କୋରାପୁଟ: ଶିବଲିଙ୍ଗପୁରମ୍ ନିକଟରେ ଏକ ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ଏହାଫଳରେ, ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର୍ ଟ୍ରେନ୍ ବାତିଲ ହୋଇଥିବାର ସୂଚନା ରହିଛି।
ସୂଚନା ଅନୁଯାୟୀ, କିରଣ୍ଡୁଲରୁ ବିଶାଖାପାଟଣାକୁ ଯାଉଥିବା ବେଳେ ଉକ୍ତ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଏହାର ୮ଟି ବଗି ଲାଇନଚ୍ୟୁତ ହୋଇଛି। ଆରୁକୁ-କୋତୱ୍ବାଲସା ମଧ୍ୟରେ ଏହି ଅଘଟଣ ଘଟିଛି। ଭୋର୍ ସମୟରେ ଏହି ଅଘଟଣ ଘଟଥିବା ଜଣାଯାଇଛି। ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।