ମାଲକାନଗିରି ଜିଲ୍ଲାରେ ୪ର୍ଥ ଦିନରେ ୭,୭୦୦ କ୍ବିଣ୍ଟାଲ ଧାନ ବିକିଲେ ଚାଷୀ

ମାଲକାନଗିରି ଜିଲ୍ଲାରେ ତିନି ଦିନ ଧାନ ମଣ୍ଡିରେ ଅଚଳାବସ୍ଥା ଲାଗି ରହିବା ପରେ ଗୁରୁବାର ପ୍ରାୟ ମଣ୍ଡିରେ ଧାନ କ୍ରୟ କରାଯାଇଛି। ଜିଲ୍ଲା ପ୍ରଶାସନ ସହ ମିଲରମାନଙ୍କ ଆଲୋଚନା ପରେ ମିଲରମାନେ ମଣ୍ଡିକୁ ଧାନ ନେବା ପାଇଁ ରାଜି ହୋଇଛନ୍ତି।

Mandi

Mandi in Malkangiri Photograph: (Sambad)

ମାଲକାନଗିରି: ଜିଲ୍ଲାରେ ତିନି ଦିନ ଧାନ ମଣ୍ଡିରେ ଅଚଳାବସ୍ଥା ଲାଗି ରହିବା ପରେ ଗୁରୁବାର ପ୍ରାୟ ମଣ୍ଡିରେ ଧାନ କ୍ରୟ କରାଯାଇଛି। ଜିଲ୍ଲା ପ୍ରଶାସନ ସହ ମିଲରମାନଙ୍କ ଆଲୋଚନା ପରେ ମିଲରମାନେ ମଣ୍ଡିକୁ ଧାନ ନେବା ପାଇଁ ରାଜି ହୋଇଛନ୍ତି। ଜିଲ୍ଲାରେ ରହିଥିବା ୬୫ଟି ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ କିଛି କିଛି ମଣ୍ଡିରେ ଏବେ ବି ଉତ୍ତେଜନା ଲାଗି ରହିଛି। ଆଗାମୀ ଦିନରେ ସବୁ ମଣ୍ଡିରେ ସୁରୁଖୁରୁରେ ଧାନ କ୍ରୟ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ମଦନ ମୋହନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ଏଫଏକ୍ୟୁ ଧାନ ନଥିବାରୁ ଧାନ ଖରିଦ ହେଲା ନାହିଁ

ଜିଲ୍ଲାର ବିଭିନ୍ନ ମଣ୍ଡିରୁ ୭ ହଜାର ୭୦୦ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି। ଏହାଠାରୁ ଅଧିକ ମଧ୍ୟ କ୍ରୟ ହୋଇଥିବା ନେଇ ସେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡିରୁ ରିପୋର୍ଟ ଆସୁଥିବାରୁ ସଠିକ ରିପୋର୍ଟ ଶୁକ୍ରବାର ହିଁ ଜଣାପଡିବ ବୋଲି କୁହାଯାଇଛି। ଜିଲ୍ଲାରେ ରହିଥିବା ସମସ୍ତ ୨୮ଟି ମିଲର ମଣ୍ଡିରେ ଧାନ ଉଠାଇବା ନେଇ ରାଜି ହୋଇଛନ୍ତି।

ଏହି ଖବର ପଢ଼ନ୍ତୁ: ନକ୍ସଲ ନେତା ଦେବା ଘରକୁ ବି ଭାଙ୍ଗିଦେଲେ

ମିଳିଥିବା ସୂଚନା ଅନୁଯାୟୀ ମିଲରମାନେ ୫୦ କିଲୋ ସ୍ଥାନରେ ୫୨ କିଲୋ ନେବେ ବୋଲି ଜଣାପଡିଛି। ବୁଧବାର ଏମଭି-୧୧ସ୍ଥିତ ବାଟପାଲି ମଣ୍ଡିରେ ଦୁଇ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଥମିଥିବା ଜଣାପଡିଛି। ଲଗାତାର ଚାରି ବର୍ଷ ଧରି ମା‘ କାଳୀ ଏସଏଚଜି ମଣ୍ଡିକୁ ହାତେଇ ନେଉଥିବାରୁ ଇନ୍ଦ୍ରାବତୀ ଏସଏଚଜି କେବଳ ହୋହଲ୍ଲା କରିବା ସହ ମା‘ କାଳୀ ଗ୍ରୁପ ଉତ୍କୋଚ ଦେଇ ମଣ୍ଡିକୁ ହାତେଇ ଥିବା ଅଭିଯୋଗ କରିଥିଲେ। ବାଟପାଲି ମଣ୍ଡିରୁ ଗୁରୁବାର ଧାନ କ୍ରୟ ହୋଇଥିବା ଜଣାପଡିଛି। ଏହି ମଣ୍ଡିରେ ଯଦି ଅସାଧୁ କାର୍ଯ୍ୟ ଚାଲେ ତେବେ ଇନ୍ଦ୍ରାବତୀ ଗ୍ରୁପ ସେନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିପାରନ୍ତି ବୋଲି କୁହାଯାଇଛି। 

ଏହି ଖବର ପଢ଼ନ୍ତୁ: ଟ୍ରକ୍‌ ଧକ୍କାରେ ଚାଲିଗଲା ମା’-ପୁଅଙ୍କ ଜୀବନ, ବାପା ଗୁରୁତର

ପ୍ରକାଶ ଥାଉକି ଜିଲ୍ଲାର ୧୬,୪୪୨ଟି ପ୍ଲଟର ସର୍ଭେ କରାଯିବା ପରେ ସେଥିରୁ ୧୦୯ଟି ପ୍ଲଟ ଫେକ ବୋଲି ଜଣାପଡିଥିଲା। ମାତ୍ର ୧୬ ହଜାର ୩୩୩ ଟି ପ୍ଲଟରେ ହିଁ ଧାନ ଚାଷ ହୋଇଥିବା କୁହାଯାଇଛି। ସେହିପରି ଜିଲ୍ଲାର ୩୮ ହଜାର ୨୫୭ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୭୫୯ ଜଣ ଚାଷୀ ଫେକ ବୋଲି ଜଣାପଡିଥିଲା। ବର୍ତ୍ତମାନ ଜିଲ୍ଲାରେ ୩୭ ହଜାର ୪୯୮ ଜଣ ଚାଷୀ ହିଁ ପଞ୍ଜିକରଣ କରିବା ସହ ନିଜର ଧାନକୁ ମଣ୍ଡିରେ ବିକ୍ରି କରିପାରିବୋ ବୋଲି ଜଣାପଡିଛି। ଜିଲ୍ଲାର ୮ଟି ଲ୍ୟାମ୍ପ ଏବଂ ୫ଟି ଏସଏଚଜି ଧାନ କ୍ରୟ କରୁଥିବା ଜଣାପଡିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ୨୩ ହଜାର ୮୫୦ କିଲୋ ଧାନ କ୍ରୟ ନେଇ ଟାର୍ଗେଟ ରହିଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ଟଙ୍କା ପାଇଁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ହାଣିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe