Advertisment

Attack Elephant Death ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ରାଜପଥରେ ଶବ ରଖି ପ୍ରତିବାଦ

Advertisment

ଆଜି ସକାଳେ କୁଳିଅଣା ଥାନା ଅନ୍ତର୍ଗତ ଦିଗାରିଅ ସ୍ତିଆ ଗ୍ରାମର ଜଣେ ବୃଦ୍ଧ ବୁଢାବଳଙ୍ଗ ନଦୀ କୂଳକୁ ଶୌଚ ହେବାପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି l

ଆଜି ସକାଳେ କୁଳିଅଣା ଥାନା ଅନ୍ତର୍ଗତ ଦିଗାରିଅ ସ୍ତିଆ ଗ୍ରାମର ଜଣେ ବୃଦ୍ଧ ବୁଢାବଳଙ୍ଗ ନଦୀ କୂଳକୁ ଶୌଚ ହେବାପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି l

Untitled

old man dies by attack of elephant Photograph: (sambad.in)

କୁଳିଅଣା: ଆଜି ସକାଳେ କୁଳିଅଣା ଥାନା ଅନ୍ତର୍ଗତ ଦିଗାରିଅ ସ୍ତିଆ ଗ୍ରାମର ଜଣେ ବୃଦ୍ଧ ବୁଢାବଳଙ୍ଗ ନଦୀ କୂଳକୁ ଶୌଚ ହେବାପାଇଁ ଯାଇଥିବା ବେଳେ ହାତୀଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି l ମୃତକ ହେଉଛନ୍ତି ବିଲୁ ଗିରି(୬୦) l ଏହାର ପ୍ରତିବାଦରେ ଆଜି ପୂର୍ବାହ୍ନରେ ୧୮ ନମ୍ବର ଜାତୀୟ ରାଜପଥ ବାଲିମୁଣ୍ଡୁଳି ଜେଜେ ଢ଼ାବା ସମ୍ମୁଖରେ ଉତ୍ୟକ୍ତ ଜନତା ରାଜପଥ ଅବରୋଧ କରିବା ଫଳରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି l  ଆନ୍ଦୋଳନକାରୀଙ୍କ ଦାବି ମୃତ ବ୍ୟକ୍ତିଙ୍କ ପରିବାରକୁ  କ୍ଷତିପୂରଣ ରାଶି ପ୍ରଦାନ ସହିତ ହାତୀପଲଙ୍କୁ ଅବିଳମ୍ବେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଛଡା ଯାଉ, ଜ଼ିଲ୍ଲାପାଳ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରନ୍ତୁ l  

ଶିମିଳିପାଳ ଜାତୀୟ ଉଦ୍ୟାନରୁ ପ୍ରଥମେ ୫ଟିକିଆ ହାତୀପଲ ଏ ଅଞ୍ଚଳରୁ ଆସିଥିଲେ

ଗତକାଲି ରାତିରେ ୪ଟିକିଆ ହାତୀପଲ ଫସଲ ଖାଇବା ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଚାଲି ଆସିଥିଲେ l ଦେଉଳି ରେଞ୍ଜ କୁଳିଅଣା ବନପାଳ ବିଜୟ କୁମାର ସେଠୀଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଏହି ହାତୀପଲଙ୍କୁ ଘଉଡ଼ାଇବା ନିମନ୍ତେ ନିୟୋଜିତ ହୋଇଥିଲେ l ବିଗତ ଛଅ ମାସ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ପ୍ରଥମେ ୫ଟିକିଆ ହାତୀପଲ ଏ ଅଞ୍ଚଳରୁ ଆସିଥିଲେ l ତନ୍ମଧ୍ୟରୁ ଗୋଟିଏ ଦନ୍ତା ଶିମିଳିପାଳ ଫେରି ଯାଇଥିବା ବେଳେ ଆଉ ୪ଟି ହାତୀ ଫେରିବାର ନାମ ଧରୁନାହାନ୍ତି l ଏହି ୪ ଟିକିଆ ହାତୀପଲ ମଧ୍ୟରେ ଗୋଟିଏ ଦନ୍ତା, ଦୁଇଟି ମାଈହାତୀ ଓ ଗୋଟିଏ ହାତୀ ଶାବକ ଥିବା ଜଣାପଡିଛି l ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ଦେଖାଦେଇଛି l କୁଳିଅଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛି।

Girl Student Death ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ମଙ୍ଗଳ ବିଭାଗ ହଷ୍ଟେଲରେ ଛାତ୍ରୀ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe