Crackers Market: ବହୁ ବାଦବିବାଦ ପରେ ବାଛୁରୀପଡ଼ାରେ ଖୋଲିଲା ବାଣ ବଜାର

ବହୁ ବାଦବିବାଦ ପରେ ଆଜି ଠାରୁ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ବାଛୁରୀପଡ଼ା ପଡିଆରେ ବାଣ ବଜାର ଖୋଲିଥିବାବେଳେ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛିl ଆସନ୍ତାକାଲି ଓ ଦୀପାବଳି ଦିନ ଅଧିକ ବ୍ୟବସାୟ ହେବନେଇ ବ୍ୟବସାୟୀ ଆଶାବାଦୀ ଅଛନ୍ତିl

baisinga

Bachhuripada of Mayurbhanj district cracker market open. Photograph: (sambad.in)

ବୈଶିଙ୍ଗା: ବହୁ ବାଦବିବାଦ ପରେ ଆଜି ଠାରୁ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ବାଛୁରୀପଡ଼ା ପଡିଆରେ ବାଣ ବଜାର ଖୋଲିଥିବାବେଳେ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛିl ଆସନ୍ତାକାଲି ଓ ଦୀପାବଳି ଦିନ ଅଧିକ ବ୍ୟବସାୟ ହେବନେଇ ବ୍ୟବସାୟୀ ଆଶାବାଦୀ ଅଛନ୍ତିl ଅନ୍ୟପଟେ କେଉଟା ଫୁଟାଇବେ ଓ କେଉଁଟା ଉପରେ କଟକଣା ଲାଗିଛି ତାହାକୁ ନେଇ କନଫ୍ୟୁଜନରେ ଗ୍ରାହକ।

 ଅମା ଅନ୍ଧକାର ଉପରେ ଆଲୁଅର ବିଜୟର ହେଉଛି ଏ ପର୍ବ ‘ଦୀପାବଳି’ l ଘରେଘରେ ଲୋକେ ଦୀପ ଜାଳି ଏହି ଆଲୋକର ପର୍ବ ପାଳନ କରନ୍ତିl ପୂର୍ବ ବର୍ଷ ଗୁଡ଼ିକରେ ଦୀପାବଳି ୧୫ଦିନ ପୁର୍ବରୁ ବୈଶିଙ୍ଗା-ବାଛୁରୀପଡ଼ା ରାସ୍ତାରେ ସାଧାରଣ ଲୋକ ଯିବା ଆସିବା କରିବା ସମ୍ଭବ ହୁଏନାହିଁl ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ବାଣ ବେପାରୀ ଓ ସାଧାରଣ ଲୋକ ହାତ ତିଆରି ବାଣ ପ୍ରସ୍ତୁତି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବାଛୁରୀପଡ଼ାକୁ ବାଣ ନେବାକୁ ଯିବା ଆସିବା କରୁଥିବାରୁ ଏହି ରାସ୍ତା ସମ୍ପୂର୍ଣ୍ଣ ଜାମ ହୋଇଯାଏ l ହେଲେ ଚଳିତ ବର୍ଷ ଗୋଟିଏ ଦିନ ପରେ ଦୀପାବଳି ଥିଲେ ବି ଏହି ରାସ୍ତା ଆଜି ଖାଁ ଖାଁ ଲାଗୁଛିl

ଆହୁରି ପଢ଼ନ୍ତୁ: Happy Diwali, Smile Please: ବାଣ ତ ସବୁ ଫୁଟାଉଛନ୍ତି ହସ ଫୁଟାଇବ କିଏ ?

ସୂଚନାଯୋଗ୍ୟ କି ୧୦ଦିନ ପୂର୍ବରୁ ଏହି ଗ୍ରାମରେ ବାଣ ପ୍ରସ୍ତୁତି ସମୟରେ ଭୟଙ୍କର ବିସ୍ଫୋରଣ ଘଟି ଜଣେ ସ୍ଥାନୀୟ ଯୁବକ ଙ୍କର ଶୋଚନୀୟ ମୃତ୍ୟୁ ଘଟିବା ପରେ ପ୍ରଶାସନ ତତ୍ପରତା ପୂର୍ବକ ବାଣ ବ୍ୟବସାୟ ପ୍ରତି କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛିl ବାଣ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ରୋକ ଲଗାଇବା ସହିତ ପ୍ରତ୍ୟକଦିନ ଗାଁ ସାରା ଥିବା ବାଣ ଗୋଦାମ ଉପରେ ଘନ ଘନ ଚଢ଼ାଉ କରୁଛି l ଏନେଇ ବାଛୁରୀପଡ଼ାବାସୀଙ୍କ ୧୦୦ ବର୍ଷ ପୁରୁଣା କୌଳିକ ବୃତ୍ତିରେ ରୋକ ଲାଗିବା ଯୋଗୁଁ ଏକାଧିକ ପରିବାରକୁ ଶକ୍ତ ଧକ୍କା ଲାଗିଥିଲାl ଏମିତିକି ଅନେକ ବ୍ୟବସାୟୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲାଇସେନ୍ସ ଆବେଦନ କରିବା ସହିତ ବାଣ ମଧ୍ୟ ପ୍ରସ୍ତୁତ କରିସାରିଥିଲେl

ସେହିଭଳି ଅନେକ ବ୍ୟବସାୟୀ ମଧ୍ୟ ବାହାର ରାଜ୍ୟରୁ ଲକ୍ଷାଧିକ ଟଙ୍କାର ଫେନ୍ସି ବାଣ ମଧ୍ୟ ଆଣି ଗଛିତ କରି ରଖି ସାରିଥିଲେl ସରକାର ଏଠାରେ ଅସ୍ଥାୟୀ ଲାଇସେନ୍ସ କରି ୩ଦିନ ଧରି ବସିବାକୁ ଥିବା ବାଣ ବଜାରକୁ ମଧ୍ୟ ଅନୁମତି ଦେଉନଥିଲେl ଜୀବିକା ସଂକଟରେ ପଡିଥିବାବେଳେ ୨ଦିନ ପୁର୍ବରୁ ଏକାଧିକ ସ୍ଥାନୀୟ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ବାରିପଦାରେ ଏକ ଗୁରୁତ୍ୱପୂର୍ଣ ବୈଠକ ବସିଥିଲାl ସେଠାରେ ବ୍ୟବସାୟୀମାନେ ପେଟ ପାଟଣାକୁ ନେଇ ସରକାରଙ୍କୁ ନେହୁରା ହୋଇଥିଲେ, ଯୋଉଁଥିପାଇଁ ପ୍ରଶାସନ ଆଜି ପର୍ଯ୍ୟନ୍ତ ମୋଟ ୨୧ ଜଣ ବ୍ୟବସାୟୀଙ୍କୁ ସତର୍କତା ଅବଲମ୍ବନ କରି ଦୋକାନ ଲଗାଇବାକୁ ଅନୁମତି ପ୍ରଦାନ କରିଛନ୍ତି l 

ଆହୁରି ପଢ଼ନ୍ତୁ: No alternative to Nitish Kumar: ନୀତିଶ କୁମାରଙ୍କ ବିକଳ୍ପ ନାହିଁ କହିଲେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

ବଜାରରେ ଲାଗିଛି ଲୋକଙ୍କ ଗହଳି। ଏଥିପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ଆତସବାଜୀ ଦୋକାନ। ଏହାରି ଭିତରେ ବଜାରକୁ ଆସିଛି ବିଭିନ୍ନ ରକମର ବାଣ। ହେଲେ କେଉଟା ଫୁଟାଇବେ ଓ କେଉଁଟା ଉପରେ କଟକଣା ଲାଗିଛି ତାହାକୁ ନେଇ କନଫ୍ୟୁଜନରେ ଗ୍ରାହକ। ଝୁରିଝୁରି, ଚକ୍ରି, କୁମ୍ପି, ରକେଟ, ଟିକିଲି ବାଣ, କୀଟ କାଟ, ଦିଆସିଲି ବାଣ ରସୁଣ ବାଣ ଭଳି କମ୍ପାନି ତିଆରି ଗ୍ରୀନ କ୍ରାକରକୁ ବିକ୍ରି ପାଇଁ ଅନୁମତି ମିଳିଛି। ସେହିପରି ଦେଶୀ ବାଣ ଯେପରି ଟାଇଗର ବମ, ସୁତୁଲି ବମ, ତାଳ ଫୋଟକା ଓ ଅଧିକ ଶବ୍ଦ କରୁଥିବା ବାଣ ଉପରେ କଟକଣା ଲାଗାଯାଇଛି। ଘାତକ ଓ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। 

Mayurbhanj | Diwali

ରିପୋର୍ଟ: ଦୀପକ କୁମାର ସିଂହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe