କୋର୍ଟ ଭ୍ୟାନ୍-ଟ୍ରକ ଧକ୍କା: ପୁଲିସ୍‌-ମୁଦାଲା ଆହତ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀ ଛକରେ ଗୁରୁବାର ସକାଳେ ଏକ କୋର୍ଟ ଭ୍ୟାନ୍‌ ଟ୍ରକକୁ ପଛପଟୁ ପିଟିଛି।ଏଥିରେ କୋର୍ଟ ଭ୍ୟାନ୍‌ର ସମ୍ମୁଖ କାଚ ଭାଙ୍ଗି ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି...

Court van-truck collision

Court van-truck collision

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗାନ୍ଧୀ ଛକରେ  ଗୁରୁବାର ସକାଳେ ଏକ କୋର୍ଟ ଭ୍ୟାନ୍‌  ଟ୍ରକକୁ ପଛପଟୁ ପିଟିଛି।ଏଥିରେ କୋର୍ଟ ଭ୍ୟାନ୍‌ର ସମ୍ମୁଖ କାଚ ଭାଙ୍ଗି  ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ଆହତଦ୍ୱୟଙ୍କ ମଧ୍ୟରୁ ଜଣେ ପୁଲିସ୍‌ କର୍ମଚାରୀ ଓ ଅନ୍ୟ ଜଣେ ମୁଦାଲା ବୋଲି ଜଣାଯାଇଛି। କୋର୍ଟ ଭ୍ୟାନ୍ ମୁଦାଲାଙ୍କୁ ନେଇ ଯାଉଥିଲା।

ଅଧିକ ପଢ଼ନ୍ତୁ: ଅଧାରେ ରହିଲା ରାହୁଲ ଗାନ୍ଧୀଙ୍କ ସ୍ବପ୍ନ

ବୌଦ୍ଧ ଜେଲ୍‌ରୁ ପୁଲିସ୍ କର୍ମଚାରୀ ଏବଂ ମୁଦାଲା ମିଶି ମୋଟ ୧୦ ଜଣ ଭ୍ୟାନ୍‌ ଯୋଗେ କଣ୍ଟାମାଳ କୋର୍ଟକୁ ଯାଉଥିଲେ।

ମନମୁଣ୍ଡା ଗାନ୍ଧୀ ଛକ ନିକଟରେ ହଠାତ୍‌ ଭ୍ୟାନ୍‌ଟି ଆଗରେ ଥିବା ଏକ ଟ୍ରକ୍‌ ସହିତ ପିଟି ହୋଇଥିଲା। ଆହତଙ୍କୁ ଚିକିତ୍ସାଲାଗି ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ସରକାରୀ ଅବହେଳାର ଶିକାର ଘୁ.ଉଦୟଗିରି ଅଞ୍ଚଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe