ଭୁବନେଶ୍ୱର: ସରକାର ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରିବା ପାଇଁ ଯୋଜନା ପରେ ଯୋଜନା ହେଉଛି। କିନ୍ତୁ ଖୋଦ୍ ରାଜଧାନୀର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତିକୁ ଦେଖିଲେ କଥା ଓ କାମରେ ତାଳମେଳ ପାଉନାହିଁ। ଶ୍ରେଣୀ ଗୃହର ଓ ଶିକ୍ଷକଙ୍କ ଅଭାବ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣକୁ ବିଗାଡ଼ିବାରେ ଲାଗିଛି। କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀକୁ ମିଶାଇ ପାଖାପାଖି ୨୨୦୦ ପିଲା ପାଠ ପଢ଼ୁଛନ୍ତି।
Women's life expectancy is high!: ମହିଳାଙ୍କ ଆୟୁ ବେଶୀ!
ପୁଣି ମହାବିଦ୍ୟାଳୟରେ ଓଡ଼ିଆ, ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ବିଭାଗର ସ୍ନାତକତ୍ତୋର ପାଠ୍ୟକ୍ରମ ମଧ୍ୟ ରହିଛି। ହେଲେ ଏତେ ସଂଖ୍ୟାକ ଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ଶ୍ରେଣୀଗୃହ ନାହିଁ। ରାଜଧାନୀରେ କେନ୍ଦ୍ରସ୍ଥଳୀରେ ଥିବା ବେଳେ ତିନିଟି ମୁଖ୍ୟ ବିଷୟରେ ସ୍ନାତକତ୍ତୋର ପାଠ୍ୟକ୍ରମ ସୁବିଧା ଥିବାରୁ, ସହର ସମେତ ବିଭିନ୍ନ ଜିଲ୍ଲାରୁ ଛାତ୍ରୀମାନେ ଏଠାକୁ ପଢ଼ିବାକୁ ଆସୁଛନ୍ତି। ହେଲେ ହଷ୍ଟେଲ୍ରେ ମାତ୍ର ୧୦୦ଟି ସିଟ୍ ରହିଛି। ହେଲେ ଶୌଚାଳୟ ସୁବିଧା ନଥିବାରୁ ୨୦ ସିଟ୍ରେ କାହାକୁ ରଖାଯାଉନାର୍ହି। ଫଳରେ ବହୁ ପିଲା ହଷ୍ଟେଲ ନପାଇ ନିରାଶ ହେଉଛନ୍ତି। କେବଳ ହଷ୍ଟେଲ୍ରେ ନୁହେଁ, କଲେଜ ପରିସରରେ ଥିବା ଶୌଚାଳୟର ସ୍ଥିତି ମଧ୍ୟ ଅତ୍ୟନ୍ତ ଶୋଚନୀୟ।
28th Kalahandi Festival: ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉଦ୍ଯାପିତ: କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୮୯୧. ୩୯ କୋଟିର ପ୍ରକଳ୍ପ ଉପହାର
ଶୌଚାଳୟ ମଧ୍ୟରୁ ଦୁଇଟିର ସ୍ଥିତ ଭଲ ନାହିଁ। ଏଠାରେ ଥିବା ସାନିଟାରି ନାପକିନ୍ ଭେଣ୍ଡିଂ ମେସିନ କାମ କରୁନାହିଁ। ସେହିପରି ଏତେ ସଂଖ୍ୟାକ ପିଲା ଥିଲେ ସୁଦ୍ଧା ମାତ୍ର ଦୁଇଟି ଜଳ କିଓସ୍କ ରହିଛି। ପରିସରରେ ବାହାରେ ଥିବା ଅନ୍ୟ ଏକ ଜଳ କିଓସ୍କ ଅନେକ ଦିନ ହେଲାଣି ଅଚଳ ହୋଇପଡ଼ିରହିଛି। କ୍ରୀଡ଼ାର ବିକାଶ ପାଇଁ ବହୁବିଧ ଯୋଜନା ହେଉଥିଲେ ସୁଦ୍ଧା ଏଠାରେ ଖେଳିବା ପାଇଁ ପଡ଼ିଆ ନାହିଁ। ଫଳସ୍ୱରୁପ କବାଡ଼ି, ଖୋ ଖୋ ଭଳି ଛୋଟ ଖେଳ ହିଁ ଏଠାରେ ଖେଳା ଯାଇପାରୁଛି। ଅନ୍ୟ ଖେଳ ପାଇଁ ନିକଟତମ ଶିକ୍ଷାନୁଷ୍ଠାନକୁ ଅନୁରୋଧ କରିବାକୁ ପଡ଼ୁଛି। ପ୍ରାୟ ଦୁଇ ବର୍ଷ ହେଲାଣି ପ୍ରେକ୍ଷାଳୟ ନିର୍ମାଣ ସରୁନାହିଁ।
ମହାବିଦ୍ୟାଳୟର ଅଧ୍ୟକ୍ଷା ବିବାସିନୀ ରଥ କହିଛନ୍ତି ଯେ ନିକଟ ଅତୀତରେ ହୋଇଥିବା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ମହାବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। ମହାବିଦ୍ୟାଳୟର ଏକ କମିଟି ଗଠନ କରି ମଧ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର କାମ ହେବ ବୋଲି ଆଶା କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/19/untitled-2-2026-01-19-07-51-11.jpg)