dead body of old man rescued from canal Photograph: (sambad.in)
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡ଼ୁଗାଁ ନିକଟଦେଇ ଯାଇ ଥିବା ମେଘା ଲିଫ୍ଟ କେନାଳ ଡିଏମ୍ ୧୧ ନମ୍ବର ଗେଟରୁ ଜଣେ ବୃଦ୍ଧଙ୍କ ଶବ ଭାସୁଥିବା ଖବର ପାଇ କୋକସରା ଅଗ୍ନିଶମ ଓ ପୁଲିସ ପହଞ୍ଚି ଉଦ୍ଧାର କରିଛି। ଉକ୍ତ ବୃଦ୍ଧ ଜୟପାଟଣା ଥାନା ଚାଚିଗୁଡା ଦାସପଡା ଗ୍ରାମର ସୁବାସ ଦାସ ବୋଲ ଜଣା ପଡିଛି.।
ମେଘା ଲିଫ୍ଟ କେନାଲକୁ ଗାଧୋଇବା ପାଇଁ ଯାଇ ଭାସି ଯାଇଥିଲେ
ସୂଚନା ଅନୁସାରେ ଜୟପାଟଣା ଥାନା ଚାଚିଗୁଡା ଦାସପଡା ଗ୍ରାମର ସୁବାସ ଦାସ (୬୪) ଗତକାଲି ସନ୍ଧ୍ୟାରେ ଗ୍ରହଣ ପରେ ମୋକ୍ଷ ପାଇଁ ଗାଁନିକଟ ଦେଇ ଯାଇଥିବା ମେଘାଲିଫ୍ଟ କେନାଲକୁ ଗାଧୋଇବା ପାଇଁ ଯାଇ ଭାସି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବୃଦ୍ଧ ଜଣକ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ କିଛି ସନ୍ଧାନ ପାଇ ନ ଥିଲେ।
Hanging Dead Body Rescued ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଆଜି ସକାଳେ ଲଡ଼ୁଗାଁ ଡ଼ିଏମ ୧୧ କେନାଲଗେଟ ୱାଚର ବ୍ରଜ ଠାକୁର ଗେଟକୁ ସଫା କରିବା ପାଇଁ ଯାଇ ବୃଦ୍ଧଙ୍କ ମୃତଦେହ କେନାଲ ଗେଟରେ ଅଟକି ରହି ଭାସୁଥିବା ଦେଖି କୋକସରା ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର ଟିମ ଓ କୋକସରା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣା ପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣା ପଡିଛି।
Follow Us