crime Photograph: (sambad.in)
ପର୍ଜଙ୍ଗ: ରଙ୍ଗର ପର୍ବ ହୋଲିରେ ଗାଁଠୁ ସହର ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ, ବଚସା କେନ୍ଦ୍ର କରି ଜଣେ ଯୁବକ ଅନ୍ୟ ଏକ ପରିବାରର ସ୍ୱାମୀକୁ ହତ୍ୟା କରିବା ସହ ସ୍ତ୍ରୀ, ପୁଅକୁ ବି ଛୁରୀ ଭୁସି ଗୁରୁତର ଭାବେ ଆହତ କରିଛି । ପରେ ହତ୍ୟାକାରୀ ପୁଲିସ ହାତରେ ଧରା ପଡିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ସୁବର୍ଣ୍ଣପୁର ପାଟଣା ସାହିରେ । ସେହି ସାହିର ବିଶ୍ୱନାଥ ବେଜଙ୍କ ପରିବାର ସହ ପ୍ରବୀଣ ଵେଜଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ବିଶ୍ୱନାଥଙ୍କ ଜ୍ୱାଇଁ, ପୁଅ ମିଶି ପ୍ରଥମେ ପ୍ରବୀଣକୁ ମାଡ଼ପିଟ କରିଥିବା ଗ୍ରାମବାସୀଙ୍କ ଠାରୁ ଜଣା ପଡ଼ିଛି ।
ଆହୁରି ପଢନ୍ତୁ- Clashes erupted: ମେଣ୍ଢାଶାଳରେ ଗଣ୍ଡଗୋଳ ପରେ ପୁଲିସ ଫୋର୍ସ ମୁତୟନ; ୧୬୩ ଧାରା ଜାରି
ତେବେ ଅପରାହ୍ନ ପ୍ରାୟ ୨ଟା ବେଳେ ପ୍ରବୀଣ ବିଶ୍ୱନାଥଙ୍କ ଜ୍ୱାଇଁଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଘରେ ପସି ଯାଇଥିଲା । ଜ୍ୱାଇଁଙ୍କୁ ନ ପାଇ ବିଶ୍ୱନାଥଙ୍କୁ ଛୁରୀ ଭୁସି, ଘୋଷାଡ଼ି ରାସ୍ତାରେ ପକାଇଦେଇଥିଲା । ସ୍ତ୍ରୀ ଖୁଜାରୀ, ନାବାଳକ ପୁଅ ଅଟକାଇବାରୁ ତାଙ୍କୁ ବି ଛୁରୀ ଭୁସି ଆହତ କରିଥିଲା । ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିବା ବେଳେ, ମା ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ କାମାକ୍ଷାନଗର ଏସ ଡି ପି ଓ ରଜନୀ କାନ୍ତ ସାମଲ, ପର୍ଜଙ୍ଗ ଥାନା ଅଧିକାରୀ ଧିରେନ କୁମାର ବେହେରା, ଫାଣ୍ଡି ଅଧିକାରୀଙ୍କ ସମେତ ଟିମ ପହଞ୍ଚି ଘଟଣାର ତଦନ୍ତ ଜାରିରଖିଛନ୍ତି । ହତ୍ୟାକାରୀ ପ୍ରବୀଣକୁ ପୁଲିସ ଅଟକ ରଖିଛି ।
ଆହୁରି ପଢନ୍ତୁ- Nitish Kumar: ଗାଦି ଛାଡ଼ିବେ ନୀତୀଶ କୁମାର ! କିଏ ହେବ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ବିଜେପି ହାତେଇ ନେବ କି ମୁଖିଆ ପଦ...
Follow Us