Mayurbhanj Mohtsav: ମୟୂରଭଞ୍ଜ ମହୋତ୍ସବରେ ମନ ମୋହିବ ସୁଲେଇପାଟ ବନ୍ଧର ଥିମ୍

ମୟୂରଭଂଜ ମହୋତ୍ସବ ପାଇଁ ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ମହୋତ୍ସବରେ ଏଥର ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ସୁଲେଇପାଟ ବନ୍ଧର ଥିମ୍ ପ୍ରସ୍ତୁତି ଦିଆଯିବ ବୋଲି ବୈଠକରେ ଚର୍ଚ୍ଚା ହୋଇଛି। 

IMG-20251026-WA0290

Mayurbhanj Mohatsav in December 1. Photograph: (sambad.in)

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ପିସିଏମ୍‌ କଲ୍ୟାଣ ମଣ୍ଡପରେ ଆସନ୍ତା ଡ଼ିସେମ୍ବର ୧ରୁ ମୟୂରଭଞ୍ଜ ମହୋତ୍ସବ-୨୦୨୫ ଆୟୋଜନ ହେବ। ଏହି ମହୋତ୍ସବ ପାଇଁ ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ମହୋତ୍ସବରେରେ ଏଥର ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ସୁଲେଇପାଟ ବନ୍ଧର ଥିମ୍ ପ୍ରସ୍ତୁତି ଦିଆଯିବ ବୋଲି ବୈଠକରେ ଚର୍ଚ୍ଚା ହୋଇଛି। 

ମୟୂରଭଞ୍ଜ ମହୋତ୍ସବର ଚେୟାରମ୍ୟାନ ତଥା ସିନେଷ୍ଟାର ଅସିତ ପତିଙ୍କ ଅଧ୍ୟକ୍ଷତାରେ ବୈଠକରେ ସମ୍ପାଦକ ରାକେଶ ସିଂ ପ୍ରାରମ୍ଭିକ ସୂଚନା ଦେବା ସହ ଡିସେମ୍ବର ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବାରିପଦାଠାରେ ହେବାକୁ ଥିବା ମୟୂରଭଞ୍ଜ ମହୋତ୍ସବ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ସଭାପତି ସଞ୍ଜୀବ ଦ୍ୱିବେଦୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ

ବୈଠକରେ ରାଇରଙ୍ଗପୁର ସହର ସମେତ ବାମନଘାଟି ଉପଖଣ୍ଡର ୭ ଟି ବ୍ଲକ ଓ ପୌରପରିଷଦରେ ମୟୂରଭଞ୍ଜ ମହୋତ୍ସବ କମିଟିର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ଗୁରୁତ୍ବାରୋପ କରାଯାଇଥିଲା। ମହୋତ୍ସବର ନିର୍ଦ୍ଦିଷ୍ଟ ତାରିଖରେ ଉପଖଣ୍ଡର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ଏବଂ ଅତିଥି ଭାବେ ଲୋକସଭା ସାଂସଦ ନବ ଚରଣ ମାଝୀ ଓ ରାଇରଙ୍ଗପୁର ବିଧାୟକ ଜଲେନ ଯୋଗଦେବେ। ଏଥ‌ିପାଇଁ ଶ୍ରେଷ୍ଠ ଦଳକୁ ମନୋନୀତ କରି ପଠାଯିବାକୁ ନିଷ୍ପତ୍ତି ନିଆଯାଇ ସୁରଥ କୁମାର ପଟ୍ଟନାୟକଙ୍କୁ ଉପଖଣ୍ଡର ସଭାପତି ଓ ସମ୍ପାଦକ ଭାବେ ତୁଷାର କାନ୍ତ ମହାନ୍ତଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରିଥିଲେ। 

ଆହୁରି ପଢ଼ନ୍ତୁ: Cyclone Montha: ବାତ୍ୟା ପ୍ରଭାବରେ ବର୍ଷା ସମ୍ଭାବନା, କୋଣାର୍କରେ ଲୋକଙ୍କୁ ସତର୍କ କରାଇଲା ପ୍ରଚାର ଗାଡ଼ି

ବୈଠକରେ ବୁଦ୍ଧିଜୀବୀ ସାମିଲ

ବୈଠକରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ବରିଷ୍ଠ ବିଜେପି ନେତା ମନୋଜ କୁମାର ଦାସ, ରାଜା ବରାଳ, ଏନ.କେ ମଣ୍ଡଳ, ବିଜୟ ରାମ, ଦିବ୍ୟକାନ୍ତ ଖୁଣ୍ଟିଆ, ଖୁଦିରାମ ମହାନ୍ତି, ମନୋଜ ମଲ୍ଲିକ, ଚିତ୍ତରଞ୍ଜନ ପଟ୍ଟନାୟକ, ବିଜୁ ମହାନ୍ତି, ପିଣ୍ଟୁ ବେରା, ଦିନେଶ ବେହେରା, ସାଇବା ମାଝୀ, ମନ୍ ମୋହନ ପ୍ରାମାଣିକ, ବୁଲୁ ମହାନ୍ତ, ନିହାର ରଞ୍ଜନ ବେହେରା, ପ୍ରକାଶ ପାତ୍ର ପ୍ରମୁଖ ବହୁ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ମୟୂରଭଞ୍ଜ ମହୋତ୍ସବର ଚେୟାରମ୍ୟାନ ଶ୍ରୀଯୁକ୍ତ ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: Farmer Cutting Crops: ସାମ୍ଭାବ୍ୟ ବାତ୍ୟା ନେଇ ମାଲକାନଗିରିରେ ଚାଷୀଙ୍କ ମନରେ ଛନକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe