Neglected: ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ପହଞ୍ଚି ପାରିନି ଗ୍ରାମକୁ ପକ୍କା ରାସ୍ତା

Advertisment

ସ୍ୱାଧୀନତାର ସାତ ଦଶନ୍ଧି ପରେ ଏବଂ ୨୪ ବର୍ଷ ସ୍ଥାୟୀ ବିଜେଡି ସରକାର ଶାସନ ପରେ ମଧ୍ୟ ବହୁ ଗ୍ରାମକୁ ବର୍ତ୍ତମାନ୍ ସୁଦ୍ଧା ପହଞ୍ଚି ପାରିନି ପକ୍କା ରାସ୍ତା। କେଉଁଠି ନାଲି ମାଟିର ରାସ୍ତା ତ କେଉଁଠି ଅଣ ଅସାରିଆ ଖାଲଖମା ମେଟାଲ ରାସ୍ତା ପାଲଟିଛି ଲୋକଙ୍କ ନୀତିଦିନିଆ ଲାଇଫ ଲାଇନ୍।

ସ୍ୱାଧୀନତାର ସାତ ଦଶନ୍ଧି ପରେ ଏବଂ ୨୪ ବର୍ଷ ସ୍ଥାୟୀ ବିଜେଡି ସରକାର ଶାସନ ପରେ ମଧ୍ୟ ବହୁ ଗ୍ରାମକୁ ବର୍ତ୍ତମାନ୍ ସୁଦ୍ଧା ପହଞ୍ଚି ପାରିନି ପକ୍କା ରାସ୍ତା। କେଉଁଠି ନାଲି ମାଟିର ରାସ୍ତା ତ କେଉଁଠି ଅଣ ଅସାରିଆ ଖାଲଖମା ମେଟାଲ ରାସ୍ତା ପାଲଟିଛି ଲୋକଙ୍କ ନୀତିଦିନିଆ ଲାଇଫ ଲାଇନ୍।

Rural road

Villagers demanded pucca road in Mayurbhanj district. Photograph: (sambad.in)

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ସ୍ୱାଧୀନତାର ସାତ ଦଶନ୍ଧି ପରେ ଏବଂ ୨୪ ବର୍ଷ ସ୍ଥାୟୀ ବିଜେଡି ସରକାର ଶାସନ ପରେ ମଧ୍ୟ ବହୁ ଗ୍ରାମକୁ ବର୍ତ୍ତମାନ୍ ସୁଦ୍ଧା ପହଞ୍ଚି ପାରିନି ପକ୍କା ରାସ୍ତା। କେଉଁଠି ନାଲି ମାଟିର ରାସ୍ତା ତ କେଉଁଠି ଅଣ ଅସାରିଆ ଖାଲଖମା ମେଟାଲ ରାସ୍ତା ପାଲଟିଛି ଲୋକଙ୍କ ନୀତିଦିନିଆ ଲାଇଫ ଲାଇନ୍। ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଗମନାଗମନକୁ ଗୁରୁତ୍ଵ ଦେଇ ବିଭିନ୍ନ ଯୋଜନା ଥିବା ସତ୍ତେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଠୋଟି ଗ୍ରାମର ହଜାର ହଜାର ଲୋକ ଆଜି ମଧ୍ୟ ନାଲି ମାଟିର ରାସ୍ତାରେ କରୁଛନ୍ତି ଗମନାଗମନ।

ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରି ନୟାନ୍ତ ହୋଇଛନ୍ତି ଅଞ୍ଚଳବାସୀ। ଶେଷରେ ମୋହନ ସରକାରଙ୍କ ନିକଟରେ ଭରଷା କରି ନିବେଦନ କରିଛନ୍ତି ଗ୍ରାମବାସୀ। ଏଭଳି ରାସ୍ତା ଦୁର୍ଦ୍ଦଶାର ଭଗୁଛନ୍ତି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ କାର୍ଯ୍ୟଳୟଠାରୁ ମାତ୍ର ୫ କିଲୋମିଟର ନିକଟ ଭାଲୁବସା ଗ୍ରା.ପର ଭାଲୁବସା ରାଞ୍ଚି- ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଛୋକ ଠାରୁ ୪ଟି ଗାଁ ଯଥା- ନାଗଭଣ,ରଖାସାହି, ଧଳାଡ଼ିହି, ଭୁଟୁକାବାଦି ଗ୍ରାମକୁ ସଂଯୋଗ କରୁଥିବା ୪ କି.ମି ରାସ୍ତାର ଅବସ୍ଥା ନାଲିମାଟି,ଖାଲଖମା,ଅଣଓସାରିଆ ରହିଥିବା ବେଳେ ବର୍ଷସାରା ସାଧାରଣ ଲୋକେ ଭୋଗୁଛନ୍ତି ଯମଯନ୍ତ୍ରଣା।

Rural road1

ଯମ ଯନ୍ତ୍ରଣା ‌ଭୋଗୁଛନ୍ତି ଗ୍ରାମବାସୀ

ଠିକ୍ ସେହିପରି ଉକ୍ତ ବ୍ଲକ କାର୍ଯ୍ୟଳୟରୁ ୭ କିଲୋମିଟର ଦୂର ହଳଦା ଗ୍ରାମପଞ୍ଚାୟତ ଅଧୀନରେ ଥିବା ସାନବାଇକଳା ଗ୍ରାମଠାରୁ ବଡ଼ବାଇକଳା ବିଦ୍ୟାଳୟ ପର୍ଯ୍ୟନ୍ତ ୨ କିଲୋମିଟର, ଭଞ୍ଜସରା ଗ୍ରାମ ଠାରୁ ବଡ଼ବାଇକଳା ୩ କିଲୋମିଟର ଏବଂ ସିଜୁକଳା ଗ୍ରାମଠାରୁ  ଚିଟେଇବାଦି ଦେଢ କିଲୋମିଟର ରାସ୍ତାର ଅବସ୍ଥା ସମାନ ଏବଂ ଶୋଚନୀୟ, ଯାହାଫଳରେ ବର୍ଷସାରା ଯମ ଯନ୍ତ୍ରଣା ଭଗୁଛନ୍ତି ୪ ଗ୍ରାମର ଗ୍ରାମବାସୀ। 

ଆହୁରି ପଢ଼ନ୍ତୁ: Childhood Love Not Be Forgotten: ପିଲାଦିନ ପ୍ରେମ ଭୁଲି ନଯିବ,ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ଭଦ୍ରାଙ୍କ ପିଲାଦିନର ଫଟୋ ଭାଇରାଲ

ସରକାରଙ୍କୁ ଚିଠି

ଦୀର୍ଘବର୍ଷ ହେଲା ଗ୍ରାମବାସୀମାନେ ରାସ୍ତା ଦୁର୍ଦ୍ଦଶାର ଶିକାର ହେଉଥିବା ନେଇ ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ସେହି ଗ୍ରାମର ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଜନକୁ ହସ୍ତାନ୍ତର କରାଯାଇଛି। ସେନେଇ ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଅଧିକାରୀ ଇଂ ସଞ୍ଜିତ୍ କୁମାର ନାଏକଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ରାସ୍ତା ଗୁଡ଼ିକୁ ନେଇ ସରକାରଙ୍କୁ ଚିଠି କରିଛନ୍ତି ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଉକ୍ତ ରାସ୍ତା ସମସ୍ୟା କେବେ ଦୂର ହେଉଛି।

ଆହୁରି ପଢ଼ନ୍ତୁ: Maoists Surrender: ତେଲେଙ୍ଗାନା ପୁଲିସ ନିକଟରେ ୨୦ ମାଓବାଦୀଙ୍କ ଆତ୍ମସମର୍ପଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe