ଭୁବନେଶ୍ବର: ଦୀପାବଳି ଆସିଲେ ସବୁଠି ବଢେ ଦୀପର ଚାହିଦା, ସବୁଠି ମେଲେ ବାଣର ପସରା । ଦୀପାବଳିରେ ଦୀପ କମ୍ ବାଣ ଅଧିକ ଫୁଟାହୁଏ । ସମସ୍ତେ ତ ବାଣ ଫୁଟାନ୍ତି କିନ୍ତୁ ହସ କିଏ ଫୁଟାଏ । ଲକ୍ଷ ଲକ୍ଷ ଟଙ୍କା ଲୋକ ବାଣ ଫୁଟାଇ ଉଡାଇ ଦିଅନ୍ତି । ହେଲେ କେହି କାହା ମୁହଁରେ ହସ ଫୁଟାଇବାକୁ ସେ ଟଙ୍କା ଲଗାଇବାକୁ ଭାବନ୍ତିନି । ହଁ ସମାଜରେ ସବୁ ଲୋକ ବାଣ ପଛରେ ପଡନ୍ତିନି । କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ବାଣ ନୁହେଁ ହସ ଫୁଟାଇବାକୁ ଚେଷ୍ଟା କରନ୍ତି । ସେମାନ ଯେଉଁ ଟଙ୍କାକୁ ବାଣ କିଣି ବେକାର ଖର୍ଚ୍ଚରେ ଉଡାଇବାକୁ ଚାହାନ୍ତିନି ସେହି ଟଙ୍କାରେ ସେମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ବିନିଯୋଗ କରନ୍ତି ।
/filters:format(webp)/sambad/media/media_files/2025/10/18/diwali-diya-2025-10-18-20-38-02.jpg)
ସମାଜରେ ଅନେକ ଯୁବପିଢି, ଅନେକ ଲୋକ ଏବଂ ଅନେକ ସଂଗଠନ ଦୀପାବଳିରେ ବାଣ ନଫୁଟାଇବାର ଶପଥ ନେଇ ଲୋକଙ୍କ ମୁହଁରେ ହସ ଫୁଟାଇବାର ଶପଥ ନିଅନ୍ତି ଆଉ ତାହା ପାଳନ କରନ୍ତି ମଧ୍ଯ । ରକେଟ, ହାବେଳି, ତାଳ ଫୋଟକା, ଚକଲେଟ ବମ୍, ଲଙ୍କା ପଟକା, ଝୁରଝୁରି ଆଦିରେ ଟଙ୍କା ନସାରି ବରଂ ସେହି ଟଙ୍କା କେଉଁ ଗରିବ ଲୋକକୁ ଦେଇଦେଲେ କି କେଉଁ ମେଧାମୀ ଛାତ୍ରଛାତ୍ରୀକୁ ଦେଇଦେଲେ ହୁଏତ ସେମାନଙ୍କ ଜୀବନରେ ଏ ଦୀପାବଳି ନୂଆ ଆଲୋକ ଆଣିବ ବୋଲି ଭାବି ଅନେକ ସାହାଯ୍ଯର ପନ୍ଥା ଆପଣାନ୍ତି ।
ହଁ ଆଜ୍ଞା ! ଆପଣ ବି ଏ ଦୀପାବଳିରେ କିଛି ଶପଥ ନିଅନ୍ତୁ- ଦୀପ ଜାଳନ୍ତୁ ମନା ନାହିଁ ଅନ୍ତତ ବାଣ ଫୁଟାଇ ପରିବେଶ ନଷ୍ଟ କରନ୍ତୁ ନାହିଁ । ଯେଉଁ ଟଙ୍କାରେ ବାଣ କିଣିବା ପାଇଁ ଭାବୁଥିଲେ ବରଂ ସେହି ଟଙ୍କା କେହି ଅସହାୟ ଲୋକଙ୍କୁ ବାଣ୍ଟି ଦିଅନ୍ତୁ । କେଉଁ ଗରିବ ବାପାକୁ ତା ଝିଅ ବାହାଘର ପାଇଁ ଦିଅନ୍ତୁ, ମନ୍ଦିର ତୋଳିବା ହେଉ କି ପ୍ଲାଟଫର୍ମରେ ଶୋଉଥିବା ମଣିଷଙ୍କ ପାଇଁ କିଛି ବସ୍ତ୍ର ନେଇ ବାଣ୍ଟନ୍ତୁ । କେହି ଅସହାୟ ରୋଗୀକୁ ସାହାଯ୍ଯ କରନ୍ତୁ । ହୁଏତ ଆପଣଙ୍କ ଟଙ୍କା କାହାକୁ ନୂଆ ଜୀବନ ଦେଇପାରିବ । କାହା ଓଠରେ ହସ ଫେରାଇ ଆଣିପାରବି । ହୁଏତ ପ୍ରଚଣ୍ଡ ଶବ୍ଦ କରୁଥିବା ବାଣ ଆପଣଙ୍କ ଟଙ୍କାର ମୂଲ୍ୟ ଫେରାଇ ନଦେଇପାରେ କିନ୍ତୁ ଆପଣଙ୍କ ସେହି ଟଙ୍କା କାହା ଅନ୍ଧାରୀ ଜୀବନରେ ପ୍ରଚୁର ଆଲୋକ ଆଣିପାରେ । ତେଣୁ ନିଷ୍ପତ୍ତି ଆପଣଙ୍କର…
ଆହୁରି ପଢନ୍ତୁ: Happy Diwali, Safe Diwali ଜୀବନ ମୂଲ୍ୟବାନ: କ୍ଷଣିକ ଖୁସି ପାଇଁ ବାଣ ପରି ଫୁଟିନଯାଉ ପ୍ରାଣ… ନିୟମ ମାନନ୍ତୁ, ସୁରକ୍ଷିତ ଦୀପାବଳି ପାଳନ୍ତୁ
/filters:format(webp)/sambad/media/media_files/2025/10/18/cracker-blast-in-bulls-mouth-2025-10-18-18-43-39.jpg)
ଖାଲି ଟଙ୍କା ନୁହେଁ- ଦୀପାବଳିରେ ହସ କେବଳ ମଣିଷଙ୍କ ମୁହଁରେ ନୁହେଁ ବରଂ ପଶୁପକ୍ଷୀଙ୍କ ମୁହଁରେ ବି ଫୁଟାନ୍ତୁ । ଅନେକ ସମୟରେ ଦେଖିବାକୁ ମିଳେ କିଛି ବଦମାସ ଲୋକ ବାଣରେ ନିଆଁ ଲଗାଇ ବୁଲା କୁକୁର, ଷଣ୍ଢ, ମାଙ୍କଡ଼, ବିଲେଇ ଆଦିଙ୍କ ଉପରକୁ ଫିଙ୍ଗି ଦିଅନ୍ତି ଆଉ ସେମାନେ ବାଣ ଫୁଟିବା କାରଣରୁ ଗୁରୁତର ହୁଅନ୍ତି । ଆଜି ବି ଖୋର୍ଦ୍ଧାରୁ ଆସିଥିବା ସେମିତି ଏକ ଖବର ସମସ୍ତଙ୍କୁ ଚକିତ କରିଛି ଯେଉଁଠି ମଣିଷ ପଣିଆକୁ ମାରି କିଏଜଣେ ଖାଦ୍ୟରେ ବାଣ ଦେଇଛି ବୋଲି ଅଭିଯୋଗ ହେଉଛି । ବାଣ ପାଇଁ ଷଣ୍ଢର ମୁହଁ ଫାଟି ଗୁରୁତର ହୋଇଛି । ତେଣୁ ବାରୁଦର ଏ ଖୁସି କାହା ପାଇଁ କାଳ ନସାଜୁ । ବାଣ ଫୁଟାଇବା ଆଗରୁ ପରିବେଶ କଥା ଭାବନ୍ତୁ ।
diwali-celebration | diwali-news
ସୁରକ୍ଷିତ ରୁହନ୍ତୁ...ଦୀପାବଳି ପାଳନ୍ତୁ...
ଆହୁରି ପଢନ୍ତୁ- Heart Breaking: ହାଏରେ ମଣିଷ ତୁ ଏ କି କଲୁ…? ଷଣ୍ଢ ମୁହଁରେ ବିସ୍ଫୋରଣ, ଖାଦ୍ୟରେ କିଏ ଦେଇଦେଲା ବାଣ !