ତାପମାତ୍ରା ୪.୮ ଡିଗ୍ରି ସହ ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ

ସାରା ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହେଉଥିବା ବେଳେ ଏହାର ଆଖପାଖ ଦୁର୍ଗମ ପାହାଡିଆ ଅଞ୍ଚଳରେ ତାପମାତ୍ରା ଆହୁରି କମ ରହୁଥିବା ଏବଂ ପ୍ରବଳ ଥଣ୍ଡା ଅନୁଭବ ହେଉଛି।

ଘୁ.ଉଦୟଗିରି: ଓଡ଼ିଶାରେ ଶୀତର ସହର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ଦୀର୍ଘ ଦିନ ହେଲା ଶୀତର ପ୍ରକୋପ ଜାରି ରହିଥିବା ବେଳେ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ଗୁରୁବାର ୫.୨ ଏବଂ ଶୁକ୍ରବାର ୫.୪ଡିଗ୍ରୀ ରହିଥିବା ବେଳେ ଆଜି ୪.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ଲୋପ ପାଇଗଲାଣି ଏକାଧିକ ପାରଂପରିକ ଧାନ ଫସଲ

ଦିନକୁ ଦିନ ତାପମାତ୍ରା କମିବା ସହ ଜାଡ଼ ବଢ଼ିବାରେ ଲାଗିଛି। ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବିଶେଷ କରି ଗରିବ, ଅସହାୟ ଓ ବୟସ୍କ ଲୋକଙ୍କର ଅବସ୍ଥା ଅଧିକ ଖରାପ ହୋଇଯାଇଛି। ସେହିପରି ପଶୁପକ୍ଷୀମାନେ ମଧ୍ୟ ଶୀତ ଯୋଗୁଁ କଷ୍ଟ ଅନୁଭବ କରୁଛନ୍ତି। ଏଭଳି ଅବସ୍ଥାରେ ଲୋକେ ସୂର୍ଯ୍ୟକିରଣ ଓ ନିଆଁ ପାଖରେ ବସିବାକୁ ଭଲ ପାଉଛନ୍ତି।

publive-image

ଏହି ଖବର ପଢ଼ନ୍ତୁ: ବାଲି ଚୋରି ରୋକିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି: ସୁରେଶ ପୂଜାରୀ

ସାରା ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହେଉଥିବା ବେଳେ ଏହାର ଆଖପାଖ ଦୁର୍ଗମ ପାହାଡିଆ ଅଞ୍ଚଳରେ ତାପମାତ୍ରା ଆହୁରି କମ ରହୁଥିବା ଏବଂ ପ୍ରବଳ ଥଣ୍ଡା ଅନୁଭବ ହେଉଛି। ବିଶେଷ କରି ଗୁନ୍ଦାବାଜୁ, ସିର୍କି, ମୁକୁଲିଙ୍ଗିଆ, ଡାକପାଲା, ସିପାଏଜୁ, ଲାବୁରୀ, ଡ଼ଡ଼ାପଡା, ଭଳି ଗ୍ରାମରେ ଅସହ୍ୟ ଥଣ୍ଡା ଅନୁଭବ ହେଉଥିବା ଗ୍ରାମବାସୀ ମାନେ କହିଛନ୍ତି।

ଏହି ଖବର ପଢ଼ନ୍ତୁ: ଆତ୍ମସମର୍ପଣ କଲେ ୨ ମହିଳାଙ୍କ ସମେତ ୯ ଦୁର୍ଦ୍ଦାନ୍ତ ନକ୍ସଲ

ଅନ୍ୟପକ୍ଷରେ ଶୀତର ପ୍ରକୋପ ସହ ସାରା ଅଞ୍ଚଳ କୁହୁଡ଼ିର ବଳୟ ଭିତରେ ରହିଲାଭଳି ମନେ ହେଉଛି। ସମ୍ମୁଖରେ ରାସ୍ତା ଦେଖାଯାଉନଥିବା ଯୋଗୁଁ ଗାଡି ଚାଳକ ପଥଚାରି ମାନେ ରାସ୍ତାରେ ଯାତାୟତ କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଦିନ ଦଶଟା ହେଲେ ସୂର୍ଯ୍ୟଙ୍କ ଦର୍ଶନ ମିଳୁଛି। ରାତି ଆରମ୍ଭ ହେଲେ କୁହୁଡି ନିଜ କାୟା ବିସ୍ତାର କରି ସାରା ଅଞ୍ଚଳକୁ ଆଚ୍ଛାଦିତ କରି ରଖୁଥିବା ଦେଖିବାକୁ ମିଳୁଛି।ସଞ୍ଜ ନଇଁଲେ ରାସ୍ତାଘାଟ ବଜାର ଜନଶୁନ୍ୟ ହୋଇଯାଉଛି। ନିଆଁର ସାହାରରେ ଲୋକ ରହିଥିବା ଦେଖୁବାକୁ ମିଳୁଛି। ପ୍ରବଳ ଥଣ୍ଡାର ଲୋକ କଲବଲ ହେଉଥିବା ବେଳେ ଓଡ଼ିଶାର ଥଣ୍ଡାର ସହରରେ ଥଣ୍ଡାର ମଜା ଉଠେଇବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ଏହି ଖବର ପଢ଼ନ୍ତୁ: ବାପାର ଛୁରାମାଡ଼ରେ ଚାଲିଗଲା ମଦ୍ୟପ ପୁଅର ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe