CJI: ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରଭାବଶାଳୀ ମାଧ୍ୟମ: ସିଜେଆଇ

Advertisment

ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବ‌ରେ ନୁହେଁ ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲୀ ପରୀକ୍ଷା ନିହିତ ଥାଏ। ସମୟରେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ।

ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବ‌ରେ ନୁହେଁ ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲୀ ପରୀକ୍ଷା ନିହିତ ଥାଏ। ସମୟରେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ।

CJI

Chief Justice of India in Cuttack. Photograph: (sambad.in)

କଟକ: ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବ‌ରେ ନୁହେଁ ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲୀ ପରୀକ୍ଷା ନିହିତ ଥାଏ। ସମୟରେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜ‌ଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ ତରଫରୁ ସହିଦ ଭବନଠାରେ ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ: ମାମଲା ଖର୍ଚ୍ଚ ଓ ବିଳମ୍ବ ହ୍ରାସ ପାଇଁ ରଣନୀତି’ ଶୀର୍ଷକ ଆଲୋଚନାଚକ୍ରରେ ପ୍ରଧାନ ବିଚାରପତି ଯୋଗ ଦେଇ ଏପରି କହିଛନ୍ତି। 

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନ ବିଚାରପତି କହିଥିଲେ ଯେ ଯେତେବେଳେ ନ୍ୟାୟ ପ୍ରତ୍ୟାଶିତ, ସୁଗମ ଓ ମାନବୀୟ ବୋଲି ଅନୁଭବ ହୁଏ ସେତେବେଳେ ଆଇନର ଶାସନ ବାସ୍ତବ ଅର୍ଥ ପ୍ରାପ୍ତ କରିଥାଏ। ସବୁ ସଂସ୍କାର ଅନ୍ତଃତ ଅନିଶ୍ଚିତତା କମ କରିଥାଏ, ମହକିଲଙ୍କ ଉପରେ ବୋଝ ହ୍ରାସ କରେ, ସମ୍ମାନ ନିଶ୍ଚିତ କରେ। ନାଗରିକମାନେ ଦୁଇଟି ପ୍ରମୁଖ ପ୍ରତିବନ୍ଧକ ଯଥା ମାମଲାର ଉଚ୍ଚ ଖର୍ଚ୍ଚ ଓ ଫଏସଲାରେ ବିଳମ୍ବର ସମ୍ମୁଖୀନ ହୋଇଥାନ୍ତି। ନ୍ୟାୟ ଦୀର୍ଘସୂତ୍ରୀ ଓ ମହଙ୍ଗା ହେଲେ ଆଇନର ଶାସନର ମୂଳ ଉ‌ଦ୍ଦେଶ୍ୟ ପରାଜିତ ହୋଇଥାଏ।

ପର୍ଯ୍ୟାୟ କ୍ରମେ ମାମଲା ହ୍ରାସ କରାଯାଇପାରିବ

ତେବେ ସାମ୍ପ୍ରତିକ ପରିସ୍ଥିତିରେ ଅଦାଲତଗୁଡିକ ପାଇଁ ମାମଲା ବୋଝ ଆହ୍ବାନ ହୋଇଥିଲେ ହେଁ ଏହାକୁ ପର୍ଯ୍ୟାୟ କ୍ରମେ ହ୍ରାସ କରାଯାଇପାରିବ। ବିକଳ୍ପ ବିବାଦ ସମାଧାନ (ଏଡିଆର) ଗେମ୍‌ ‌ଚେଞ୍ଜର ହୋଇଥିବା ବେଳେ ମଧ୍ୟସ୍ଥତା (ମେଡିଏସନ) ନିର୍ଦ୍ଦିଷ୍ଟ ଭାବେ ଜନପ୍ରିୟ ହେଉଛି। ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବାକୁ ହେଲେ ମଧ୍ୟସ୍ଥତା ଏକ ଶକ୍ତିଶାଳୀ ତଥା ପ୍ରଭାବୀ ମାଧ୍ୟମ ହେଉ ବୋଲି ସେ କହିଛନ୍ତି। ସେହିଭଳି ଏଆଇ (ଆର୍ଟିଫସିଆଲ ଇଣ୍ଟେଲିଜେନ୍ସ) ମାନବ ସମ୍ବଳର ବିକଳ୍ପ ହୋଇପାରିବ ନାହିଁ ବରଂ ନ୍ୟାୟିକ ବ୍ୟବସ୍ଥାରେ ଏହାକୁ ଏକ ପ୍ରଭାବୀ ଉପକରଣ ଭାବେ ବ୍ୟବହାର କରାଯାଇପାରିବ। ପ୍ରଯୁକ୍ତିବିଜ୍ଞାନ ଦୂରତା କମ କରିବା ସହିତ ଭୌଗୋଳିକ ବାଧା ଦୂର କରି ପାରିଛି। ଏହା ଦ୍ବାରା ଉପାନ୍ତ ଅଞ୍ଚଳରେ ରହି ଜଣେ ଆଇନଜୀବୀ ହାଇକୋର୍ଟରେ ମାମଲା ଦାୟର କରିବା ସହିତ ଶୁଣାଣିରେ ଅଂଶଗ୍ରହଣ କରି ପାରୁଛନ୍ତି। ପ୍ରଯୁକ୍ତିବିଦ୍ୟା ନ୍ୟାୟର ସେବକ ହୋଇ ରହିବା ଉଚିତ, ଏହାର ବିକଳ୍ପ ନୁହେଁ। ଡିଜିଟାଇଜେସନ ଯୁଗରେ ସଂସ୍କାର ପ୍ରକ୍ରିୟା ଯେପରି ଗରିବ ଓ ବରିଷ୍ଠଙ୍କୁ ବଞ୍ଚିତ ନ କରେ ତାହା ସୁନିଶ୍ଚିତ କରାଯିବା ଉଚିତ। ମାମଲା ଖର୍ଚ୍ଚ ଓ ବିଳମ୍ବ ହ୍ରାସ ପାଇଁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳର ଉପଯୋଗ ଓ ନ୍ୟାୟିକ ଭିତ୍ତିଭୂମି ବିକାଶ ଉପରେ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଛନ୍ତି।

ଆହୁରି ପଢ଼ନ୍ତୁ: High Court: ସରକାରୀ ହସ୍ପିଟାଲରେ ଜନଔଷଧୀ କେନ୍ଦ୍ର ବନ୍ଦ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

ବିଚାରଧୀନ ମାମଲା ଚିନ୍ତାଜନକ

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ କହିଥିଲେ ଯେ, ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ଚିନ୍ତାଜନକ ହୋଇଥିବା ବେଳେ ଏହାକୁ ହ୍ରାସ ପାଇଁ ଉପଯୁକ୍ତ ପରିଚାଳନା ଓ ପ୍ରାକ-ମୋକଦ୍ଦମା ମଧ୍ୟସ୍ଥତାର ଆବଶ୍ୟକତା ରହିଛି। ମାମଲା ସମାଧାନ ପାଇଁ ଉଭୟ ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ମିଳିତ ଉତ୍ତରଦାୟିତ୍ବ ରହିଛି ଓ ଆଇନଜୀବୀଙ୍କ ସହଯୋଗ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ହାଇକୋର୍ଟ ବାର ଆସୋସିଏସନ ସଭାପତି ମନୋଜ କୁମାର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଅଭିଜିତ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ଆଇନଜୀବୀ ସିଦ୍ଧାର୍ଥ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୫୦ବର୍ଷ ଓ ଅଧିକ ସମୟ ଧରି ଓକିଲାତି କରିଥିବା ହାଇକୋର୍ଟର ଆଇନଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଭାରତୀୟ ଜଜେସ୍‌ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଅଂଶ ଗ୍ରହଣ ଓ କୃତିତ୍ଵ ଅର୍ଜନ ପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ, ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି.ନରସିଂହ ,ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ଟ୍ରଫି ଓ ଉତ୍ତରୀୟ ଦେଇ ପ୍ରଧାନ ବିଚାରପତି ସମ୍ବର୍ନ୍ଧିତ କରିଥିଲେ। ହାଇକୋର୍ଟର ସମସ୍ତ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ହାଇକୋର୍ଟ ବାର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: 53rd Chief Justice of India: ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe