New hospital in G Udayagiri inaugurated. Photograph: (sambad.in)
ଘୁ ଉଦୟଗିରି: ବହୁ ବର୍ଷର ପ୍ରତୀକ୍ଷା ପରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରର ଗୁଡ୍ରିପୋଡ଼ି ଠାରେ ପୁଣି ଥରେ ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ଆରମ୍ଭ ହୋଇଛି। ନୂତନ ଭାବରେ ଆରମ୍ଭ ହେଲା ଏମ୍ଏମସି ହସ୍ପିଟାଲ। ଏମ୍ଏମ୍ସି ମେଡ଼ିକାଲ କହିଲେ ଲୋକମାନେ ଜାଣନ୍ତି ବହୁ ପୁରାତନ ଏବଂ ଖ୍ରୀଷ୍ଟିଆନ୍ ମିଶିନାରିଗୁଡ଼ିକ ଆସି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ନିମନ୍ତେ ଉତ୍ସର୍ଗିକୃତ କରିଥିଲେ। ସେମାନେ ନିଷ୍ଠାପର ଓ ନିଃସ୍ବାର୍ଥ ଭାବରେ ସ୍ବାସ୍ଥ୍ୟ ସେବା କରୁଥିଲେ। ଅନେକ ଲୋକ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ବହୁ ଉନ୍ନତମାନର ଚିକିତ୍ସା ପାଇଁ ଆରୋଗ୍ୟ ହୋଇଛନ୍ତି। ଆଜି ମଧ୍ୟ ଏହି ସ୍ବାସ୍ଥ୍ୟ କେନ୍ଦ୍ର କହିଲେ ୧୯ ଦଶକର ସେହି ଖ୍ରୀଷ୍ଟିଆନ ମିଶିନାରିମାନଙ୍କ କଥା ମନେ ପଡ଼େ। ସେମାନଙ୍କର ଅବଦାନ ଆଜି ମଧ୍ୟ ଅନେକ ଲୋକଙ୍କ ମଧ୍ୟରେ ସ୍ମରଣ ହୋଇ ରହିଛି।
ଯୋଗଦେଲେ ବିଧାୟକ
କନ୍ଧମାଳ ଜିଲ୍ଲା ଏବଂ ବାହାର ଜିଲ୍ଲା ସହ ବାହାର ରାଜ୍ୟରୁ ରୋଗୀ ଆସି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ରୋଗରୁ ଆରୋଗ୍ୟ ପାଇଛନ୍ତି। ପୁନର୍ବାର ସେଇ ସ୍ୱାସ୍ଥ୍ୟ ସେବା ଯୋଗେଇବା ଲକ୍ଷରେ ଆଜି ନୂତନ ହସ୍ପିଟାଲର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବାରେ ମହା ଆଚାର୍ଯ୍ୟ ବିଜୟ କୁମାର ନାୟକ ଉପସ୍ଥିତ ରହୀଥିବା ବେଳେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଅନ୍ୟତମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଥମେ ନବ ନିର୍ମିତ ଏମ୍ଏମ୍ସି ମେଡ଼ିକାଲ ମହାଚାର୍ଯ୍ୟ ବିଜୟ କୁମାର ନାୟକ ଓ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସମେତ ଅନ୍ୟ ବିଷଫଗଣ ଉପସ୍ଥିତ ରହି ରିବନ୍ କାଟି ଉଦ୍ଘାଟନ କରିଥିଲେ ପରେ ଫଳକ ଉନ୍ମୋଚନ କରି ମେଡ଼ିକାଲର ପ୍ରତି ବିଭାଗ ଗୁଡ଼ିକ ବୁଲି ଦେଖିଥିଲେ।
ଆହୁରି ପଢ଼ନ୍ତୁ: Cyclone Montha LIVE UPDATES: ସମୁଦ୍ରରୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା... ବଢୁଛି ପବନ, ମଛଲିପାଟନମ ଠାରୁ ୫୦କିମି ଦୂରରେ ବାତ୍ୟା
ପୁରାତନ ସ୍ବାସ୍ଥ୍ୟ କେନ୍ଦ୍ର
ଫୁଲବାଣୀ ଡାୟଶିସ୍ ବିଶପ ଭାଓଲେଟ ନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରାର୍ଥନା ସହିତ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ମଞ୍ଚରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପୁଷ୍ପୋଗୁଚ୍ଚ, ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା। ମାହାଚାର୍ଯ୍ୟ ବିଜୟ କୁମାର ନାୟକ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉତ୍ତମ ଭାବେ ପରିଚାଳନା କରିବା ସହିତ ସେବା ଉଦ୍ଦେଶ୍ୟରେ କାର୍ଯ୍ୟ କରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଗକୁ ନେବା ବୋଲି କହିଥିଲେ। ସେହିପରି ବିଧାୟକ ମଧ୍ୟ ନିଜ ପ୍ରତିକ୍ରିୟାରେ ପରସ୍ପର ମଧ୍ୟରେ ପ୍ରେମ ସମାନତା ରଖି ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ସହିତ ଏହାର ଇତିହାସ ବିଷୟରେ ପ୍ରକାଶ କରିଥିଲେ। ୧୯ ଦଶକରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ କେତେ ଲୋକ ଉପକୃତ ହୋଇଛନ୍ତି ସେ ବିଷୟରେ ପ୍ରକାଶ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା।
ଆହୁରି ପଢ଼ନ୍ତୁ: Maoists Surrender: ଆତ୍ମସମର୍ପଣ କଲେ ମାଓ ସଂଗଠନର ଦୁଇ ସଦସ୍ୟ
ବିଭିନ୍ନ ରୋଗର ଚିକିତ୍ସା ବ୍ୟବସ୍ଥା
ବର୍ତମାନ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ରଞ୍ଜନ ରଶ୍ମୀ, ବିଭିନ୍ନ ପ୍ରକାର ରକ୍ତ ସଂଗ୍ରହ ସହିତ ପରୀକ୍ଷା, ଇସିଜି, ସମେତ ବିଭିନ୍ନ ରୋଗର ଚିକିତ୍ସା କରାଯିବ। ଭେଲୋର ମେଡ଼ିକାଲରୁ ଜଣେ ଡାକ୍ତର ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଅଛନ୍ତି। ତେବେ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଏକ କ୍ଲିନିକ୍ ଭାବରେ ଆରମ୍ଭ କରି ଆଗାମୀ ଦିନରେ ସମସ୍ତ ପ୍ରକାର ସୁବିଧା ସ୍ବାସ୍ଥ୍ୟ କେନ୍ଦ୍ର ଉପଲବ୍ଧ ହେବ। ଏହାକୁ ସମସ୍ତଙ୍କର ସ୍ଵାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏହି କେନ୍ଦ୍ରରେ ସେବା କରାଯିବ ବୋଲି ସୂଚନା ରହିଛି।
Follow Us