Accident in Mayurbhanj district. Photograph: (sambad.in)
ବାରିପଦା: ମୟୂରଭଂଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାରେ ସନ୍ଧ୍ୟା ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୟୂରଭଂଜ ଜିଲ୍ଲା ସାରସକଣା ବିଧାୟକଙ୍କ ଗାଡ଼ି ଧକ୍କାରେ ଏକ ଦଂପତି ଗୁରୁତର ହୋଇଥିବା କୁହାଯାଉଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ଜଣେ ପୁରୁଷଙ୍କ ସହିତ ମହିଳା କୌଣସି କାମରେ ଯାଉଥିଲେ। ଏମାନେ ସମ୍ଭବତଃ ଦଂପତି ହୋଇଥାଇ ପାରନ୍ତି। ତେବେ ସେମାନଙ୍କର ଯିବା ସମୟରେ ଟିଗିରିଆ ଛକ ନିକଟରେ ବିଧାୟକଙ୍କର ଗାଡ଼ି ନିୟନ୍ତ୍ରଣ ହରାଇ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା।ଗାଡ଼ି ଧକ୍କାରେ ଦୁଇ ଜଣ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ: Uttarakhand Accident : ୬୦ ମିଟର ଗଭୀର ଖାଇକୁ ଖସିପଡ଼ିଲା ବରଯାତ୍ରୀ ଗାଡ଼ି, ୩ ମୃତ
ରାସ୍ତା ଅବରୋଧ
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଧାୟକଙ୍କର ଗାଡ଼ି ଲଗାମବିନହୀ ଏବଂ ଦାୟିତ୍ବହୀନ ହୋଇ ଚାଲିବାକୁ ତୀବ୍ର ନିନ୍ଦା କରିଛନ୍ତି। ଜଣେ ଲୋକପ୍ରିନିଧିଙ୍କ ଗାଡ଼ି କାହିଁକି ଶୃଙ୍ଖଳିତ ହୋଇଯ ଚଳାଚଳ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ଦୁର୍ଘଟଣା ସମୟରେ ବିଧାୟକ ଗାଡ଼ିରେ ଥିଲେ କି ନାହିଁ, ତାହା ଜଣାପଡ଼ି ନାହିଁ।
ଆହୁରି ପଢ଼ନ୍ତୁ: tmc leader said about Babri: ପୁଣି ନିର୍ମାଣ କରିବୁ ବାବ୍ରି ମସଜିଦ: ତୃଣମୂଳ କଂଗ୍ରେସ ନେତା
Follow Us