କେନ୍ଦୁଝର: କୂଅରେ ପଡ଼ି ହାତୀଛୁଆ ମୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ମୃତ ହାତୀଛୁଆକୁ ଉଦ୍ଧାର କରିଛି ବନ ବିଭାଗ ।
ପଦ୍ମପୁର ନର୍ସରୀରେ ପୋତି ଦିଆଯିବ
ସୂଚନା ଅନୁଯାୟୀ, ଗତକାଲି ରାତି ୩ଟା ସମୟରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ଏହି ୧ବର୍ଷ ବୟସର ଛୁଆ ହାତୀଟି ପଡ଼ି ଯାଇଥିଲା । ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ, ଉପରୁ ପଥର ଖସି ଛୁଆ ହାତୀ ମୁଣ୍ଡରେ ବାଜିଥିଲା। ଫଳରେ ଛୁଅହାତୀର ମୃତ୍ୟୁ ଘଟିଥିଲା । ପରେ ବନ ବିଭାଗ, ହାତୀ ଛୁଆର ଶବ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ପଦ୍ମପୁର ନର୍ସରୀରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Literature: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/27/screenshot-2026-02-27-075131-2026-02-27-07-51-52.jpg)