High Court Judgement: ପାଓମେକ୍ସ ଷ୍ଟିଲ କାରଖାନା ଡିଜିଏମ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଜାମିନ

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପାଉମେକ୍ସ ଷ୍ଟିଲ କାରଖାନାର ଡିଜିଏମ ରାଧେଶ୍ୟାମ ରାୟଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମହତାବ ଖାରସେଲ୍‌ର ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଅନ୍ୟପକ୍ଷରେ ମାମଲାର ଅନ୍ୟ ଅଭଯୁକ୍ତ ୫ଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।

fdfhfhth

Orissa High Court. (sambad.in)

କଟକ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପାଉମେକ୍ସ ଷ୍ଟିଲ କାରଖାନାର ଡିଜିଏମ ରାଧେଶ୍ୟାମ ରାୟଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମହତାବ ଖାରସେଲ୍‌ର ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଅନ୍ୟପକ୍ଷରେ ମାମଲାର ଅନ୍ୟ ଅଭଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାଗ, ଅନ୍ତରାମ ବିଶି, ବୀରେନ୍ଦ୍ର ବାଗ, ଗରୁଡ଼ଧ୍ବଜ ସାହୁ ଓ ମଦନ ଜାଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଏହି ପାଞ୍ଚ ଜଣଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଯିବା ପରେ ଏହି ଅଭିଯୁକ୍ତମାନେ କୌଣସି ଅପରାଧିକ କାର୍ଯ୍ୟରେ ଲିପ୍ତ ହେବେ ନାହିଁ, ପ୍ରତି ତାରିଖରେ ଅଦାଲତରେ ହାଜର ‌ହେବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜାମିନ ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

କ’ଣ ଥିଲା ମାମଲା

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୧ରେ ଟିଟିଲାଗଡ଼ରେ ଥିବା ପାଉମେକ୍ସ ଷ୍ଟିଲ କାରଖାନାର ଡିଜିଏମ ରାଧେଶ୍ୟାମ ରାୟଙ୍କୁ ହତ୍ୟା କରାଯିବା ସହିତ ତାଙ୍କ ବୋଲୋରୋ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିଲା। ଏହି ଘଟଣାରେ ଗିରଫ ହୋଇ ଜେଲରେ ଥିବା ମହତାବ ଖରସେଲ, ପୂର୍ଣ୍ଣଚନ୍ଦ୍ର ନାଗ, ଅନ୍ତରାମ ବିଶି, ବୀରେନ୍ଦ୍ର ବାଗ, ଗରୁଡ଼ଧ୍ବଜ ସାହୁ ଓ ମଦନ ଜାଲଙ୍କ ଜାମିନ ଆବେଦନ ଦୌରା ଜଜ ଅଦାଲତରେ ଖାରଜ ହେବା ପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: Patient Rights and Ethics: ରୋଗୀଙ୍କ ଅଧିକାର ମାମଲା: ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହତ୍ୟାକାଣ୍ଡରେ ସଂପୃକ୍ତ ୫୨ ଜଣ ଅଭିଯୁକ୍ତ!

ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଥିଲା ଯେ ହତ୍ୟାକାଣ୍ଡରେ ସଂପୃକ୍ତ ୫୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩୫ ଜଣଙ୍କ ବିରୋଧରେ ଅଦାଲତରେ ମାମଲା ଶୁଣାଣି ହୋଇଥିଲା। ଏଥି ମଧ୍ୟରୁ ମାତ୍ର ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ପରବର୍ତ୍ତୀ ସମୟରେ ହାଇକୋର୍ଟରୁ ଜାମିନ ମିଳିଥିଲା। ଅନ୍ୟଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ ମିଳି ସାରିଛି। ଏହି ଅଭିଯୁକ୍ତମାନେ ଘଟଣାର ୧୦ ବର୍ଷ ପରେ ଗିରଫ ହୋଇ ଜେଲ ଯାଇଥିବା ସ୍ପଷ୍ଟ ହୋଇଥିଲା। ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ଅଭିଯୁକ୍ତମାନେ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ରହିଛନ୍ତି। ଦୌରା ଅଦାଲତରେ ମାମଲାର ଶୁଣାଣି ବେଳେ ପ୍ରମୁଖ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇ ସାରିଛି ବୋଲି ଦର୍ଶାଯାଇଥିଲା।

ଆହୁରି ପଢ଼ନ୍ତୁ: Accident: ଭିନ୍ନଭିନ୍ନ ଦୁର୍ଘଟଣା: ଆନ୍ଧ୍ରରେ ଓଡ଼ିଆ ମହିଳାଙ୍କ ମୃତ୍ୟୁ, ବିଦ୍ୟୁତ୍‌ ତାର ନେଲା ଚାଷୀଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe