ବସ୍-ପାଇପ ବୋଝେଇ ଟ୍ରକ୍ ଧକ୍କା: ୪ ଆହତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥରେ ଏକ ପାଇପ ବୋଝେଇ ଟ୍ରକ୍ ଓ ବସ୍ ମଧ୍ୟରେ ଧକ୍କା ହୋଇ ୪ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି...

bus hit the truck

bus hit the truck Photograph: (sambad.in)

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା  ୨୬ନମ୍ବର ଜାତୀୟ ରାଜପଥରେ ଏକ ପାଇପ ବୋଝେଇ ଟ୍ରକ୍ ଓ ବସ୍ ମଧ୍ୟରେ ଧକ୍କା  ହୋଇ ୪ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ ଡେଜି ନାମକ ଘରୋଇ ବସ୍ ନମ୍ବର ଓଡ଼ି ୧୫ ଜେ ୭୫୯୫ ସମ୍ବଲପୁରରୁ ଦାମନଯୋଡି ଆସିବା ସମୟରେ ବିପରୀତ ଦିଗରୁ କର୍ଣ୍ଣାଟକରୁ ରାୟଗଡ଼ ଯାଉଥିବା ପାଇପ ବୋଝେଇ ଟ୍ରକ୍ ନମ୍ବର ଏପି ଟିୱାଇ ୧୬୬୯୫୪ ସହ ଧକ୍କା ହୋଇଥିଲା।

ବସ୍‌ଟି ଧକ୍କା ହୋଇ ରାସ୍ତା କଡ଼ ଖାଲକୁ ଖସି ଓଲଟି ପଡିଥିଲା। ଫଳରେ ବସ୍‌ ଯାତ୍ରୀ ଗୀତା ଭତରା, ବାସନ୍ତି ସେନାପତି, ଅନନ୍ତ ସେନାପତି ଓ ଦିପେନ୍ଦ୍ର ବେହେରା ଆହତ ହୋଇଥିଲେ। ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଜାତୀୟ ରାଜପଥ ଉପରେ ପାଇପଗୁଡିକ ପଡିରହିଛି।

ଅଧିକ ପଢ଼ନ୍ତୁ: ବାହାଘର ପୂର୍ବରୁ ପରିବାର ବିରୋଧରେ ଭିଡିଓ ପୋଷ୍ଟ୍‌ କରିବାରୁ ଝିଅକୁ ହତ୍ୟା

ପାଇପ ବୋଝେଇ ଟ୍ରକ୍‌ର ପାର୍ଶ୍ୱରେ ବସ୍‌ ଧକ୍କା ଦେବା ଯୋଗୁ ପାଇପରେ ବନ୍ଧା ଯାଇଥିବା ବେଲ୍ଟ ଛିଡି ଯିବା ଯୋଗୁ ପାଇପଗୁଡିକ ଖସି ପଡ଼ିଥିଲା। ବସ୍ ଡ୍ରାଇଭର ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡ଼ ଜମିକୁ ବସ୍‌କୁ ନେଇଯାଇଥିବା କୁହାଯାଉଛି। ବସ୍‌ରେ ୨୬ଜଣ ଯାତ୍ରୀ ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe