Advertisment

Education: ଆଦର୍ଶ ଡିଗ୍ରି କଲେଜ୍‌ରେ ନୂଆ କୋଠାଗୃହ ଦାବି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

Advertisment

ମାଲକାନଗିରି ସଦର ମହକୁମାରେ ରହିଥିବା ସ୍ନାତକ ମହାବିଦ୍ୟାଳୟରେ ପିଲାଙ୍କ ପାଇଁ ପଢିବା ଏବଂ କର୍ମଚାରୀଙ୍କୁ ରହିବା ପାଇଁ ଉଚିତ୍ କୋଠା ଗୃହ ନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।

ମାଲକାନଗିରି ସଦର ମହକୁମାରେ ରହିଥିବା ସ୍ନାତକ ମହାବିଦ୍ୟାଳୟରେ ପିଲାଙ୍କ ପାଇଁ ପଢିବା ଏବଂ କର୍ମଚାରୀଙ୍କୁ ରହିବା ପାଇଁ ଉଚିତ୍ କୋଠା ଗୃହ ନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।

Mkg college principal meet education minister (2)

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସଦର ମହକୁମାରେ ରହିଥିବା ସ୍ନାତକ ମହାବିଦ୍ୟାଳୟରେ ପିଲାଙ୍କ ପାଇଁ ପଢିବା ଏବଂ କର୍ମଚାରୀଙ୍କୁ ରହିବା ପାଇଁ ଉଚିତ୍ କୋଠା ଗୃହ ନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ସଦର ମହକୁମା ଠାରୁ ୩ କିଲୋମିଟର ଦୁରରେ ଏହି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନିର୍ମାଣ କରାଯାଇଛି। ପିଲାମାନଙ୍କ ପାଇଁ ଗାଡିର କୌଣସି ସୁବିଧା ନଥିବାରୁ ସବୁଦିନ ଛାତ୍ରଛାତ୍ରୀ ଚାଲି ଚାଲି ମହାବିଦ୍ୟାଳୟକୁ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି।

ଏହି ମହାବିଦ୍ୟାଳୟ ପରିସରରେ ନୂତନ କୋଠା ଗୃହ ନିର୍ମାଣ ନେଇ ବାରମ୍ବାର ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଜନସାଧାରଣ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ କୌଣସି ଫରକ୍ ପଡୁନଥିବା ଦେଖିବାକୁ ମିଳିଛି। ଆଜି ନିଜେ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ କୁମାର ପାତ୍ର ଏବଂ ବିଧାୟକ ନରସିଂହ ମାଡକାମୀ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ତେବେ ମନ୍ତ୍ରୀ ମଧ୍ୟ ଖୁବଶୀଘ୍ର ଏନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: Kamala Nehru : କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଅସଜଡ଼ା ଭିତ୍ତିଭୂମି ବିଗାଡ଼ୁଛି ଶୈକ୍ଷିକ ବାତାବରଣ

ମହାବିଦ୍ୟାଳୟର କର୍ମଚାରୀଙ୍କୁ ରହିବା ପାଇଁ କ୍ବାଟରର ବ୍ୟବସ୍ଥା ନଥିବାରୁ ବହୁ ହଇରାଣ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ପିଲାଙ୍କ ପାଇଁ ଗାଡିର ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ଦାବି ହୋଇଛି। ଏହି ମହାବିଦ୍ୟାଳୟରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରତିଦିନ ଅଟୋ ଭଡା ଦେଇ ମହାବିଦ୍ୟାଳୟକୁ ଯିବା ଅସମ୍ଭବ। ତେଣୁ ଗାଡିର ବନ୍ଦବସ୍ତ କରାଗଲେ ବିଶେଷ କରି ବର୍ଷା ଦିନେ ପିଲାଙ୍କ ସମସ୍ୟା ବହୁ ପରିମାଣରେ ଦୂର ହୋଇପାରନ୍ତା ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe