Advertisment

Weather: ଦାରିଙ୍ଗବାଡ଼ିରେ ୭ଦିନରେ ୭.୫ଡିଗ୍ରି ସେଲସିୟସ ତାପମାତ୍ରା ହ୍ରାସ

Advertisment

ଓଡ଼ିଶାର କଶ୍ମୀର ‘ଦାରିଙ୍ଗବାଡ଼ି’ରେ କ୍ରମାଗତ ଭାବେ ତାପମାତ୍ର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଫଳରେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି। ବ୍ଳକ ତାପମାତ୍ରା ସୂଚନା କେନ୍ଦ୍ରରୁ ପ୍ରକାଶ ୭ଦିନରେ ଆଜି ୭.୫ ଡିଗ୍ରି ସେଲସିୟସ ହ୍ରାସ ପାଇଛି।

ଓଡ଼ିଶାର କଶ୍ମୀର ‘ଦାରିଙ୍ଗବାଡ଼ି’ରେ କ୍ରମାଗତ ଭାବେ ତାପମାତ୍ର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଫଳରେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି। ବ୍ଳକ ତାପମାତ୍ରା ସୂଚନା କେନ୍ଦ୍ରରୁ ପ୍ରକାଶ ୭ଦିନରେ ଆଜି ୭.୫ ଡିଗ୍ରି ସେଲସିୟସ ହ୍ରାସ ପାଇଛି।

Daringbadi

Temperature reduce in Daringbadi. Photograph: (sambad.in)

ଦାରିଙ୍ଗବାଡ଼ି/ଜି. ଉଦୟଗିରି: ଓଡ଼ିଶାର କଶ୍ମୀର ‘ଦାରିଙ୍ଗବାଡ଼ି’ରେ କ୍ରମାଗତ ଭାବେ ତାପମାତ୍ର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏହା ଫଳରେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି। ବ୍ଳକ ତାପମାତ୍ରା ସୂଚନା କେନ୍ଦ୍ରରୁ ପ୍ରକାଶ ୬ତାରିଖରେ ୧୫ ଡିଗ୍ରି ସେଲସିୟସ ଥିବା ବେଳେ ୭ଦିନରେ ଆଜି ୭.୫ ଡିଗ୍ରି ସେଲସିୟସ ହ୍ରାସ ପାଇଛି। ୯ ତାରିଖରେ ତାପମାତ୍ରା ହ୍ରାସ ପାଇ ୧୧ ଡିଗ୍ରି ସେଲସିୟ ହୋଇଥିଲା ବେଳେ ଆଜି ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି ସେଲସିୟସରେ ପହଞ୍ଚିଛି। 

ଶୀତଦାଉରୁ ରକ୍ଷା ପାଇଁ ଉପାୟ

ଦାରିଙ୍ଗବାଡ଼ି ବ୍ଳକର ଅଭ୍ୟାନ୍ତରଣ ଅଞ୍ଚଳରେ ତାପମାତ୍ରା ଆହୁରି ତଳକୁ ଖସି ଥଣ୍ଡା ଓ ଶୀତ ବୃଦ୍ଧି ପାଇ ଲୋକଙ୍କୁ କଲବଲ କରିଛି। ଥଣ୍ଡା ଓ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ରାସ୍ତାଘାଟ, ଗାଁ ସାହି ଓ ଘରେ ଘରେ ନିଆଁ ଜାଳି ବାସି ରହୁଥିବା ସହ ଶୀତ ବସ୍ତ୍ର ପରିଧାନ କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଡୁଛି। ତାସହିତ ବ୍ଳକ ଅଞ୍ଚଳରେ ଯୁବକ ଯୁବତୀ ପ୍ରଭାତ ଭ୍ରମଣ, ବ୍ୟାୟାମ କରିବା ପାଇଁ ପଡ଼ିଆରେ ସଂଖ୍ୟା ବୃଦ୍ଧି ପାଇଛି। ଚା’ ଦୋକାନରେ ସକାଳ ଓ ସନ୍ଧ୍ୟାରେ ଭିଡ଼ ଜମୁଛି। ସନ୍ଧ୍ୟା ଅଧିକ ହେଲେ ଦୋକାନ ବଜାର ଖାଁ ଖାଁ ହେଉଥିବା ଦେଖିବାକୁ ମିଳୁଛି। କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ ଘର ଭିତରେ ରହିବା କଷ୍ଟ ହେଉଛି। କିଛି ସମୟଘର ଭିତରେ ରହିବ ପରେ ହାତ ଗୋଡ଼ କାଲୁଆ ହୋଇଯାଉଛି। ଏଣୁ ସକାଳେ ଗମନାଗମନ କରିବା ହେଉକି କାମ ପାଇଁ ବାହାରକୁ ଯିବା ସମସ୍ୟା ହେଉଛି। ଏଣୁ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ  ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଜୀବନ ଜାପନ କଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ

ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ

ଚଳିତ ବର୍ଷ ଘୁ.ଉଦୟଗିରି ରେ ଶୀତର ପ୍ରକୋପ ଦେଖୁବାକୁ ମିଳିଛି। ତିନି ଦିନ ଭିତରେ ତାପମାତ୍ରା ଖସିବାରେ ଲାଗିଛି। ଆଜି ଘୁ.ଉଦୟଗିରିରେ ତୋପମାତ୍ରା ୭.୬ଡିଗ୍ରିରେ ପହଁଚିଥିବା ବେଳେ ଗ୍ରାମାଞ୍ଚଳରେ ୬ଡିଗ୍ରିକୁ ପହଁଚିଛି। ହଠାତ ତାପମାତ୍ରା ଖସିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କହିବାକୁ ଗଲେ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି। ଜାଡ଼ରେ ଥରୁଛି ପୁରା ଅଞ୍ଚଳ। ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି। ରାତିପାହିଲେ ଗରିବ ଲୋକ ଖରା ଏବଂ ସଞ୍ଜ ନଇଁଲେ ନିଆଁକୁ ଭରସା କରୁଛନ୍ତି। ଅନ୍ୟପଟେ ଶୀତ ବଢିବା ଯୋଗୁଁ ଗରମ ପୋଷାକର ବେପାର ଜୋର ଧରିଛି। ଗରିବ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇ ବସୁଥିବା ବେଳେ ଯାତ୍ରୀବାହୀ ବସ୍‌କୁ ରାତିରେ ଅପେକ୍ଷା କରୁଥିବା ଯାତ୍ରୀମାନେ ମଧ୍ୟ ରାସ୍ତାକଡ଼ରେ ନିଆଁ ଜାଳି ବସ୍‌କୁ ଅପେକ୍ଷା କରୁଛନ୍ତି। ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି। 

ଆହୁରି ପଢ଼ନ୍ତୁ: Death Toll Rises: ଦିଲ୍ଲୀ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ଅନ୍ତନଳୀ ଏବଂ ଫୁସଫୁସ ଫାଟିଯାଇଥିବା ବିଲାଲଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe