ସ୍ପାଇକ୍‌ ହଲ୍‌ ପାଲଟିଛି ସୁରକ୍ଷାକର୍ମୀଙ୍କ ମୃତ୍ୟୁଯନ୍ତା

Advertisment

ନକ୍ସଲ ସୁରକ୍ଷାକର୍ମୀଙ୍କୁ ମୁହାଁମୁହିଁ ଲଢେଇ କରିବାରେ ଏକ ପ୍ରକାର ଫେଲ ହୋଇଥିବା ବେଳେ ଜାଲସାଜରେ ଟାର୍ଗେଟ କରିବାକୁ ପଛାଉନାହାନ୍ତି। ସୁରକ୍ଷାକର୍ମୀଙ୍କୁ ମାରିବା ପାଇଁ ଜଂଗଲରେ ବିଛାଉଛନ୍ତି ଲ୍ୟାଣ୍ଡମାଇନ, ପ୍ରେସର ବୋମା ସାଂଗକୁ ସ୍ପାଇକ୍‌ ହଲ୍‌।

ନକ୍ସଲ ସୁରକ୍ଷାକର୍ମୀଙ୍କୁ ମୁହାଁମୁହିଁ ଲଢେଇ କରିବାରେ ଏକ ପ୍ରକାର ଫେଲ ହୋଇଥିବା ବେଳେ ଜାଲସାଜରେ ଟାର୍ଗେଟ କରିବାକୁ ପଛାଉନାହାନ୍ତି। ସୁରକ୍ଷାକର୍ମୀଙ୍କୁ ମାରିବା ପାଇଁ ଜଂଗଲରେ ବିଛାଉଛନ୍ତି ଲ୍ୟାଣ୍ଡମାଇନ, ପ୍ରେସର ବୋମା ସାଂଗକୁ ସ୍ପାଇକ୍‌ ହଲ୍‌।

ମାଲକାନଗିରି: ନକ୍ସଲ ସୁରକ୍ଷାକର୍ମୀଙ୍କୁ ମୁହାଁମୁହିଁ ଲଢେଇ କରିବାରେ ଏକ ପ୍ରକାର ଫେଲ ହୋଇଥିବା ବେଳେ ଜାଲସାଜରେ ଟାର୍ଗେଟ କରିବାକୁ ପଛାଉନାହାନ୍ତି। ସୁରକ୍ଷାକର୍ମୀଙ୍କୁ ମାରିବା ପାଇଁ ଜଂଗଲରେ ବିଛାଉଛନ୍ତି ଲ୍ୟାଣ୍ଡମାଇନ, ପ୍ରେସର ବୋମା ସାଂଗକୁ ସ୍ପାଇକ୍‌ ହଲ୍‌। ତେବେ ଲ୍ୟାଣ୍ଡମାଇନ ବିସ୍ଫରଣରେ ଯେତିକି ସୁରକ୍ଷାକର୍ମୀ ଟାର୍ଗେଟ ହେଉନାହାନ୍ତି ଏହାର ଦ୍ବିଗୁଣ ସାଧାରଣ ଲୋକେ ଶିକାର ହେଉଛନ୍ତି। 

ଏହି ଖବର ପଢ଼ନ୍ତୁ: ଆସନ୍ତା ୬ ମାସ ମଧ୍ୟରେ ନକ୍ସଲଙ୍କୁ ମୂଳପୋଛ କରିପାରିବ ପୁଲିସ?

ଗତ ସପ୍ତାହରେ ଜଣେ ବ୍ୟକ୍ତିର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ବେଳେ ଜଂଗଲି ମା‘ ଭାଲୁର ମଧ୍ୟ ମୃତ୍ୟୁ ହୋଇଥିଲା। ଏଥିପାଇଁ ନକ୍ସଲଙ୍କର ଅନୁତାପ ନାହିଁ। ଏବେ ପୁଣି ସୁରକ୍ଷାକର୍ମୀଙ୍କୁ ଟର୍ଗେଟ କରିବା ପାଇଁ ସ୍ପାଇକ୍‌ ହଲ୍‌ ତିଆରି କରୁଛନ୍ତି।

ତୀକ୍ଷଣ ଲୁହା କଣ୍ଟା କିମ୍ବା ବାଉଁଶରେ ମୁନିଆ କଣ୍ଟା ତିଆରି କରି ଜଂଗଲର ସ୍ଥାନେ ସ୍ଥାନେ ଗାତ ଖୋଳି ସେଥିରେ ଖଞ୍ଜୁଛନ୍ତି। ସୁରକ୍ଷାକର୍ମୀମାନେ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅଜାଣତରେ ଯଦି ସ୍ପାଇକ୍‌ ହଲ୍‌ରେ ଗୋଡ଼ ପଡିଯାଇ ତେବେ ଆହତ ହେବା ସହ ମୃତ୍ୟୁ ମଧ୍ୟ ହୋଇଥାଏ। 

ଏହି ଖବର ପଢ଼ନ୍ତୁ: ପ୍ରବଳ ଶୀତ, ଶୁଖିଲା ପାଗ ସହ ଆସିବ ଇଂରାଜୀ ନବବର୍ଷ-୨୦୨୫

ଗତ କିଛି ଦିନ ତଳେ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଣେ ଯବାନ ସ୍ପାଇକ ହଲରେ ପଡି ଗୁରୁତର ଆହତ ହୋଇଥିଲେ। ଏବେ ଜଂଗଲରେ ଯବାନ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି। କୌଣସି ମୁହର୍ତ୍ତରେ ମଧ୍ୟ ସ୍ପାଇକ ହଲର ଶିକାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ଗୋଟିଏ ପଟେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବା ସହ ଜଂଗଲି ରାସ୍ତାରେ ଲ୍ୟାଣ୍ଡମାଇନ ଏବଂ ସ୍ପାଇକ ହଲର ମଧ୍ୟ ସର୍ଚ୍ଚ କରିବାକୁ ପଡୁଛି। 

ଏହି ଖବର ପଢ଼ନ୍ତୁ: ଚାଷଜମିରେ ବିଦ୍ୟୁତ୍‌ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ

ଏବେ ଯବାନ ନକ୍ସଲ ଗୁଳିକୁ ଭୟ କରୁନଥିବା ବେଳେ ସ୍ପାଇକ୍‌ ହଲ୍‌କୁ ଭୟ କଲେଣି। ନକ୍ସଲ ଏଥିରେ ଯବାନଙ୍କୁ ସହଜରେ ଟାର୍ଗେଟ କରିପାରୁଥିବାରୁ ଯବାନ ଜଂଗଲରେ ମାପିଜୁପି ଚାଲୁଥିବା ଦେଖିବାକୁ ମିଳିଛି। ଅଳ୍ପ ଅନ୍ୟମନସ୍କ ରହିଲେ ଜଂଗଲରେ ଆହତ ହେବା ସୁନିଶ୍ଚିତ। ତେଣୁ ସ୍ପାଇକ ହଲ ସୁରକ୍ଷାକର୍ମୀଙ୍କ ମୃତ୍ୟୁଯନ୍ତା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହି ଖବର ପଢ଼ନ୍ତୁ: ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ: ଅବକାରୀ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe