ଘୁ. ଉଦୟଗିରିରେ ଭଗବାନଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟ ସେବା

ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ମାତ୍ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଆଜି ବହୁ ସମସ୍ୟା ଦେଇ ଗତି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

G Udayagiri CHC

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ମାତ୍ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଆଜି ବହୁ ସମସ୍ୟା ଦେଇ ଗତି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଠାରେ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମିଶେଇ ସମୁଦାୟ ୮ ଜଣ ନୂତନ ଏମ୍‌ବିବିଏସ୍‌ ପାସ୍‌ ଡାକ୍ତର ରୋଗୀ ସେବାରେ ନିୟୋଜିତ ଥିଲେ। କିନ୍ତୁ ଦୀର୍ଘ ଦେଢ଼ ବର୍ଷ ହେବ ଓପିଏସସିରେ ପୋଷ୍ଟିଙ୍ଗ୍ ପାଇ ୫ ଜଣ କାର୍ଯ୍ୟରତ ଡାକ୍ତର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଗଲେ। ଏବେ ଭଗବାନଙ୍କ ଭରଷାରେ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି।

ଏହି ଖବର ପଢ଼ନ୍ତୁ: ମଧ୍ୟାହ୍ନଭୋଜନ ଖାଇ ୧୦୪ ପିଲା ଅସୁସ୍ଥ

ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସରଙ୍କ ସହ ୪ ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ। ଗ୍ରେସିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ମେଡ଼ିକାଲ ଅଫିସର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। କିଛି ଦିନ ହେଲା ଅତ୍ଯଧିକ ଥଣ୍ଡା କାରଣରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି, ଯାହା ଫଳରେ ଡାକ୍ତରଖାନାରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବା ଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ଠିଆ ହୋଇ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି।

ଏହି ଖବର ପଢ଼ନ୍ତୁ: ତଳମୁହାଁ ହେଉଛି ପାରଦ

ରୋଗୀଙ୍କ କହିବା ଅନୁସାରେ ରୋଗ କଷ୍ଟ ଠାରୁ ବଳି ଯାଉଛି ଡାକ୍ତରଙ୍କ ସହ ସାକ୍ଷାତ କରିବା କଷ୍ଟ। ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଡାକ୍ତର ଅଭାବ କାରଣରୁ ହେଉଥିବା ଅସୁବିଧା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିବା ସହ ଯଥା ଶୀଘ୍ର ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ଏ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ବହୁ ଥର ୫ଟି ସଚିବଙ୍କୁ ଲିଖିତ ନିବେଦନ କରାଯାଇଥିଲେ ମଧ୍ଯ କୌଣସି ସୁଫଳ ମିଳିପାରିନାହିଁ ତା ସହ ବିଭିନ୍ନ ଖବରକାଗଜରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ନେଇ ଖବର ପ୍ରସାରଣ କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ନୀରବ ରହିବା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ତିନି ଜଣ ଡାକ୍ତର କର୍ତ୍ତବ୍ୟ କରୁଥିବା ବେଳେ ଦିନରେ ଜଣେ ରାତିରେ ଜଣେ ଜରୁରୀକାଳୀନ ସେବା ପାଇଁ ଜଣେ ଅଛନ୍ତି।

ଏହି ଖବର ପଢ଼ନ୍ତୁ: ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଦୀର୍ଘ ବର୍ଷ ହେଲା ଅଞ୍ଚଳ ବାସୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମସ୍ୟାକୁ ନେଇ ବହୁବାର ଲିଖିତ ଅଭିଯୋଗ କରିବା ସହ ଆନ୍ଦୋଳନ କରିଥିଲେ ମଧ୍ୟ କାହାର ନିଦ ଭାଙ୍ଗୁନି।ନା ନେତାଙ୍କର ନାଁ ବିଭାଗୀୟ ଅଧିକାରୀଙ୍କ।ସାଧାରଣ ଲୋକଙ୍କ ମୌଳିକ ଅଧିକାର ସ୍ୱାସ୍ଥ୍ୟ ସେବା ଯୋଗେଇବାରେ ସରକାର ବିଫଳ ହୋଇଥିବା ବେଳେ ଡାକ୍ତରଖାନାର ସାଜସଜ୍ଜା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ଲକ୍ଷାଧିକ ଟଙ୍କା ବ୍ୟୟ କରାଯିବା ସହ ମାଳ ମାଳ ରାଜ୍ୟ ଏବଂ କେନ୍ଦ୍ରୀୟ ଟିମ ବୁଲିବାକୁ ଆସୁଛନ୍ତି ହେଲେ କାହାର ବି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଅଭାବ ବିଷୟରେ ଚିନ୍ତା କରିବାର ନାହିଁ। କାଗଜ କଲମ ଚାଷ ଜୋର ହେଉଛି ସେଇ ତୁଳନାରେ ରୋଗୀ ସେବା କିଛି ନୁହେଁ। କାରଣ ଡାକ୍ତର ଅଭାବ ଯୋଗୁଁ ଯେତେ ଚାକଚକ୍ୟ ହେଲେ ଲୋକଙ୍କର କି ଲାଭ।ଯଦି ସଠିକ ସମୟରେ ଜନସାଧାରଣଙ୍କ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଅଞ୍ଚଳ ବାସି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ପୁଲିସ-ମାଓବାଦୀ ଗୁଳିବିନିମୟ, ୭ ନକ୍ସଲ ନିହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe