Vacancy: ତହସିଲ କାର୍ଯ୍ୟାଳୟରେ ପଡ଼ିଛି ଅନେକ ପଦବି; ପ୍ରଶାସନ ନିରବ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାସ୍ଥିତ ତହସିଲ କାର୍ଯ୍ୟାଳୟରେ ଏକାଧିକ ପଦବି ଖାଲି ଥିବାରୁ କାର୍ଯ୍ୟାନ୍ୱୟରେ ଅସୁବିଧା ଦେଖାଯିବା ସହ ହିତାଧିକାରୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି।

Karlamunda

Karlamunda tahasil. Photograph: (sambad.in)

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାସ୍ଥିତ ତହସିଲ କାର୍ଯ୍ୟାଳୟରେ ଏକାଧିକ ପଦବି ଖାଲି ଥିବାରୁ କାର୍ଯ୍ୟାନ୍ୱୟରେ ଅସୁବିଧା ଦେଖାଯିବା ସହ ହିତାଧିକାରୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କ ଦାବି ମୁତାବକ ଜବରଦଖଲରେ ଥିବା ସରକାରୀ ଜମି ମଧ୍ୟ ଚିହ୍ନଟ ହୋଇପାରୁନାହିଁ। କିଛି ମାସ ତଳେ ସ୍ଥାନୀୟ ବିଜେପି ନେତୃବୃନ୍ଦ ମଧ୍ୟ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ। କିନ୍ତୁ ପଳାଫଳ କିଛି ମିଳିନାହିଁ। 

ପ୍ରକାଶଯୋଗ୍ୟ ଯେ ୨୦୨୪ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ଏଠାରେ ମୁଖ୍ୟ କିରାଣୀ ଭାବେ ସୁଦର୍ଶନ ରାଉତ ଯୋଗଦେଇଥିଲେ। ସେହି ଯୋଗଦେବା ଦିନଠୁ ହିଁ ସେ ଡେପୁଟେସନ ଯାଇ ବର୍ତ୍ତମାନ ଭବାନୀପାଟଣା କଲେକ୍ଟରିଏଟରେ କାର୍ଯ୍ୟରତ ଥିବା ଜଣାଯାଇଛି। ପାଖାପାଖି ବର୍ଷେ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ କିରାଣି ପରି ଗୁରୁତ୍ୱପୂର୍ଣ୍ଣ ପଦବି ଖାଲିଥିବା ବେଳେ ପ୍ରଶାସନ ଆଦୌ ଦୃଷ୍ଟି ନ ଦେବା ବିସ୍ମୟ ସୃଷ୍ଟି କରିଛି। ସେହିପରି ଏଠାରେ ଅତିରିକ୍ତ ତହସିଲଦାର ପରି ଗୁରୁତ୍ୱପୂର୍ଣ୍ଣ ପଦବି ଖାଲିଥିବା ବେଳେ ରାତ୍ରଜଗୁଆଳୀ ମିଶାଇ ମଞ୍ଜୁରୀପ୍ରାପ୍ତ ୮ଟି ପିଅନ ପଦବିରୁ ୭ଟି ପଦବି ଖାଲି ଥିବା ବେଳେ ବର୍ତ୍ତମାନ ଜଣେ ମାତ୍ର ପିଅନ କାର୍ଯ୍ୟରତ ଅଛନ୍ତି।

ଆହୁରି ପଢ଼ନ୍ତୁ: ସିକଲସେଲ୍ ଏବଂ ଥାଲାସେମିଆ ଚିହ୍ନଟ ପାଇଁ ବେଦାନ୍ତ, କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗ ସହଭାଗିତା

ବହୁ ପଦବି ଖାଲି

ଏଠାରେ ୫ଜଣ କନିଷ୍ଠ କିରାଣୀ ପଦବି ମଧ୍ୟରୁ ୪ଜଣ କିରାଣୀ ପଦବି ଖାଲି ରହିଛି। ଅମିନ ୪ଜଣ ରହିବା ଜାଗାରେ ବର୍ତ୍ତମାନ ଦୁଇଟି ପଦବି ଖାଲି ରହିଛି। କ୍ଷେତ୍ର ପରିଦର୍ଶକ ମଧ୍ୟ ନାହାନ୍ତି। ଏହି ତହସିଲ ଅଧିନରେ ୫ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଥିବା ବେଳେ ସେଠାରେ ୫ଜଣ ରାଜସ୍ୱ ନିରୀକ୍ଷକ ୫ଜଣ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ରହିବା କଥା। ତେବେ ସମସ୍ତ ରାଜସ୍ୱନିରୀକ୍ଷକ ପଦବି ପୂରଣ ହୋଇଥିଲେ ମଧ୍ୟ ଏକାଧିକ ଅତିରିକ୍ତ ରାଜସ୍ୱନିରୀକ୍ଷକ ପଦବୀ ଖାଲି ରହିଛି। ପ୍ରତି ରାଜସ୍ୱ କାର୍ଯ୍ୟାଳୟରେ ଜଣେ ଅମିନ ଓ ପିଅନ ରହିବା କଥା ତାହା ମଧ୍ୟ ଖାଲି ପଡିଛି। ଏନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ମୁଁ ଏ ବାବଦରେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଛି ବୋଲି କହିଥିଲେ। ଏଥିପ୍ରତି ରାଜସ୍ୱ ବିଭାଗ ଓ ଜିଲ୍ଲାପାଳ ଦୃଷ୍ଟିଦେଇ ଖାଲି ପଦବି ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: SBI Research Report : ଟ୍ରମ୍ପଙ୍କ ଟାରିଫ ସତ୍ତ୍ବେ ବିଶେଷ ପ୍ରଭାବିତ ହୋଇନି ଭାରତୀୟ ରପ୍ତାନି

ରିପୋର୍ଟ: ଭଜଶ୍ୟାମ ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe