G Udayagiri cold wave temperature drops to 5.8 degree. Photograph: (sambad.in)
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ପାରଦ ଦିନକୁଦିନ ନିମ୍ନମୁଖୀ ହେବାରେ ଲାଗିଛି। ତାପମାତ୍ରା ପରା ନିମ୍ନମୁଖୀ ହେବା ସହ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ। ଜାଡ଼ରେ କମ୍ପୁଛି ସାରା ସହର। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହେବା ସହ ଅଞ୍ଚଳରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଛି। ସଞ୍ଜ ନଇଁଲେ ସହରର ରାସ୍ତାଘାଟ ଜନଶୁନ୍ୟ ହେବା ସହ ସଡ଼କ ସୁନସାନ ହେବାରେ ଲାଗିଛି। ରାତି ଗଡ଼ିଲେ କୁହୁଡି କାୟାବିସ୍ତାର କରିବା ସହ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହିବା ର ଭ୍ରମ ସୃଷ୍ଟି ହେଉଛି।
ବଢୁଛି ଶୀତ
ରାତି ବଡ଼ିଲେ ଜାଡକୁ ଶୀତ ବଢ଼ିବାରେ ଲାଗୁଛି। ଦିନରେ ଥଣ୍ଡାର ପ୍ରକୋପ ଅନୁଭବ ହେଉଥିବା ବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇ ବିନା ଗରମ ପୋଷାକ ହେଉ କି ବିନା ନିଆଁରେ ରହିବା କଷ୍ଟ ହୋଇପଡିଛି। ଗରିବ ଲୋକ ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ସହରରେ ଆଜିର ତାପମାତ୍ରା ୫.୮ଡିଗ୍ରୀ ରେକର୍ଡ କରାଯାଇଥିବା ସ୍ଥାନୀୟ ଏଏମଏଫୟୁ ସେଣ୍ଟର ପକ୍ଷରୁ ସୂଚନା ମିଳିଛି। ସହରର ତାପମାତ୍ରା ଠାରୁ ଦୁର୍ଗମ ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ ଆହୁରି କମ ତାପମାତ୍ରା ରହୁଥିବା ଅନୁମାନ କରିହେଉଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପ୍ରବଳ ଥଣ୍ଡା ହେବା ବି ଅନୁମାନ କରାଯାଉଛି। ଦିନକୁ ଦିନ ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି।
ସଞ୍ଜ ନଇଁଲେ ଥଣ୍ଡାର ରାଜୁତି
କାଲିଗାଡୁ ହିଲଟପ୍ରେ ସୂର୍ଯ୍ୟ ଉଦୟ ସହ ପ୍ରବଳ ଥଣ୍ଡା ଜାଡ଼ରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠେଇବାରେ ଲାଗିଛନ୍ତି ପର୍ଯ୍ୟଟକ। ସକାଳୁ ସ୍ଥାନୀୟ ସହରର ଯୁବପିଢି ଖେଳ ପଡ଼ିଆରେ ଭିଡ଼ ଜମେଇ ଥଣ୍ଡାରେ ଖେଳିବା ଏବଂ କସରତ କରି ସୁସ୍ଥତା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଅନ୍ୟପଟେ ଥଣ୍ଡାକୁ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହୁଛି। ସଞ୍ଜ ନଇଁଲେ ଥଣ୍ଡା ତାର ରାଜୁତି ଆରମ୍ଭ କରିଥିବା ବେଳେ ରାତି ଯେତେ ବଢୁଛି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗୁଛି ତା ସହ କୁହୁଡି ବଢ଼ିବାରେ ଲାଗୁଛି। ରାସ୍ତାରେ ଯାନବାହନ ସମସ୍ୟା ବି ଲାଗି ରହୁଛି କୁହୁଡି ଯୋଗୁଁ। ପାଣିପାଗ ବିଭାଗ ସୂଚନା ପ୍ରକାରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଆହୁରି ପାରଦ ନିମ୍ନକୁ ଖସିବା ସହ ଥଣ୍ଡା ବଢ଼ିବ।
ଆହୁରି ପଢ଼ନ୍ତୁ: Tulasikshetra Kendrapada: ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ
ଶୀତର ପ୍ରକୋବ ବଢ଼ିଲା
ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରସା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁର ସାହାରା ନେଉଛନ୍ତି। ଗରିବ ଲୋକ ଥଣ୍ଡା ପାଇଁ ଡହଳ ବିକଳ ହେଲେଣି।ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ ସ୍ଥାନିୟ ସହରରେ ବସଷ୍ଟାଣ୍ଡ ନଥିବା ଏବଂ ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମ ଗୃହ ନଥିବା ଯୋଗୁଁ ବସ ଯାତ୍ରୀମାନେ ରାତିସାରା ବସ୍କୁ ଅପେକ୍ଷା କରିବା ନିମନ୍ତେ କାହା ବାରଣ୍ଡାରେ ବସୁଥିବା ବେଳେ କିଛି ଛକଗୁଡ଼ିକରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।
ଆହୁରି ପଢ଼ନ୍ତୁ: Aadhaar Card Name Change: ଆଧାର କାର୍ଡରେ କେତେଥର ନାମ ପରିବର୍ତ୍ତନ କରିହେବ: ୯୦% ଲୋକଙ୍କୁ ସଠିକ୍ ଉତ୍ତର ଜଣା ନାହିଁ
Follow Us