କୋରକୋଣ୍ଡାରେ ବୃଦ୍ଧାଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ: ପୁଲିସ

କୋରକୋଣ୍ଡା ଠାରେ ଗତ ୫ ତାରିଖ ଦିନ ଜଣେ ବୃଦ୍ଧାଙ୍କ ଶବ ପଞ୍ଚାୟତ ଷ୍ଟୋର ରୁମ ପାଖରେ ମିଳିଥିଲା। ଏନେଇ କୋରକୋଣ୍ଡା ପୁଲିସ ଘଟଣାର ତଦନ୍ତ କରୁଥିଲା। ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସଂଦେହ ଘନୁଭୂତ ହୋଇଥିଲା।

ଅଦ୍ୟତନ ହୋଇଛି
Mkg rape and murder , 2 accused arrested

ମାଲକାନଗିରି: କୋରକୋଣ୍ଡା ଠାରେ ଗତ ୫ ତାରିଖ ଦିନ ଜଣେ ବୃଦ୍ଧାଙ୍କ ଶବ ପଞ୍ଚାୟତ ଷ୍ଟୋର ରୁମ ପାଖରେ ମିଳିଥିଲା। ଏନେଇ କୋରକୋଣ୍ଡା ପୁଲିସ ଘଟଣାର ତଦନ୍ତ କରୁଥିଲା। ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସଂଦେହ ଘନୁଭୂତ ହୋଇଥିଲା। ପରେ ପୁଲିସ ସ୍ଥାନୀୟ ଦୁଇ ଯୁବକଙ୍କୁ ଜେରା କରିବା ପରେ ଘଟଣାର ପର୍ଦାଫାସ ହୋଇଥିଲା।

ଏହି ଖବର ପଢ଼ନ୍ତୁ: ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କଲେ ନକ୍ସଲ

କୋରକୋଣ୍ଡାର ଗୁରୁବାରୀ ଦାସ(୬୩) ସ୍ଥାନୀୟ ପଞ୍ଚାୟତ ଷ୍ଟୋର ରୁମ ନିକଟରେ ରହୁଥିଲେ। ଗତ ୧୦ରୁ ୧୨ ବର୍ଷ ହେଲା ସେ ଏଠାରେ ରହିଆସୁଥିଲେ। ନିକଟସ୍ଥ ହୋଟେଲ ଏବଂ ଘରମାନଙ୍କରେ କାମ କରି ନିଜର ଗୁଜରାଣ ମେଣ୍ଟାଉଥିଲା। 

ଏହି ଖବର ପଢ଼ନ୍ତୁ: ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ

ତେବେ ଗୁରୁବାରୀର ମୃତ ଦେହ ୫ ତାରିଖ ଦିନ ସକାଳୁ ପଞ୍ଚାୟତ ଷ୍ଟୋର ରୁମ ନିକଟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତଦନ୍ତରେ ଜାଣିପାରିଥିଲା ଯେ ଗତ ୪ ତାରିଖ ରାତିରେ ଖଇରପୁଟ ବ୍ଲକରେ ମାଲ୍ୟବନ୍ତ ମହୋତ୍ସବ ଚାଲିଥିଲା। କୋରକୋଣ୍ଡାର କମଳୁ ନାଗ(୩୮) ଏବଂ ନିକଟସ୍ଥ ଗ୍ରାମ ଖିଲଗୁଡାର ରାକେଶ ଢାଲି(୩୦) ମାଲ୍ୟବନ୍ତ ଉତ୍ସବ ଦେଖିବା ପରେ କୋରକୋଣ୍ଡାରେ ପହଞ୍ଚିଥିଲେ। 

ଏହି ଖବର ପଢ଼ନ୍ତୁ: ଧୁମ ମଚାଉଛି ମାରୁତିର ଏହି କାର

ତେବେ ଏମାନଙ୍କ ମଧ୍ୟରୁ ଜଣେ ଗୁରୁବାରିର ଫୋନ ନମ୍ବରରେ ସବୁବେଳେ କଥା ହେଉଥିଲା। ରାତିରେ ଏମାନେ ପମ୍ପ ହାଉସ ନିକଟକୁ ଡାକିଲେ। ବଳପୂର୍ବକ ଗୁରୁବାରିକୁ ଦୁଇ ଜଣ ଅଭିଯୁକ୍ତ ଗଣ ଦୁଷ୍କର୍ମ କରିଥିଲେ। ଗୁରୁବାରି ପାଟି କରିବାରୁ ତାର ପାଟିକୁ ଜାବୁଡି ଧରିଥିଲେ। ତେବେ ଜୋରରେ ଜାବୁଡି ଧରିବା ପରେ ତାର ମୃତ୍ୟୁ ହୋଇଯାଇଥିଲା। ଦୁହେଁ ଶବକୁ ପୁଣି ପଞ୍ଚାୟତ ଷ୍ଟୋର ରୁମ ନିକଟରେ ଫୋପାଡି ଦେଇଥିଲେ।

ଏହି ଖବର ପଢ଼ନ୍ତୁ: କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଡିଏସ୍‌ କୁଟ୍ଟେ

ପୁଲିସ କୋରାପୁଟ ସାଇଣ୍ଟିଫିକ ଟିମକୁ ଡାକି ହତ୍ୟାର ତଦନ୍ତ ଆରମ୍ଭ କରିଥିଲା। ସବୁ ଦିଗକୁ ତର୍ଜମା କରିବା ପରେ ଏହା ହତ୍ୟା ବୋଲି ପୁଲିସ ଜାଣିବା ପରେ ଫୋନର ସାହାଯ୍ୟ ନେଇଥିଲା। ଯାହାଫଳରେ ଦୁହେଁ ଅଭିଯୁକ୍ତ ଧରାପଡିଥିଲେ। ଏହି ଘଟଣା ପରେ ହଜିଗଲା ମାନବିକତା ବୋଲି ଆଲୋଚନା ଜୋର ଧରିଛି। ଜଣେ ଅସହାୟ ବୃଦ୍ଧାକୁ ବି ଛାଡିଲେ ନାହିଁ ବୋଲି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। କୋରକୋଣ୍ଡା ଆଇଆଇସି ହିମାଂଶୁ ଶେଖର ବାରିଖ ଏହି ଘଟଣାର ତଦନ୍ତ କରୁଥିଲେ। ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପି ସଚିନ ପାଟିଲ୍‌ ଏହି ଘଟଣାର ସମସ୍ତ ବିବରଣୀ ପ୍ରଦାନ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe