ଗହୀରମଥାରେ ମାଫିଆଙ୍କ ଆତଙ୍କରାଜ: ବନ ବିଭାଗ ଠାରୁ ଛଡ଼ାଇ ନେଲେ ଟ୍ରଲର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ ଗହୀରମଥାରେ ମାଛ ମାଫିଆମାନେ ରବିବାର ଅପରାହ୍ଣରେ ଆତଙ୍କରାଜ ଖେଳାଇଛନ୍ତି। ସାମୁଦ୍ରିକ ଅଭୟାରଣ୍ୟରେ ପଶି ଉନ୍ମୁକ୍ତ କାଣ୍ଡ କରିଛନ୍ତି। ସମୁଦ୍ରରେ ବେଆଇନ୍‌ ଭାବେ ମାଛ ଧରିବା ବେଳେ ବନ ବିଭାଗର କର୍ମଚାରୀମାନେ ଅଟକାଇବାରୁ ଗୁଳି ଫୁଟାଇଛନ୍ତି।

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଟ୍ରଲର ମାଫିଆମାନେ ରବିବାର ଅପରାହ୍ଣରେ ଉତ୍ପାତ ହୋଇଛନ୍ତି। ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ଧରିବାକୁ ବନବିଭାଗ ଟିମ ଉଦ୍ୟମ କରିବାରୁ ବନବିଭାଗ ଟିମ ଉପରକୁ ମିଳିତ ଭାବେ ଟ୍ରଲର ଗୁଡିକ ଆକ୍ରମଣ କରିଛନ୍ତି। ବନବିଭାଗ ଜବତ କରିଥିବା ଗୋଟିଏ ଟ୍ରଲରରେ ଥିବା ୮ ମତ୍ସ୍ୟଜୀବୀଙ୍କୁ ଟ୍ରଲର ମାଫିଆମାନେ ବନବିଭାଗ ଠାରୁ ଛଡାଇ ନେଇଛନ୍ତି।

ଏହି ଖବର ପଢ଼ନ୍ତୁ: କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର

ବାରମ୍ବାର ପ୍ରତିବର୍ଷ ଟ୍ରଲର ମାଫିଆଙ୍କ ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ବଢିବାରେ ଲାଗିଛି। 

publive-image

ଏହି ଖବର ପଢ଼ନ୍ତୁ: କୁକୁଡ଼ା ବୋଝେଇ ଗାଡ଼ି ସହ ମୁହାଁମୁହିଁ ଧକ୍କା: ବାଇକ୍‌ ଆରୋହୀ ଦଂପତିଙ୍କ ମୃତ୍ୟୁ

ମଝି ସମୁଦ୍ରରେ ବନବିଭାଗ କର୍ମଚାରୀ ନିଜ ଜୀବନ ବଂଚାଇବାକୁ ବ୍ଲାଙ୍କ ଫାଇରିଂ କରିଥିବା ବେଳେ ଟ୍ରଲର ମାଫିଆମାନେ ମଧ୍ୟ ବ୍ଲାଙ୍କ ଫାଇରିଂ କରି ବନବିଭାଗ କର୍ମଚାରୀଙ୍କୁ ଭୟଭୀତ କରାଇଛନ୍ତି। ମିଳିତଭାବେ ୬ଟି ଟ୍ରଲର ବନବିଭାଗ ଟିମକୁ ଆକ୍ରମଣ ଉଦ୍ୟମ କରିବାରୁ ଜୀବନ ବଂଚାଇ ଗୋଟିଏ ଟ୍ରଲର ଓ ଜଣେ ମତ୍ସ୍ୟଜିବୀଙ୍କୁ ଧରି ବନବିଭାଗ ଟିମ କୂଳକୁ ଫେରିଛି। ଏହି ଘଟଣା ପରେ ପାଟ୍ରୋଲିଂ ଟିମ ଭୟଭୀତ ହୋଇପଡିଥିବା ବେଳେ ବିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପ୍ରତି ବଡଧରଣର ବିପଦ ସୃଷ୍ଟି ହୋଇଛି। 

ଏହି ଖବର ପଢ଼ନ୍ତୁ: ଦୁର୍ବଳ ହେଉଛି ମାଓଦୁର୍ଗ! ଯବାନଙ୍କ ଅପରେସନ୍‌ ଦେଖି ନକ୍ସଲ ଛାନିଆ

ଆଜି ସକାଳେ ଗହୀରମଥା ରେଂଜର ବାବୁବାଲି ଫରେଷ୍ଟର ସୁରେଶ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ ଅଲଭିୟା ଟ୍ରଲରରେ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିଲେ। କୂଳଠାରୁ ପ୍ରାୟ ୭ କିମି ଦୂରରେ ଚଣ୍ଡୀ ତାରିଣୀ-୩ ରେଜିଷ୍ଟ୍ରେସନ ନଂ-ଆଇଏନଡି-ଓଆର୦୧ଏମଏମ୩୧୭ ନାମକ ଏକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଦେଖିଥିଲେ। ଦିନ ପ୍ରାୟ ୧୨ ଘଟିକା ସମୟରେ ବନବିଭାଗ ପାଟ୍ରୋଲିଂ ଟିମ  ଏହି ଟ୍ରଲରକୁ ଗୋଡାଇ ଧରିବା ସହିତ ଟ୍ରଲରରେ ଥିବା ଡ୍ରାଇଭର ଓ ଅନ୍ୟ ୮ଜଣ ମତ୍ସ୍ୟଜିବୀଙ୍କୁ ଧରିଥିଲେ। ବନବିଭାଗ ପାଟ୍ରୋଲିଂ ଟ୍ରଲର  ତାରିଣୀ-୩ ଟ୍ରଲରକୁ ଗୋଡାଇବା ଭିତରେ ଏହି ଟ୍ରଲର ଅନ୍ୟ ଟ୍ରଲର ମାନଙ୍କୁ ଡକାଇ ସାରିଥିଲେ। ବନବିଭାଗ ଟିମ୍ ସେହି ଟ୍ରଲରକୁ ଧରିବାକ୍ଷଣି ଅନ୍ୟ ଟ୍ରଲର ଗୁଡିକ ବନବିଭାଗ ପାଟ୍ରୋଲିଂ ଟିମକୁ ଆକ୍ରମଣ ଉଦ୍ୟମ କରିଥିଲେ। ବନବିଭାଗ ପାଟ୍ରୋଲିଂ ଟିମ ନିଜ ଜୀବନକୁ ବଂଚାଇବା ପାଇଁ ବ୍ଲାଙ୍କ ଫାଇରିଂ କରିଥିଲେ। ସେମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିବାର ସୂଚନା ରହିଛି।  

ଏହି ଖବର ପଢ଼ନ୍ତୁ: କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe