ମାଲକାନଗିରିର ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ: ଜିଲ୍ଲାରେ ହେବ ଏସବୁ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମାଲକାନଗିରିରେ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ ହେବ। ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଂଜି ନିବେଶ ହେବ। ଏହି କାରଖାନା ପ୍ରତିଷ୍ଠା ହେବା ଦ୍ବାରା ୨୦୦୦ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ।

ଅଦ୍ୟତନ ହୋଇଛି

ମାଲକାନଗିରି: ରାଜ୍ୟ ସରକାର ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ମାଲକାନଗିରିରେ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଂଜି ନିବେଶ ହେବ। ଏହି କାରଖାନା ପ୍ରତିଷ୍ଠା ହେବା ଦ୍ବାରା ୨୦୦୦ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମାଲକାନଗିରି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷିଣକୁ ଉତ୍ତରକୁ ଉନ୍ନତମାନର ସଡ଼କ ପଥ ମାଧ୍ୟମରେ ସଂଯୋଗୀକରଣ କରିବାକୁ ଯାଉଛନ୍ତି। ମାଲକାନଗିରି ଜିଲ୍ଲା ମୋଟୁ ଠାରୁ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଯାଏଁ  ୬ ଥାକିଆ ସଡକ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ଖୁବ ଶୀଘ୍ର ଜମି ଅଧିଗ୍ରହଣ କରାଯିବ।  

ଏହି ଖବର ପଢ଼ନ୍ତୁ: ମାଲ୍ୟବନ୍ତ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମାଲ୍ୟବନ୍ତ ମହୋତ୍ସବ-୨୦୨୪’ରେ ଯୋଗଦେଇ ଏହାର ଶୁଭଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମାଲକାନଗିରି ଜିଲ୍ଲାର ଗୌରବମୟ ଐତିହ୍ୟ, ପରମ୍ପରା, କଳା ଏବଂ ସଂସ୍କୃତି ଉଚ୍ଚକୋଟୀର। ନିଚ୍ଛକ ପ୍ରତିଛବି ଓଡ଼ିଆ ଅସ୍ମିତାର ଅନନ୍ୟ ଅଙ୍ଗ ଏହି ପ୍ରସିଦ୍ଧ ଲୋକମହୋତ୍ସବରେ ଯୋଗଦେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ, ଏଥିପାଇଁ ଜିଲ୍ଲାବାସୀଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି।

ଏହି ଖବର ପଢ଼ନ୍ତୁ: ଅଣ୍ଡ୍ରାପାଲୀବାସୀଙ୍କ ପାଇଁ ଆଜି ବି ଡଂଗା ହିଁ ଭରସା

ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ ମାଲକାନଗିରିର ଏହି ପବିତ୍ର ଭୂମି ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରଣ ସ୍ପର୍ଶରେ ଧନ୍ୟ ହୋଇଛି। ତେଣୁ ଏହି ଦେବଭୂମିକୁ କୋଟି କୋଟି ପ୍ରଣାମ। ଏହି ଜିଲ୍ଲାର ସମୃଦ୍ଧ ଇତିହାସ, କଳା, ସାହିତ୍ୟ, ଜନଜାତି ପରମ୍ପରା କେତେ ଅନନ୍ୟ ତାହା ଏହି କାର୍ଯ୍ୟକ୍ରମରୁ ଜଣାପଡୁଛି। ଏହି ସାଂସ୍କୃତିକ ଓ ପରମ୍ପରାର ଉତ୍ସବ ଅନେକ ଗୁରୁତ୍ଵ ବହନ କରିଥାଏ। ସମସ୍ତଙ୍କୁ ଏକତ୍ରିତ କରିବା ସହ ଜିଲ୍ଲାକୁ ବିକାଶ କ୍ଷେତ୍ରରେ ଆଗକୁ ନେବା ପାଇଁ ସଂକଳ୍ପ ନେବା। ଏହା ହିଁ ହେଉଛି ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

publive-image

ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଲକାନଗିରି ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ଆମେ ପ୍ରତିବଦ୍ଧ, ଏଥିପାଇଁ ମୋଟ ୨୪୫ କୋଟି ଟଙ୍କା ବ୍ୟୟରେ ମୋଟ ୮୮ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରାଯାଇଛି, ଯାହାକି ଜିଲ୍ଲାରେ ହଷ୍ଟେଲ, ବିଦ୍ୟାଳୟ ଭିତ୍ତିଭୂମି, ସରକାରୀ କୋଠା ଇତ୍ୟାଦିର ଉନ୍ନତିକରଣରେ ବିଶେଷ ସହାୟକ ହେବ। ଲୋକଙ୍କ ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ କରୁଛନ୍ତି। ସୁଭଦ୍ରା ଯୋଜନାରେ ମା’ମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରାଯାଉଛି। ଏହି ଯୋଜନାରେ ମାଲକାନଗିରି ଜିଲ୍ଲାର ୧ ଲକ୍ଷରୁ ଅଧିକ ମହିଳାଙ୍କୁ ସିଧାସଳଖ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିଭଳି ଏହି କୃଷିଭିତ୍ତିକ ଜିଲ୍ଲାର ଚାଷୀଭାଇଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। ଧାନ ସହ ଡାଲି ଜାତୀୟ ଫସଲ ଚାଷ ଦ୍ଵାରା ଦୁଇଗୁଣ ଆୟକୁ ଗୁରୁତ୍ଵ ଦିଆଯାଉଛି। ଏଥିସହିତ ଶ୍ରୀଅନ୍ନ ଯୋଜନାରେ ମାଣ୍ଡିଆ ଚାଷ ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ରୋତ୍ସାହନ ଏବଂ ସହଯୋଗ ଯୋଗାଇଦିଆଯାଉଛି। କୃଷକମାନଙ୍କୁ ୫ ବର୍ଷ ମଧ୍ୟରେ ହେକ୍ଟର ପିଛା ୭୫୦୦ ରୁ ୨୬୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। 

ଏହି ଖବର ପଢ଼ନ୍ତୁ: ପ୍ରତିକ୍ରିୟା ରଖିଲେ ଆଇଏଏସ୍‌ ଅଧିକାରୀଙ୍କ ଡ୍ରାଇଭର

ମାଲକାନଗିରି ଜିଲ୍ଲା ସମେତ ସମଗ୍ର ରାଜ୍ଯର ସାମଗ୍ରିକ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିବ। ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା’ ନିର୍ମାଣ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଆପଣ ସମସ୍ତଙ୍କ ସହଯୋଗରେ ହିଁ ସଫଳ ହେବ।  ଆଗାମୀ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ବିକଶିତ ଭାରତର ପ୍ରଥମ ବଗି ଭାବେ ଓଡ଼ିଶା ନିଶ୍ଚୟ ସ୍ଥାନ ପାଇବ ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହି ଖବର ପଢ଼ନ୍ତୁ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe