Maoists Surrender: ମାର୍ଚ୍ଚ ଶେଷ ସୁଦ୍ଧା କନ୍ଧମାଳ ମାଓମୁକ୍ତ ହେବ: ଦକ୍ଷିଣାଞ୍ଚଳ ଆଇଜି

Advertisment

ଆଜି କନ୍ଧମାଳ ଏସ୍‌ପିଙ୍କ ନିକଟରେ ୪ ଜଣ ମାଓବାଦୀ ନିଜନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ୪ ଜଣ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଏବଂ ଏମାନେ ସମସ୍ତେ କେକେବିଏନ୍‌ ମାଓ ଡିଭିଜନରେ...

ଆଜି କନ୍ଧମାଳ ଏସ୍‌ପିଙ୍କ ନିକଟରେ ୪ ଜଣ ମାଓବାଦୀ ନିଜନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ୪ ଜଣ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଏବଂ ଏମାନେ ସମସ୍ତେ କେକେବିଏନ୍‌ ମାଓ ଡିଭିଜନରେ...

Untitled-17.jpg

ଫୁଲବାଣୀ (ରଂଜନ ପ୍ରଧାନ): ଆଜି କନ୍ଧମାଳ ଏସ୍‌ପିଙ୍କ ନିକଟରେ ୪ ଜଣ ମାଓବାଦୀ ନିଜନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ୪ ଜଣ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ଅନ୍ୟ ଜଣେ ପୁରୁଷ ମାଓବାଦୀ ଏବଂ ଏମାନେ ସମସ୍ତେ କେକେବିଏନ୍‌ ମାଓ ଡିଭିଜନରେ ସକ୍ରିୟ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ- ଗଙ୍ଗା କୁଞ୍ଜାମି ଓରଫ ଜିତେନ (୨୪), ମୁଚାକି ମାସେ ଓରଫ ସୁମିତ୍ରା (୨୩), ଚୋମାଲି କୁଞ୍ଜମ ଓରଫ ଶାନ୍ତିଲା (୨୧) ଏବଂ ବାନ୍ଦୀ ମାଡ୍‌ୱୀ ଓରଫ ମାଳତୀ (୨୨)।

ଗଙ୍ଗା କୁଞ୍ଜାମିର ଘର ଛତିଶଗଡ଼ ସୁକୁମା ଜିଲ୍ଲା ଅନ୍ତର୍ଗତ ପଣ୍ଡୁପଡ଼ା ଗାଁରେ ହୋଇଥିବାବେଳେ ମୁଚାକି ମାସେର ଘର ଛତିଶଗଡ଼ ସୁକୁମା ଜିଲ୍ଲା ଅନ୍ତର୍ଗତ ବଟୁମ୍‌ ଗାଁରେ, ଚୋମାଲି କୁଞ୍ଜମ୍‌ର ଘର ଛତିଶଗଡ଼ ବିଜାପୁର ଜିଲ୍ଲା ଅନ୍ତର୍ଗତ ମେଟାପାଲ୍‌ ଗାଁରେ ଏବଂ ବାନ୍ଦୀ ମାଡ୍‌ୱୀର ଘର ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ପୋଟାଲି ଗ୍ରାମରେ। ଏମାନେ ସମସ୍ତେ ସକ୍ରିୟ ମାଓ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ ଏବଂ ଏମାନଙ୍କ ନାମରେ ଉଭୟ ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି ବୋଲି ଆଜି କନ୍ଧମାଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ସୂଚନା ଦେଇଛନ୍ତି। ଅନ୍ୟପଟେ ବୌଦ୍ଧ ଜିଲ୍ଲା ସମ୍ପୂର୍ଣ୍ଣ ମାଓମୁକ୍ତ ହୋଇଯାଇଥିବାବେଳେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା କନ୍ଧମାଳ ଜିଲ୍ଲା ମାଓମୁକ୍ତ ହୋଇଯିବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି କହିଛନ୍ତି। ଏହି ୪ ଜଣ ମାଓବାଦୀମାନେ ନିଜନିଜର ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ପୁଲିସ ହାତରେ ଅର୍ପଣ କରି ନିଜେ ଆତ୍ମସମର୍ପଣ କରିଥିଲେ। ପୁଲିସ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ଏମାନଙ୍କଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଯଥା- ଗୋଟିଏ ଏସ୍‌ଏଲ୍‌ଆର୍‌ ରାଇଫଲ, ୨ଟି ୩୦୩ ରାଇଫଲ, ଗୋଟିଏ ବୋର୍‌ଗନ୍‌, ୧୬ ରାଉଣ୍ଡ ଏସ୍‌ଏଲ୍‌ଆର ଗୁଳି, ୨୨ ରାଉଣ୍ଡ ୩୦୩ ଗୁଳି, ୪ ରାଉଣ୍ଡ ବୋର୍‌ଗନ୍‌ ଗୁଳି, ୨ଟି ୱେୟାରଲେସ୍‌ ସେଟ୍‌, ୨ଟା ଆଲୁମିନିୟମ ଡେକ୍‌ଚି, ବାସନକୁସନ, ଔଷଧ, ମାଓପତ୍ରିକା, ପଲିଥିନ ସିଟ୍‌, ହାଭରସ୍ୟାକ ପୋଷାକ, କମ୍ବଳ, ଶୀତବସ୍ତ୍ର, କଲମ, ଟର୍ଚ୍ଚ, ବ୍ୟାଟେରି ଚାର୍ଜର, ସୋଲାର ପ୍ଲେଟ୍‌, ବ୍ୟାଟେରି, ଛତା, ଜୋତା ଆଦି ପୁଲିସ ଜବତ କରିଛି। ଓଡ଼ିଶା ପୁଲିସର ନିୟମିତ କମ୍ବିଂ ଅପରେସନର ମୁକାବିଲା କରି ନପାରି ଏବଂ ସରକାରଙ୍କ ପୁନର୍ବାସ ଥଇଥାନ ପ୍ୟାକେଜ୍‌ ପ୍ରତି ଆକର୍ଷିତ ହୋଇ ଆତ୍ମସମର୍ପଣ କରିଛନ୍ତି ବୋଲି ମହିଳା ମାଓବାଦୀ ମୁଚାକି ଓ ଚୋମାଲି ଗଣମାଧ୍ୟମକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: Ola Uber Rapido Drivers Strike F ebruary 7: ୭ ତାରିଖରେ ଧର୍ମଘଟ ଡାକରା ଦେଲେ ଓଲା, ଉବେର ଓ ରାପିଡୋ ଡ୍ରାଇଭର ସଂଘ

ହିଂସାର ପଥ ଛାଡ଼ି ଅନ୍ୟ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତକୁ ଚାଲି ଆସନ୍ତୁ ବୋଲି ଆତ୍ମସମର୍ପଣ କରିଥବା ୪ ମାଓବାଦୀ ନିବେଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କନ୍ଧମାଳ ଜିଲ୍ଲାରେ କେକେବିଏନ୍‌ ମାଓ ଡିଭିଜନ ଏବଂ ବିଜିଏନ୍‌ ମାଓ ଡିଭିଜନ ସକ୍ରିୟ ରହିଛି। କନ୍ଧମାଳର ଜଙ୍ଗଲରେ ୫୦ରୁ ୬୦ ମାଓବାଦୀ ଥିବାନେଇ ଦକ୍ଷିଣାଞ୍ଚଳ ଡିଆଇଜି ନିତି ଶେଖର ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏସ୍‌ପି ହରିଶ ବିସି, ସିଆର୍‌ପିଏଫ୍‌ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ସଜୀବ ଟି.ଏମ୍‌, ବିଏସ୍‌ଏଫ୍‌ ୧୩୬ ବାଟାଲିୟନ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା, ବିଏସ୍‌ଏଫ୍‌ ୧୧୬ ବାଟାଲିୟନ କମାଣ୍ଡାଣ୍ଟ ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Sarthak Mahapatra: ଅଧା ସମୁଦ୍ରରୁ ନିଖୋଜ ହେଲେ ଓଡ଼ିଆ ପୁଅ, ୪ଦିନ ହେଲାଣି ମିଳୁନି ପତ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe