ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି ଜୀନ୍ନତ୍‌; ଉଦ୍ଧାର ପାଇଁ ଉଦ୍ୟମ ଜାରି

Advertisment

ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ଭିତରୁ ବାଘୁଣୀ ‘ଜୀନ୍ନତ୍‌’ ଖସି ଯାଇଛି। ମହାରାଷ୍ଟ୍ରରୁ ଅଣାଯାଇ ମୟୂରଭଂଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିବା ଜୀନ୍ନତ୍‌ ଝାଡ଼ଖଣ୍ଡରରେ ପହଞ୍ଚିଛି।

Updated On

ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ଭିତରୁ ବାଘୁଣୀ ‘ଜୀନ୍ନତ୍‌’ ଖସି ଯାଇଛି। ମହାରାଷ୍ଟ୍ରରୁ ଅଣାଯାଇ ମୟୂରଭଂଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିବା ଜୀନ୍ନତ୍‌ ଝାଡ଼ଖଣ୍ଡରରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
cc574a7c-8e0b-4e95-ad95-dcc9567b24f4

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ଭିତରୁ ବାଘୁଣୀ ‘ଜୀନ୍ନତ୍‌’ ଖସି ଯାଇଛି। ମହାରାଷ୍ଟ୍ରରୁ ଅଣାଯାଇ ମୟୂରଭଂଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିବା ଜୀନ୍ନତ୍‌ ଝାଡ଼ଖଣ୍ଡରରେ ପହଞ୍ଚିଛି। ଏହି ବାଘୁଣୀ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାକୁଲିଆ ଜଙ୍ଗଲରୁ ରେଳଲାଇନ୍‌ ଅତିକ୍ରମ କରି ଭାତକୁଣ୍ଡା ପଞ୍ଚାୟତର ଚିୟାବାନ୍ଧୀର ସିଦ୍ଧୋ-କାହ୍ନୋ ଛକ ନିକଟସ୍ଥ ଜଙ୍ଗଲରେ ବିଚରଣ କରୁଛି। ଏଠାରେ ଜୀନ୍ନତ୍‌ ଥିବା ନେଇ ଜଣା ପଡ଼ିଲା ପରେ ଓଡ଼ିଶା ଓ ଚାକୁଲିଆର ବନ ବିଭାଗ ମିଳିତ ଭାବେ ଉଦ୍ଧାର ପାଇଁ ଉଦ୍ୟମ କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ଏଟିଏମରୁ ଉଠାଇହେବ ପିଏଫ୍ ଟଙ୍କା!

ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜୀନ୍ନତ୍‌’ ଏବେ ଓଡ଼ିଶା ଛାଡ଼ି ଝାଡ଼ଖଣ୍ଡର ଜଙ୍ଗଲରେ ବୁଲୁଛି। ଏହି ବାଘୁଣୀକୁ ଧରିବା ପାଇଁ ବନ ବିଭାଗ ମଇଁଷି ଥୋପ ଦେଇଛି। ଉଦ୍ଧାର ପାଇଁ ବନ ବିଭାଗ ତରଫରୁ ଜୋରଦାର ଉଦ୍ୟମ ଜାରି ରହିଛି। 

ଅନ୍ୟପଟରେ ବାଘୁଣୀକୁ ଦେଖିବା ପାଇଁ ଜଙ୍ଗଲ ସନ୍ମିକଟ ଗ୍ରାମାଞ୍ଚଳର ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି। ଜୀନ୍ନତ୍‌ ‌ଏବେ ଝାଖଣ୍ଡର ଜଙ୍ଗଲରେ ଚଳପ୍ରଚଳ କରୁଥିବା ବେଳେ ଏହାକୁ ଉଦ୍ଧାର କରିବା ପାଇଁ ବନବିଭାଗର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ବାଘୁଣୀକୁ ଧରିବା ପାଇଁ ଏକ ପିକ୍‌ଅପ୍‌ରେ ମଇଁଷି ଥୋପ ଦିଆଯାଇଛି। ପିକ୍‌ଅପ୍‌ରେ ୩ଟି ମଇଁଷି ରଖାଯାଇଛି। ଏହି ମଇଁଷି ସାହାଯ୍ୟରେ ବାଘୁଣୀକୁ ଉଦ୍ଧାର କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ଜିନିଷ କିଣିବାକୁ ଲୋଡ଼ା ନାହିଁ ଟଙ୍କା

ଥାନା ଅଧିକାରୀ ସନ୍ତୋଷ କୁମାର ପୁଲିସ ବଳ ସହିତ ପହଞ୍ଚିଛନ୍ତି ଏବଂ ଗ୍ରାମବାସୀଙ୍କୁ ବୁଝାଇ ଜଙ୍ଗଲ ନିକଟରୁ ଫେରିଯିବାକୁ ପରାମର୍ଶ ଦେଇଛନ୍ତି। ବାଘୁଣୀକୁ ଉଦ୍ଧାର କରିବା ପାଇଁ ପିଞ୍ଜରା ଗାଡ଼ି ଜଙ୍ଗଲ ଭିତରେ ବ୍ୟବସ୍ଥା କରାଯାଇଛି। 

ଏହି ଖବର ପଢ଼ନ୍ତୁ: ଡିସେମ୍ବର ୩୧ ଯାଏଁ ଚାଲିବାର ଥିଲା ଶୀତ ଅଧିବେଶନ

ବନ ବିଭାଗର ଜଣେ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ତିନି ମଇଁଷିଙ୍କୁ ଜଙ୍ଗଲରେ ବାନ୍ଧି ଦିଆଯିବ। ବାଘୁଣୀ ଏହି ମଇଁଷି ପାଖକୁ ଆସିବା ପରେ ପିଞ୍ଜରା ମାଧ୍ୟମରେ ଉଦ୍ଧାର କରାଯିବ। ଆଶା କରାଯାଉଛି ଯେ, ଉଦ୍ଧାରକାରୀ ଦଳ ବାଘୁଣୀକୁ ଧରିବାରେ ସଫଳ ହେବେ। ବାଘକୁ ଧରିବା ପାଇଁ ବନ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାକୁଲିଆ ରେଞ୍ଜର ଦିଗବିଜୟ ସିଂହ କହିଛନ୍ତି, ବନ ବିଭାଗର ଟିମ୍‌ ବାଘୁଣୀକୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। 

ଏହି ଖବର ପଢ଼ନ୍ତୁ: କନଷ୍ଟେବଳଙ୍କ ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe