ଏବେ ସୁଦ୍ଧା ୩ ଟି ପିଲାର ନିର୍ମାଣ କାମ ହୋଇଛି। ଏହି ବ୍ରିଜର ନିର୍ମାଣ କାମ ଅଟକି ରହିବା କାରଣରୁ ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇ ଥିଲା। ଏବେ କାଳୀ ପୂଜା ଆସୁଥିବାରୁ ଷ୍ଟେସନ ଦେଇ ବହୁ ଟ୍ରେନ ଚଳ ଚଳ କରୁଥିବାରୁ ଲୋକମାନେ ଠାକୁର ଦର୍ଶନ କରିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଆହୁରି ପଢ଼ନ୍ତୁ: Mysterious village mourn on Diwali: ଦୀପାବଳିରେ ଏହି ଗାଁରେ ଶୋକ ପାଳନ୍ତି ଲୋକେ

କଷ୍ଟରେ ଲୋକମାନେ ଲେବୁଲ କ୍ରସିଂ ପାର ହୋଇ ଯାତାୟାତ କରୁଛନ୍ତି। ଏହି ବ୍ରିଜ ନିର୍ମାଣ ପାଇଁ ଏବେ ପୁଣି ରେଳ ବିଭାଗ ତତପର ହୋଇ ଉଠିଥିବା ବେଳେ କାମ ଆଗକୁ ଆଗେଇବା ବୋଲି ଲୋକେ ଆଶା ପ୍ରକଟ କରିଛନ୍ତି। ଏହି ଓଭର ବ୍ରିଜ କାମ ଯଥା ଶୀଘ୍ର ଶେଷ କରିବାକୁ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: No Alimony To Financially Independent Spouse: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ଭରଣପୋଷଣ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ

ସେହିପରି ଭଦ୍ରକ ଚରମ୍ପା  ଷ୍ଟେସନର ବାମ ପାର୍ଶ୍ଵ ୧୧୯ ନମ୍ବର  ପଥର କାଳୀସାହି ପାର୍ଶ୍ଵ  ଲେବୁଲ କ୍ରସିଂ ଫ୍ଲଏ ଓଭର ବ୍ରିଜ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲେ ମଧ୍ୟ ବହୁ ଦିନ  ହେଲା ଏହି କାମ ଶେଷ ହୋଇ ପାରୁ ନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରେଳ ଚଳାଚଳ ବେଳେ ଏହି ଲେବୁଳ କ୍ର ସିଂ ପାଖରେ ଘଣ୍ଟା ଘଣ୍ଟା ଧରି ଲୋକେ ଠିଆ ହୋଇ ଏହି ଛନ୍ତି। ଯାତ୍ରୀ ଓ ଆମ୍ବୁଲାନ୍ସ ଯିବାରୁ ଅସୁବିଧା ହେଉଛି। ଭଦ୍ରକ ଷ୍ଟେସନରେ ଦୁଇ ପାର୍ଶ୍ଵରେ ଦୁଇଟି ଲେବୁଲ କ୍ରସିଂ ପାଇଁ ବର୍ଷାବର୍ଷ ଧରି ଲୋକେ ଯାତାୟତରେ କଷ୍ଠ  ପାଉଛନ୍ତି। ଏଠାରେ ଯାତ୍ରୀଙ୍କ ଅପେକ୍ଷା ବହୁ କାଷ୍ଠ ଦାୟକ ହୋଇଥାଏ। ଏବେ କାଳୀପୂଜା ଆସିଲେ ଲୋକେ ପୁଣି ସେହି ସମସ୍ୟା କଥା ଉଠାଇ ଥାନ୍ତି। ଭଦ୍ରକର ପ୍ରସିଦ୍ଧ କାଳୀ ପୂଜାରେ ଯାତ୍ରୀଙ୍କ ପାଇଁ ଏହି ଲେନୁଲ ଜ୍ରସିଂ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଏହି କାର୍ଯ୍ୟକୁ ଶୀଘ୍ର ଶେଷ କରି ଗମନା ଗମନର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି। 

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe