Textile inspectors trapped Photograph: (Sambad )
ବୌଦ୍ଧ: ସ୍ଥାନୀୟ ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ କାର୍ଯ୍ୟାଳୟର ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି।
ଏହି ଖବର ପଢ଼ନ୍ତୁ: କଲବଲ କରୁଛି ବର୍ଷା-ଶୀତ: ଜନଜୀବନ ଅସ୍ତବ୍ୟସ୍ତ
ସୂଚନା ଅନୁସାରେ ବାଉଁଶୁଣୀ ସମବାୟ ସମିତିର ବିଲ୍ ରିଲିଜ୍ ଲାଗି ଉଭୟ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଭିଜିଲାନ୍ସ କାର୍ଯ୍ୟାଳୟରେ ଲାଞ୍ଚୁଆ ଦୁଇ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ୍ୟ କୁମାର ଦାସଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ରାହୁଲଙ୍କ ଟି-ସାର୍ଟ ପିନ୍ଧିବାକୁ ମାୟାବତୀଙ୍କ ସମାଲୋଚନା
ସରକାର କହୁଛନ୍ତି ସ୍ବଚ୍ଛତାର ସହିତ ଶାସନ ଚାଲିଛି। କିନ୍ତୁ ତୃଣମୂଳ ସ୍ତରରେ କ’ଣ ହେଉଛି ତାହା ଜନସାଧାରଣ ଭଲଭାବରେ ଜାଣିଛନ୍ତି। ଲୋକେ କହିବା ଆରମ୍ଭ କରିଛନ୍ତି, ୨୪ ବର୍ଷର ବିଗତ ସରକାର ଯାହା ଥିଲା, ବର୍ତ୍ତମାନ ମଧ୍ୟରେ କିଛି ପରିବର୍ତ୍ତନ ହୋଇନାହିଁ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଲାଞ୍ଚୁଆ ବାବୁମାନେ ସେମାନଙ୍କର ଅଭ୍ୟାସ ପରିବର୍ତ୍ତନ କରିପାରି ନାହାନ୍ତି। ପରିବର୍ତ୍ତିତ ସରକାର ନିଜର କର୍ମଚାରୀମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିପାରି ନାହାନ୍ତି।
ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଆଜି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେବାର ଅଳ୍ପ ସମୟ ମଧ୍ୟରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ମାଡ଼ିବସିଥିଲେ। ସେମାନେ ସେଠାରୁ ଦୁଇ କର୍ମଚାରୀଙ୍କ ଠାରୁ ରସାୟନ ବୋଳାଯାଇଥିବା ୫୦୦୦ ଟଙ୍କା ଜବତ କରିଥିଲେ।
ଏହି ଖବର ପଢ଼ନ୍ତୁ: ମ୍ୟାଚ ମଝିରେ ରିଜୱାନ୍ ଓ କ୍ଲାସେନଙ୍କ ମଧ୍ୟରେ ହେଲା ଝଗଡା
ଚଢ଼ାଉ ପରେ ଉଭୟ ଅଧିକାରୀଙ୍କ ଲିଙ୍କ୍ ଥିବା ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସନ୍ଧାନ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତ ଶ୍ରୀ ସାହୁ ଏବଂ ଶ୍ରୀ ଦାସଙ୍କ ବିଷୟରେ ଅଧିକ ତଦନ୍ତ ଚାଲିଛି।
ଏହି ଖବର ପଢ଼ନ୍ତୁ: ବାଇକ୍ ଉପରେ ଚଢ଼ିଗଲା ଟ୍ରେଲର
Follow Us