Accident: ସ୍କୋର୍ପିଓକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌; ୨ ମୃତ, ୫ ଗୁରୁତର

Advertisment

ବ୍ରହ୍ମପୁର ବଡ଼ମେଡିକାଲରୁ ଆନ୍ଧ୍ରପ୍ରଦେଶକୁ ରୋଗୀ ସ୍ଥାନାନ୍ତର ବେଳେ ଗଂଜାମ ଜିଲ୍ଲାର ଏକ ପରିବାର ଦୁର୍ଘଟଣାର ସାମ୍ନା କରିଛନ୍ତି। ଏହି ଦୁର୍ଘଟରାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି।

ବ୍ରହ୍ମପୁର ବଡ଼ମେଡିକାଲରୁ ଆନ୍ଧ୍ରପ୍ରଦେଶକୁ ରୋଗୀ ସ୍ଥାନାନ୍ତର ବେଳେ ଗଂଜାମ ଜିଲ୍ଲାର ଏକ ପରିବାର ଦୁର୍ଘଟଣାର ସାମ୍ନା କରିଛନ୍ତି। ଏହି ଦୁର୍ଘଟରାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି।

accident.jpg

ଚିକିଟି: ବ୍ରହ୍ମପୁର ବଡ଼ମେଡିକାଲରୁ ଆନ୍ଧ୍ରପ୍ରଦେଶକୁ ରୋଗୀ ସ୍ଥାନାନ୍ତର ବେଳେ ଗଂଜାମ ଜିଲ୍ଲାର ଏକ ପରିବାର ଦୁର୍ଘଟଣାର ସାମ୍ନା କରିଛନ୍ତି। ଏହି ଦୁର୍ଘଟରାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଡବ୍ଲୁ.ଡାଲିଆ (୪୬) ଓ ଡବ୍ଲୁ.ମୋହିନାମ୍ମା (୫୦)l ଗୁରୁତରମାନେ ହେଲେ ଡବ୍ଲୁ ନୀଳାଦ୍ରି, ଡି. ରାମାରାଓ, ବି. ଚନ୍ଦ୍ରମଣି, ପି. ଏଙ୍କଟେସ ଏବଂ ଶିଶୁl ସମସ୍ତ ଗୁରୁତର ପାତି ସୁନାପୁର ଗାଁ ବାସିନ୍ଦା ଅଟନ୍ତି l

ରିପୋର୍ଟ ଅନୁସାରେ ଗଞ୍ଜାମ ଚିକିଟି ବ୍ଲକ ସୁନାପୁର ପଞ୍ଚାୟତ ଅନ୍ତର୍ଗତ ପାତି ସୁନାପୁର ଗାଁର ଏକ ପକ୍ଷାଘାତ ରୋଗୀ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସା ହେଉଥିଲେl ଅଧିକ ଚିକିତ୍ସା ପାଇଁ ତାଙ୍କ ସମ୍ପର୍କୀୟମାନେ ଶନିବାର-ରବିବାର ରାତିରେ ସ୍କୋର୍ପିଓ ଯୋଗେ ବ୍ରହ୍ମପୁର ବଡ଼ମେଡିକାଲରୁ ଆନ୍ଧ୍ରପ୍ରଦେଶର ଏମ୍‌ସ ବିଶାଖାପାଟଣାକୁ ନେଉଥିବା ବେଳେ ଦୁର୍ଘଟଣାର ସାମ୍ନା କରିଥିଲେ। ଆନ୍ଧ୍ରପ୍ରଦେଶର ଟେକିଲି ନନ୍ଦିଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଫଳରେ ପକ୍ଷାଘାତ ରୋଗୀ ସମେତ ତାଙ୍କ ଭାଉଜଙ୍କ ପ୍ରଣହାନୀ ଘଟିଛି। ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇଛି।  ଆଉ ଜଣକୁ ବିଶାଖାପାଟଣାର ଏକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଡବ୍ଲୁ ନୀଳାଦ୍ରି, ଡି. ରାମାରାଓ, ଵି. ଚନ୍ଦ୍ରମଣି, ପି. ଏଙ୍କଟେସ ଏବଂ ଶିଶୁl ସମସ୍ତ ଗୁରୁତର ପାତି ସୁନାପୁର ଗାଁ ବାସିନ୍ଦା ଅଟନ୍ତି l ଅଧିକ ଗୁରୁତର ହୋଇଥିବା ଡି. ରାମାରାଓଙ୍କୁ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛିl

ଆହୁରି ପଢ଼ନ୍ତୁ: Live Exhibition by SCSTRITI ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଆଦିବାସୀ କଳା ଓ କଳାବସ୍ତୁ ପ୍ରଦର୍ଶନ କାର୍ଯ୍ୟକ୍ରମ

ପୁଲିସ କହିବା ଅନୁସାରେ ଗତକାଲି ରାତି ୧୨ଟା ସମୟରେ ଏକ ସ୍କୋର୍ପିଓ ଯୋଗେ ରୋଗୀଙ୍କ ଏବଂ ଡ୍ରାଇବର ସମେତ ୮ ଜଣ ବିଶାଖାପାଟଣା ଯାଉଥିଲେl ଆନ୍ଧ୍ର ଟେକିଲି ନାଂଦିଗାମ ନିକଟରେ ସ୍କୋର୍ପିଓ ଇଂଜିନ ହଠାତ ବନ୍ଦ ହେବାରୁ ରାସ୍ତା ପାର୍ଶ୍ୱରେ ରଖିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲାl ସମସ୍ତ ଗୁରୁତରଙ୍କୁ ଟେକିଲି ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା l ଡାଲେୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେl ଟେକିଲି ପୁଲିସ ପହଂଚି ଘଟଣାର ତଦନ୍ତ କରୁଥିବା ସୂଚନା ହସ୍ତଗତ ହୋଇଛି l ମୃତକ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲେଖାଏଁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

ଆହୁରି ପଢ଼ନ୍ତୁ: Sea Corridor: ଚୀନ୍‌ର କୃତିତ୍ୱ: ୨୮ କିଲୋମିଟର ସମୁଦ୍ର କରିଡର ନିର୍ମାଣ, ୨ ଘଣ୍ଟାର ଯାତ୍ରା ଏବେ ୨୦ ମିନିଟ୍‌ରେ ଶେଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe