Advertisment

Darlipali Villagers: ଆଦିବାସୀ ପରିବାରଙ୍କ ଲଢ଼େଇ: ଚାରିପଟେ ଖଣି, ମଝିରେ ଅଣନିଃଶ୍ବାସୀ ଦର୍ଲିପାଲି

Advertisment

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବ୍ୟବସ୍ଥା କରାଯାଉ ନଥିବାରୁ ୩୨ ବର୍ଷ ହେଲା ଛାଡ଼ୁ ନାହାନ୍ତି ଭିଟାମାଟି। ୩୦ ବର୍ଷରୁ ଅଧିକ ସମୟ ହେଲା କୋଇଲା ଖଣି ପାଇଁ ଶେଷ ନିଃଶ୍ବାସ ଗଣୁଛି ଦର୍ଲିପାଲି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବ୍ୟବସ୍ଥା କରାଯାଉ ନଥିବାରୁ ୩୨ ବର୍ଷ ହେଲା ଛାଡ଼ୁ ନାହାନ୍ତି ଭିଟାମାଟି। ୩୦ ବର୍ଷରୁ ଅଧିକ ସମୟ ହେଲା କୋଇଲା ଖଣି ପାଇଁ ଶେଷ ନିଃଶ୍ବାସ ଗଣୁଛି ଦର୍ଲିପାଲି।

Untitled-2.jpg

story of darlipali villagers Photograph: (sambad.in)

ଝାରସୁଗୁଡ଼ା: ଚାରିପଟେ ଖଣି। ମଝିରେ ୩୦ ଭୂୟାଁ ଆଦିବାସୀ ପରିବାରଙ୍କ ଅଣନିଃଶ୍ବାସୀ ଜୀବନ। ସେଥିରେ ପୁଣି ଠିକ୍‌ ଘର ପାଖରେ ରହିଛି ୧୦୦ ଫୁଟ ଗାତ ବିଶିଷ୍ଟ ବଡ଼ ଖଣି। ଯେଉଁଠୁ ଅହରହ ଧୂଳି ଏବଂ କୋଇଲାଗୁଣ୍ଡ ଉଡ଼ିବା ସହିତ ଭାରୀଯାନ ଯାତାୟାତ ଲାଗି ରହିଥାଏ। ୨୦ ଫୁଟ୍‌ର ବିପଜ୍ଜନକ ମାଟି ପାହାଡ଼ ଚଢ଼ି ପିଲାଠାରୁ ବୁଢା ଗାଧୋଇବା ପାଇଁ ଯାଆନ୍ତି। ବ୍ଲାଷ୍ଟିଂରୁ ଆରମ୍ଭ ହୁଏ ଦିନଚର୍ଯ୍ୟା। ଯାହା ଦିନ ତମାମ ଜାରିରୁହେ। ସ୍କୁଲ କଥା ଦୂରେ ଥାଉ ଅଙ୍ଗନବାଡ଼ିରେ ପଢ଼ିବା ପାଇଁ ମଧ୍ୟ ପିଲାଙ୍କୁ ୬ କିଲୋମିଟର ଯିବାକୁ ପଡ଼ିଥାଏ। ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ୧୪ କିଲୋମିଟର ଦୂରରେ। ସରକାରୀ ଜଳଯୋଗାଣ ବନ୍ଦ ରହିଛି। ଖଣିର ଜଳଯୋଗାଣ ଗାଡ଼ି ଉପରେ ନିର୍ଭରଶୀଳ। ସବୁ ପ୍ରକାର ସରକାରୀ ଯୋଜନାରୁ ବଞ୍ଚିତ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଦର୍ଲିପାଲି ଗାଁ। 

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବ୍ୟବସ୍ଥା କରାଯାଉ ନଥିବାରୁ ୩୨ ବର୍ଷ ହେଲା ଛାଡ଼ୁ ନାହାନ୍ତି ଭିଟାମାଟି। ୩୦ ବର୍ଷରୁ ଅଧିକ ସମୟ ହେଲା କୋଇଲା ଖଣି ପାଇଁ ଶେଷ ନିଃଶ୍ବାସ ଗଣୁଛି ଦର୍ଲିପାଲି। ସ୍ଥାନୀୟ ଅଧିବାସୀ ମନବୋଧ ସା କୁହନ୍ତି, ଏହି ଅଞ୍ଚଳରେ ରହୁଥିବା ଭୂୟାଁ ଆଦିବାସୀ ପରିବାର ୧୬୫ ଏକର ଜମିର ମାଲିକ। କିନ୍ତୁ ବର୍ତ୍ତମାନ ଯେଉଁ ସ୍ଥିତିରେ ଆମେ ଅଛୁଁ, ଏତେ ଜମିର ମାଲିକ ବୋଲି କେହି ବିଶ୍ବାସ ବି କରିବେ ନାହିଁ। ଖଣି ପାଇଁ ତାଙ୍କ ସବୁ ଜମି ଅଧିଗ୍ରହଣ ହେବା ପରେ ସରକାରଙ୍କ କ୍ଷତିପୂରଣ ପ୍ୟାକେଜରେ ଅସନ୍ତୁଷ୍ଟ ହୋଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ୧୯୯୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ପ୍ରଭାବିତ ବ୍ୟକ୍ତି ହେଉଛନ୍ତି ଆଦିବାସୀ ପରିବାରର। ଖଣି ଯୋଗୁଁ ସେମାନେ ନିଜ ପାରମ୍ପରିକ ଜମି ହରାଉଛନ୍ତି। ସରକାର ବ୍ୟବସ୍ଥା କରିଥିବା କ୍ଷତିପୂରଣ ମଧ୍ୟ କମ୍‌। ୩ ମାସ ମଧ୍ୟରେ ସେକ୍ସନ ୩୦ ଅନୁଯାୟୀ ଆବେଦନ କଲେ, ୬ ମାସ ମଧ୍ୟରେ ଉଚ୍ଚ ହାରରେ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଆଜି ପର୍ଯ୍ୟନ୍ତ ପାଳନ ହୋଇନଥିବାରୁ ସେମାନେ ନିଜ ଭିଟାମାଟି ଛାଡ଼ିନାହାନ୍ତି। ୩୨ ବର୍ଷ ମଧ୍ୟରେ କେତେ ପୂର୍ବଜଙ୍କ ମୃତ୍ୟୁ ହୋଇସାରିଛି। କିନ୍ତୁ ଲଢ଼େଇ ବଞ୍ଚିଥିବା କହିଛନ୍ତି ସାମାଜିକ କର୍ମକର୍ତ୍ତା ରମେଶ ତ୍ରିପାଠୀ।

ଆହୁରି ପଢ଼ନ୍ତୁ: Accident: ଦୁର୍ଘଟଣାରେ ଗୁରୁତର ମା’ ଛେଉଣ୍ଡ ଶୁଭମଙ୍କ ଅକାଳ ବିୟୋଗ

ଧୂଳିର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ୁଛି

ତତ୍କାଳୀନ ବ୍ରଜରାଜନଗର ବିଧାୟକ ପ୍ରସନ୍ନ ପଣ୍ଡା ବିଭିନ୍ନ ସମୟରେ ତାଙ୍କ ପାଇଁ ସ୍ବର ଉତ୍ତୋଳନ କରିଥିଲେ। କିନ୍ତୁ ତାଙ୍କ ଦେହାନ୍ତ ପରଠାରୁ ସେମାନଙ୍କ ସ୍ବର ଦବି ଯାଇଛି। ବର୍ତ୍ତମାନ ନୂତନ ସରକାର ଏବଂ ବିଧାୟକ ଆସିଥିବାରୁ ତାଙ୍କ ପ୍ରତି ବିଶ୍ବାସ ରଖିଥିବା କହିଛନ୍ତି ଓମ୍‌ପ୍ରକାଶ ଭୂୟାଁ। ଏ ସଂକ୍ରାନ୍ତରେ ସେମାନେ ରାଜସ୍ବ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଦର୍ଲିପାଲିରେ ଖଣି ଯୋଗୁଁ ୨୦୦୮ ମସିହାରୁ ଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଧୂଳିର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ୁଛି। ବର୍ତ୍ତମାନର ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ ହିଁ ଆଦିବାସୀ ପରିବାରର ଜୀବନ ବଞ୍ଚାଇବ। ଲଖନପୁର ତହସିଲଦାର ପ୍ରସନ୍ନ ପଟେଲ କହିଛନ୍ତି, ଦର୍ଲିପାଲିରେ ୮ ପରିବାର ରହିଛନ୍ତି। ସେମାନଙ୍କ ପ୍ୟାକେଜ ବ୍ୟବସ୍ଥା କୋଇଲା ଖଣି କରୁଥିବାରୁ ସେ କିଛି କହିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe