କୋରାପୁଟ: ଗତ ୩ତାରିଖ ଦିନ ସେମିଳିଗୁଡା ଥାନା ଅର୍ନ୍ତଗତ ବେହେରାଗୁଡ଼ା ଗାଁରେ ଗର୍ଭବତୀ ମହିଳା ରଚନା ସାହୁଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ନେଇ ପରିବାର ଲୋକେ ଏସ୍ପି ଓ ଡିଆଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରିବାର ଲୋକେ ମହିଳାଙ୍କ ମୃତ୍ୟୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ମୃତ୍ୟୁକୁ ନେଇ ପରିବାରବର୍ଗ ସଂଦେହ ପ୍ରକାଶ କରିବା ସହ ସ୍ବାମୀଙ୍କ ସହ ଏକାଧିକ ପରିବାର ସଦସ୍ୟ ମିଳିତ ଭାବେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ସେମିଳିଗୁଡା ଥାନା ପୁଲିସ ମୃତ ରଚନାଙ୍କ ସ୍ବାମୀ ଅନିଲ କୁମାର ସାହୁଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଛି।
ଏହି ଖବର ପଢ଼ନ୍ତୁ: ନଦୀରେ ଭାସୁଥିବା ବଲ୍ ଆଣିବାକୁ ଯାଇ ଜୀବନ ହାରିଲେ ୨ ଛାତ୍ର
ତେବେ ଏହି ମାମଲାରେ ଅନ୍ୟ ପରିବାରବର୍ଗର ସମ୍ପୃକ୍ତିକୁ ନେଇ ମୃତ ରଚନାଙ୍କ ବାପା, ମା ଓ ଅନ୍ୟ ପରିବାରବର୍ଗ ସଂଦେହ ପ୍ରକାଶ କରିଥିଲେ। ଏ ନେଇ ସେମିଳିଗୁଡା ଥାନା ଅଧିକାରୀଙ୍କୁ ଅଭିଯୋଗ କରିବାରେ ସେ ଓଲଟି ଅସଦବ୍ୟବହାର କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହି ମାମଲାକୁ ନେଇ ଲକ୍ଷ୍ମୀପୁରରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତିକ୍ରମେ ସର୍ବଦଳୀୟ ପ୍ରତିନିଧି ଦଳ ପରିବାରବର୍ଗକୁ ନେଇ ଡିଆଇଜି ନିତୀ ଶେଖର, ଓ ଏସପି ରୋହିତ ବର୍ମାଙ୍କୁ ଭେଟି ଉଚ୍ଚସ୍ତରୀୟ ପୁନଃ ତଦନ୍ତ କରିବାକୁ ଦାବି କରିଛନ୍ତି।
ଏହି ଖବର ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୧୭ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ଆଜି ପରିବାରବର୍ଗକୁ ନେଇ ଜିଲ୍ଲାପରିଷଦ ଅଧ୍ୟକ୍ଷା, ପୂର୍ବତନ ସାଂସଦ ଏସପିଓ ଡିଆଇଜିଙ୍କୁ ଭେଟି ଅଭିଯୋଗ କରିଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏହି ଘଟଣାର ପୁନଃତଦନ୍ତର ଭାର ଦିଆଯିବ, ଉକ୍ତ ଅଧିକାରୀଙ୍କ ରିପୋର୍ଟକୁ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଇଜି ନିତୀ ଶେଖର କହିଛନ୍ତି। ସେତେବେଳର ଅଭିଯୋଗକୁ ଭିତ୍ତିକରି ମୃତକାଙ୍କ ସ୍ବାମୀକୁ ସେମିଳିଗୁଡା ପୁଲିସ ଗିରଫ କରିଛିବୋଲି ଡିଆଇଜି କହିଛନ୍ତି।
ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି
ତେବେ ମାମଲାର ତଦନ୍ତ ଏବଂ ପୁଲିସ ଅଧିକାରୀଙ୍କ ବ୍ୟବହାରର ଭାଇରାଲ ଭିଡିଓକୁ ନେଇ ଧିରେ ଧିରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ପୁଲିସ ପ୍ରଶସାନ ସଠିକ ତଥ୍ୟ ଲୋକଲୋଚନକୁ ନ ଆଣିଲେ ଆଗାମୀ ଦିନରେ ସର୍ବଦଳୀୟ ଆନ୍ଦୋଳନର ଚେତାବନୀ ନେତାମାନେ ଦେଇଛନ୍ତି। ସେହିପରି କିଛି ଶାନ୍ତିଶୃଙ୍ଖଳା ପରିସ୍ଥିତି ଉପୁଜିବା ପୂର୍ବରୁ ପୁଲିସ ଓ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେବା ଆବଶ୍ୟକ ବୋଲି କହିଛନ୍ତି ଲକ୍ଷ୍ମୀପୁର ବିଧାୟକ।
ଏହି ଖବର ପଢ଼ନ୍ତୁ: ଓଡ଼ିଶାର ଦାର୍ଜିଲିଂରେ ଶୀତର ପ୍ରକୋପ: ତାପମାତ୍ରା ୫.୨ଡିଗ୍ରି, ଥରୁଛନ୍ତି ଲୋକେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/09/zesHSNINWqRJrQ1JO2q0.jpg)