Maoists Surrender: ୨୧ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୭୬ ଲକ୍ଷ ପୁରସ୍କାର

Advertisment

ମାଲକାନଗିରି ଜିଲ୍ଲାରେ ସକ୍ରିୟ ଥିବା ୨୧ ଜଣ ନକ୍ସଲ ପଡୋଶୀ ଛତିଶଗଡ଼ର ସୁକମା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି ସୁନ୍ଦରରାଜ ପି...

ମାଲକାନଗିରି ଜିଲ୍ଲାରେ ସକ୍ରିୟ ଥିବା ୨୧ ଜଣ ନକ୍ସଲ ପଡୋଶୀ ଛତିଶଗଡ଼ର ସୁକମା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି ସୁନ୍ଦରରାଜ ପି...

qwrw.jpg

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ସକ୍ରିୟ ଥିବା ୨୧ ଜଣ ନକ୍ସଲ ପଡୋଶୀ ଛତିଶଗଡ଼ର ସୁକମା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି ସୁନ୍ଦରରାଜ ପି ଏବଂ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଅତ୍ୟାଧୁନିକ ବନ୍ଧୁକ ସହ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କରିଥିବା ୨୧ ଜଣ ନକ୍ସଲଙ୍କ ମୁଣ୍ଡରେ ୭୬ ଲକ୍ଷ ଟଂକାର ପୁରସ୍କାର ରହିଛି। ଏମାନେ ହେଲେ ୮ ଲକ୍ଷ ଘୋଷିତ ଡିଭିସିଏମ ସଦସ୍ୟ ସୋଡି ମହେଶ(୩୫), ପଡିଆମ ରାଜୁ(୩୦) ଏବଂ କାରମ ମମତା, ୫ ଲକ୍ଷ ଘୋଷିତ ଏସିଏମ କୁଞ୍ଜାମ ଦେବେ, ମାଡବୀ ମଞ୍ଜୁ, କୁମାରୀ ରାମବତୀ, ପୋଡିଆମ କୋସି ଏବଂ ଲେକାମ ଲିଙ୍ଗେ, ୨  ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ମାଡକମ ବିରା, ରବା ଭୀମା, ପୋଟେମ ମୋଟୁ, କୁଞ୍ଜାମ ଲଖମା, ନୁପୋ ହୁଙ୍ଗା, ସୋଡି ମାଙ୍ଗଡି, ମାଡବୀ ବିମଳା, ମୁଚାକି ବଣ୍ଡି, ମାଡକମ ରୀତା, ସୀମଲା ଓରଫ ରତନା, ମାଡବୀ କବିତା, କାରମ ସୁକ୍କି ଏବଂ ସର୍ମିଳା କାବାସୀ।

ଆହୁରି ପଢ଼ନ୍ତୁ: Winter Olympics: ଶୀତକାଳୀନ ଅଲିମ୍ପିକ୍ସର ଶୁଭାରମ୍ଭ; ଭାନ୍ସଙ୍କୁ ଚିଡ଼ାଇଲେ ଇଟାଲୀ ଦର୍ଶକ

ଏହି ନକ୍ସଲମାନେ ଆତ୍ମସମର୍ପଣ ବେଳେ ପୁଲିସ ନିକଟରେ ୩ଟି ଏକେ-୪୭, ମେଗାଜିନ-୮ଟି, ୧୨୦ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି ଏସଏଲଆର ବନ୍ଧୁକ, ମେଗାଜିନ ୪ଟି ଏବଂ ୪୦୧ଟି ଜୀବନ୍ତ ଗୁଳି, ଗୋଟିଏ ଇନସାସ ବନ୍ଧୁକ ସହ ମେଗାଜିନ ଦୁଇଟି ଏବଂ ୫୦ ରାଉଣ୍ଡ ଜୀବନ୍ତ ଗୁଳି, ସିଙ୍ଗଲ ସଟ ବନ୍ଧୁକ ୫ଟି, ବିଜିଏଲ ଲଞ୍ଚର ତିନୋଟି, କୋଡେକ୍ସ ତାର ଗୋଟିଏ ବଣ୍ଡଲ, ଜିଲୋଟିନ ୧୦ଟି ଇତ୍ୟାଦି ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ଡିଭିଜନାଲ କମିଟି ମେମ୍ବର ୩ ଜଣ, ଏରିଆ କମିଟି ମେମ୍ବର ୫ ଜଣ ଏବଂ ୧୩ ଜଣ ପାର୍ଟି ସଦସ୍ୟ ଅଟନ୍ତି। ଏମାନେ ଓଡିଶାର କେକେବିଏନ, ଦରଭା ଡିଭିଜନ, ବସ୍ତର ଡିଭିଜନର ସକ୍ରିୟ ନକ୍ସଲ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: Dead: ବିହାରରେ କର୍ଣ୍ଣାଟକ ପରିବାରର ୪ ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡିଭିସିଏମ ରାଜୁ କୋଡିଙ୍ଗା ଏରିଆ କମିଟିର ସଦସ୍ୟ ହୋଇଥିବା ବେଳେ ମମତା କେକେବିଏନର ସଦସ୍ୟା ବୋଲି ଜଣାପଡିଛି। ଅନ୍ୟମାନେ ଦରଭା ଡିଭିଜନର ସଦସ୍ୟ ଓ ସଦସ୍ୟା। ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ। ହାତ ଗଣତି ଆଉ ମାତ୍ର କିଛି ଦିନ ସରକାରଙ୍କ ଟାର୍ଗେଟ ପୂରଣ ହେବାକୁ ରହିଥିବା ବେଳେ ନକ୍ସଲ ଜଂଗଲ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏବେ ବି ବଳକା ରହିଯାଇଥିବା ନକ୍ସଲ ତୁରନ୍ତ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଆହ୍ବାନ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe