Health: ରାଇରଙ୍ଗପୁର ସରକାରୀ ଡାକ୍ତରଖାନାରେ ବେସରକାରୀ ଔଷଧ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କମ୍ ଦଲାଲି ବେଶୀ ଅଭିଯୋଗ ଆସୁଛି। ସାଦା କାଗଜରେ ପ୍ରେସକ୍ରାଇବ କରୁଛନ୍ତି ଡାକ୍ତର। ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କମ୍ ଦଲାଲି ବେଶୀ ଅଭିଯୋଗ ଆସୁଛି। ସାଦା କାଗଜରେ ପ୍ରେସକ୍ରାଇବ କରୁଛନ୍ତି ଡାକ୍ତର। ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

SDH Rairangpur

SDH Rairangpur Photograph: (sambad.in )

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କମ୍ ଦଲାଲି ବେଶୀ ଅଭିଯୋଗ ଆସୁଛି। ସାଦା କାଗଜରେ ପ୍ରେସକ୍ରାଇବ କରୁଛନ୍ତି ଡାକ୍ତର। ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସଡିଏମଓଙ୍କ ପାଖରେ ଅଭିଯୋଗ କରିଲେ ରୋଗୀଙ୍କ ସ୍ଵାମୀ ଡାକ୍ତରଙ୍କ ଚିକିତ୍ସା କମ୍ ଦଲାଲି ବେଶୀ।

ରାଇରଙ୍ଗପୁର ଡାକ୍ତରଖାନାରେ ବିକଳ ଚିତ୍ର। ସରକାରୀ ଡାକ୍ତରଖାନାରେ ବେସରକାରୀ ଔଷଧ ଦୋକାନର ଔଷଧ, ସାଦା କାଗଜରେ ପ୍ରେସକ୍ରାଇବ କରୁଛନ୍ତି ଡାକ୍ତର, ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସ୍ ଡି ଏମ୍ ଓ ଙ୍କ ପାଖରେ ଅଭିଯୋଗ କରିଲେ ରୋଗୀର ସ୍ଵାମୀ। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ରୋଗୀଙ୍କ ସ୍ଵାମୀ। ସରକାର ହାତ ପାହାନ୍ତାରେ ସାଧାରଣ ଲୋକେ କିଭଳି ବିନା ମୂଲ୍ୟରେ ଚିକିତ୍ସା ସେବା ପାଇ ପାରିବେ ସେ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଆସିଛି ତାର ବିପରୀତ ଚିତ୍ର।

ଆହୁରି ପଢ଼ନ୍ତୁ: Hockey: ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି: ସମ୍ବଲପୁରର କ୍ରମାଗତ ବିଜୟ

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମର ମନ୍ଦାକିନୀ ମହାନ୍ତଙ୍କ ଦେହ ଅସୁସ୍ଥ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଜୈନେକ ଡାକ୍ତର ଡାକ୍ତରଖାନା ପରିସର ବାହାରେ ଥିବା ଏକ ନିର୍ଦ୍ଧିଷ୍ଟ ଔଷଧ ଦୋକାନରୁ ଔଷଧ କିଣି ଆଣିବା ପାଇଁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ରୋଗୀଙ୍କ ସ୍ଵାମୀ। ମହିଳାଙ୍କ ସ୍ବାମୀ ଔଷଧ ଦୋକାନରେ ଚାରି ହଜାର ସାତଶହ ଅଠସ୍ତରି(୪,୭୭୮) ଟଙ୍କାର ବିଲ ଶୁଣି ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ।ଏତେ ଟଙ୍କା ର ଔଷଧ କିଣିବାକୁ ଅର୍ଥ ନ ଥିବା ଜଣାଇବାରୁ ଡାକ୍ତର ଜଣଙ୍କ ଦୋକାନୀଙ୍କୁ ଫୋନ୍ କରି ଅଳ୍ପ ଔଷଧ ଦେଇ ଦିଅ ବାକି ଆସନ୍ତାକାଲି ଦେବ କହିବା ସହିତ ଏ କଥା କାହାକୁ ନ କହିବା ପାଇଁ ମହିଳାଙ୍କ ସ୍ବାମୀଙ୍କୁ କହିବା ସହିତ ଅନ୍ୟ କେହି ଏଇ ଔଷଧ ଲେଖି ପାରିବେ ନାହିଁ ବୋଲି ଚେତାଇ ଦେଇଥିବା ନେଇ ଉଭୟ ରୋଗୀ ଓ ତାଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି। ତେବେ ଏସଡି ଏମଓ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ନିଜ ମତ ରଖିଛନ୍ତି। ତେବେ ଏନେଇ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: India vs New Zealand 2nd T20I: ଭାରତ ଆଗରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe