Advertisment

Health: ଛଟପଟ ଅବସ୍ଥାରେ ୨ ମେଡିକାଲ୍‌ରୁ ଫେରିଥିଲେ ଆଦିବାସୀ ଯୁବକ

Advertisment

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତହୋଇ ଦେଢ଼ଘଣ୍ଟ‌ା ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବି ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଇଲାକାର ଜଣେ ଗରିବ ଆଦିବାସୀ ଯୁବକଙ୍କୁ ଆମ୍ବୁଲାନ୍ସ ମିଳିନଥିଲା। ବାଇକ୍‌ରେ ବୁହାହୋଇ କାଳିଆପାଣି ପିଏଚ୍‌ସି ଓ ଓଏମ୍‌ସି କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟ ଯାଇଥିଲେ।

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତହୋଇ ଦେଢ଼ଘଣ୍ଟ‌ା ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବି ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଇଲାକାର ଜଣେ ଗରିବ ଆଦିବାସୀ ଯୁବକଙ୍କୁ ଆମ୍ବୁଲାନ୍ସ ମିଳିନଥିଲା। ବାଇକ୍‌ରେ ବୁହାହୋଇ କାଳିଆପାଣି ପିଏଚ୍‌ସି ଓ ଓଏମ୍‌ସି କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟ ଯାଇଥିଲେ।

cbd21560-59f9-41ec-ae3f-58e63d5f24de

କାଳିଆପାଣି (ରବି ନାରାୟଣ କର): ସଡ଼କ ଦୁର୍ଘଟଣାରେ ଗୁରୁତର ଆହତହୋଇ ଦେଢ଼ଘଣ୍ଟ‌ା ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବି ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଇଲାକାର ଜଣେ ଗରିବ ଆଦିବାସୀ ଯୁବକଙ୍କୁ ଆମ୍ବୁଲାନ୍ସ ମିଳିନଥିଲା। ବାଇକ୍‌ରେ ବୁହାହୋଇ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ଓ ଓଡ଼ିଶା ଖଣି ନିଗମ(ଓଏମ୍‌ସି) କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟ ଯାଇଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଓଏମ୍‌ସି ମେଡିକ‌ାଲ୍‌ରେ ତାଙ୍କୁ ଉଚ୍ଚତର ଚିକିତ୍ସା ପରାମର୍ଶ ଦିଆଯାଇଥିଲା। ହେଲେ ସେହି ସମୟରେ ଓଏମ୍‌ସି ଆମ୍ବୁଲାନ୍ସ ଅନ୍ୟ ରୋଗୀ ସେବାରେ ଥିଲା। ନିରୁପାୟ ସଂପର୍କୀୟ ଭାଇ ତାଙ୍କୁ ବାଇକ୍‌ରେ ବସାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ସେଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଖଣି ପ୍ରଭାବିତ ଆଦିବାସୀ ସମାଜ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ କଲରଙ୍ଗି ପୁରିଆଝର ଗାଁର ସ୍ବର୍ଗତ ଛୋଟରାୟ ମୁଣ୍ଡାଙ୍କ ପୁଅ ବଳରାମ(୨୧) ବାଇକ୍‌ରେ ଶ୍ବଶୁର ଘର ଯିବା ବାଟରେ ଅପରାହ୍ଣ ଦେଢ଼ଟାରେ ଘର ଠାରୁ ୨ କିଲୋମିଟର ଦୂର କାଠପାଳ ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ମୁଣ୍ଡ ଓ ଅଣ୍ଡକୋଷରେ ଗୁରୁତର ଆଘାତ ସହ ରକ୍ତସ୍ରାବ ହେଉଥିଲା। ସଂପର୍କୀୟ ଭାଇ ପ୍ରଶାନ୍ତ ପୂର୍ତ୍ତି ତାଙ୍କୁ ସେଠାରୁ ଉଦ୍ଧାରକରି ପ୍ରଥମେ କାଳିଆପାଣି ପିଏଚ୍‌ସି ଯାଇଥିଲେ। ହେଲେ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କିମ୍ବା ଆମ୍ବୁଲାନ୍ସ ମିଳିନଥିଲା। ସେଠାରୁ ପାଖାପାଖି ୧ କିଲୋମିଟର ଦୂର ଓଏମ୍‌ସି ଟାଉନସିପ୍ ମେଡିକାଲ୍‌ ଯାଇଥିଲେ।

ଆହୁରି ପଢ଼ନ୍ତୁ: Accident: ସଡ଼କ ଦୁର୍ଘଟଣା ଘଟିବା ପରେ ମଧ୍ୟ ପରିବହନ ବିଭାଗର ନିଘା ନାହିଁ

ପ୍ରାଥମିକ ଚିକିତ୍ସା ପରେ ପରାମର୍ଶ

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନ୍ୟତ୍ର ଯିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଆମ୍ବୁଲାନ୍ସ ମିଳିନଥିଲା। ଗାଁ ପାଖ ସୁକିନ୍ଦା କ୍ରୋମାଇଟ୍‌ ଖଣିସ୍ଥିତ ଟାଟାଷ୍ଟିଲ ଫାଉଣ୍ଡେସନ ଚିକିତ୍ସାଳୟ ବନ୍ଦ୍ ଥିବା ସହ ସେଠାରେ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବା ଜଣାପଡ଼ିଥିଲା। ସେହିପରି ଡିଜେଲ୍‌ ଯୋଗାଣ ବନ୍ଦ୍ ରଖାଯାଇଥିବାରୁ ଓମ୍ବାଡ୍ସି ଆମ୍ବୁଲାନ୍ସ ସେବା ଅଚଳ ଥିବା ଡ୍ରାଇଭର ସନ୍ତୋଷ କୁମାର ମହାନ୍ତଙ୍କ ଠାରୁ ସୂଚନା ମିଳିଥିଲା। ସବୁଆଡ଼ୁ ନିରାଶ ପରେ ପ୍ରଶାନ୍ତ ନିଜ ବାଇକ୍‌ରେ ବଳରାମଙ୍କୁ ବସାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚିଲା ବେଳକୁ ୩ଟା ବାଜି ଯାଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ୬ଟି ଆମ୍ବୁଲାନ୍ସ କିଣାଯାଇଥିଲେ ହେଁ ଖଣିଅଞ୍ଚଳବାସୀ ଆମ୍ବୁଲାନ୍ସ ବିନା ଛଟପଟ ହେବାକୁ ନେଇ ରାଁସୋଳ ସରପଞ୍ଚ କନକଲତା ସର୍ଦ୍ଦାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  

ଆହୁରି ପଢ଼ନ୍ତୁ: Heartwarming Video: ହାଡ଼ଭଙ୍ଗା ଶୀତରେ ହୃଦୟ ଜିଣିଲେ ବୃଦ୍ଧ: ବୁଲା କୁକୁରଙ୍କୁ ସାହା ହେଲେ, ଘରେ ଆଶ୍ରୟ ଦେଲେ…
    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe