Cold Wave: ଘୁ.ଉଦୟଗିରିରେ ପ୍ରବଳ ଶୀତ ଲହରୀ, ୪.୩ ଡିଗ୍ରିକୁ ଖସିଲା ତାପମାତ୍ରା

Advertisment

ଓଡ଼ିଶାର ଶୀତର ସହର ଭାବେ ପରିଚିତ ଘୁ.ଉଦୟଗିରିରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ପାରଦ ତଳମୁହାଁ ହେଉଥିବା ବେଳେ ସାରା ଅଞ୍ଚଳ ଅସହ୍ୟ ଜାଡ଼ରେ ଥରୁଛି।

ଓଡ଼ିଶାର ଶୀତର ସହର ଭାବେ ପରିଚିତ ଘୁ.ଉଦୟଗିରିରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ପାରଦ ତଳମୁହାଁ ହେଉଥିବା ବେଳେ ସାରା ଅଞ୍ଚଳ ଅସହ୍ୟ ଜାଡ଼ରେ ଥରୁଛି।

Untitled-17

Severe cold wave grips G. Udayagiri in Odisha. Photograph: (sambad.in)

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ଶୀତର ସହର ଭାବେ ପରିଚିତ କନ୍ଧମ‌ାଳ ଜିଲ୍ଲାର ଘୁ.ଉଦୟଗିରିରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ପାରଦ ତଳମୁହାଁ ହେଉଥିବା ବେଳେ ସାରା ଅଞ୍ଚଳ ଅସହ୍ୟ ଜାଡ଼ରେ ଥରୁଛି। ଗତକାଲି ସହରର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ସେଲସିଅସ୍ ଥିଲା, ଯାହା ଆଜି ଆହୁରି ଖସି ୪.୩ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି।

ଓଡ଼ିଶାର ଦାର୍ଜିଲଂ କୁହାଯାଉଥିବା ଘୁମୁସର ଉଦୟଗିରିରେ ପ୍ରବଳ ଥଣ୍ଡା ଯୋଗୁଁ ଗରିବ ଓ ଅସହାୟ ଲୋକମାନେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ହେବା ସହ ବଜାର ଅଞ୍ଚଳ ଶୁନଶାନ ହୋଇଯାଉଥିବା ବେଳେ ରାସ୍ତାଘାଟରେ ଲୋକ ଚଳାଚଳ ମଧ୍ୟ ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: Orthopaedic Pain In Winter : ଶୀତଦିନ ଆସିଲେ ଆଣ୍ଠୁଗଣ୍ଠି ବ୍ୟଥା ହେଉଛି କି? ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଘରୋଇ ଚିକତ୍ସା....

ଆହୁରି ବଢ଼ିପାରେ ଶୀତ

ସହର ତୁଳନାରେ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ତାପମାତ୍ରା ଆହୁରି କମ ରହୁଥିବା ସୂଚନା ମିଳିଛି। ପଛଳା ତିନି ଦିନ ଧରି ବିଭିନ୍ନ ସ୍ଥାନରେ ତୁଷାରପାତ ଜାରି ରହିଥିବା ବେଳେ ଲୋକେ ନିଆଁ ସାହାରାରେ ରାତି କାଟୁଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦୁଇ ସପ୍ତାହ ଅର୍ଥାତ ନୂଆବର୍ଷ ପର୍ଯ୍ୟନ୍ତ ଏହିଭଳି ଶୀତ ଲହରୀ ଜାରି ରହିପାରେ। ଏହା ଫଳରେ ଘୁ.ଉଦୟଗିରି ସହ ଆସପାସ ଅଞ୍ଚଳରେ ଶୀତର ପ୍ରଭାବ ଆହୁରି ବଢ଼ିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: India-Oman Trade Deal: ଆମେରିକାର ଶୁଳ୍କ ଛାଟ ମଧ୍ୟରେ ଓମାନ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe