ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ

ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...

ଅଦ୍ୟତନ ହୋଇଛି
WhatsApp Image 2024-11-21 at 1.27.45 PM

ରାଉରକେଲା: ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ଗୁରୁବାର  ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି। ଖାଦ୍ୟ ନିରୀକ୍ଷିକା ସ୍ଵାଗତିକା ବେହେରା ଓ ତାଙ୍କ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତିଆରି ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ।

ଖାଦ୍ୟର ନମୁନା ସଂଗ୍ରହ କରି ଭୁବନେଶ୍ୱର ଲବ୍ରୋଟୋରିକୁ ପଠାଇଛନ୍ତି। କେବଳ ଏତିକି ନୁହେଁ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି ହେଉଥିବା ଯାଞ୍ଚରୁ ଜଣାପଡିଛି।

ବାରମ୍ବାର ଅଭଯୋଗ ହେବା ପରେ ଆରଏମସି ପକ୍ଷରୁ ଦୁଇଥର ନୋଟିସ ହୋଇଥିଲା। ହେଲେ ମାଲିକ କୌଣସି ଉତ୍ତର ଦେଇ ନ ଥିଲେ କି ଅଧିକାରୀ ତାଗିଦ୍‌କୁ ଖାତିର କରି ନ ଥିଲେ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ: ଆଇନମନ୍ତ୍ରୀ

ଗୁରୁବାର ଚଢ଼ଉ ପରେ ଆସନ୍ତା ୭ଦିନ ପାଇ ରେସ୍ତୋରାଁକୁ ସିଲ୍ କରାଯାଇଛି। ଏହା ପୂର୍ବରୁ ରାଉରକେଲା ଶିଳ୍ପାଞ୍ଚଳରେ ଏକ ଆଇସକ୍ରିମ କାରଖାନାକୁ ସିଲ୍ କରାଯାଇଥିଲା। ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ଆରଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ଉକୁ ଜୋରଦାର କରାଯାଇଛି।

ଅଧିକ ପଢ଼ନ୍ତୁ: ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ମାଓବାଦୀ: ଖୁରାନିଆଙ୍କ ଅପିଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe